ହକି ବିଶ୍ୱ କପ ଟ୍ରଫି ଅନାବରଣ କଲେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର

ଏଫଆଇଏଚ ଓଡ଼ିଶା ପୁରୁଷ ହକି ବିଶ୍ୱ କପ ୨୦୨୩ ଭୁବନେଶ୍ୱର-ରାଉରନକଲା’ର ଟ୍ରଫି ଆଜି ନୂଆଦିଲ୍ଲୀରେ ପହଞ୍ଚଛି । ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡୟିମରେ ହକି ପ୍ରଶଂସକଙ୍କ ସମ୍ମୁଖନରେ ବିଶ୍ୱକପ ଟ୍ରଫିକୁ ଅନାବରଣ କରିଥିନେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ମଶ୍ରୀ ଅନୁରାଗ ସିଂ ଠକୁର ।

ଏଫଆଇଏଚ ଓଡ଼ିଶା ପୁରୁଷ ହକି ବିଶ୍ୱ କପ ୨୦୨୩

ଏଫଆଇଏଚ ଓଡ଼ିଶା ପୁରୁଷ ହକି ବିଶ୍ୱ କପ ୨୦୨୩

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: ଏଫଆଇଏଚ ଓଡ଼ିଶା ପୁରୁଷ ହକି ବିଶ୍ୱ କପ ୨୦୨୩ ଭୁବନେଶ୍ୱର-ରାଉରନକଲା’ର ଟ୍ରଫି ଆଜି ନୂଆଦିଲ୍ଲୀରେ ପହଞ୍ଚଛି । ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡୟିମରେ ହକି ପ୍ରଶଂସକଙ୍କ ସମ୍ମୁଖନରେ ବିଶ୍ୱକପ ଟ୍ରଫିକୁ ଅନାବରଣ କରିଛନ୍ତି କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ମଶ୍ରୀ ଅନୁରାଗ ସିଂ ଠକୁର । ଏହି ଅବସରରେ ୧୯୭୫ ବିଶ୍ୱ କପ ବିଜେତା ହକି ଦଳର ସଦସ୍ୟ ଅଜିତ୍ ପାଲ ସିଂ, ଅଶୋକ ଧ୍ୟାନଚାନ୍ଦ, ପଦ୍ମଶ୍ରୀ ଜାଫର ଇକବାଲ, ବିନିତ କୁମାର ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଅନୁରାଜ ଠାକୁର କହିଥିଲେ ଯେ ଭାରତର ବିଭିନ୍ନ ସହରକୁ ବିଶ୍ୱକପ ହକିର ଟ୍ରଫି ନିଆଯିବା ଦ୍ୱାରା ‘ଏଫଆଇଏଚ ଓଡ଼ିଶା ପୁରୁଷ ହକି ବିଶ୍ୱକପ ୨୦୨୩ ଭୁବନେଶ୍ୱର-ରାଉଲକେଲାର ପ୍ରଚାରପ୍ରସାର ହୋଇପାରିବ । ବିଶ୍ୱକପ ଟ୍ରଫି ଓଡ଼ିଶା, ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ, ପଞ୍ଜାବ ଆଦି ସହର ବୁଲିବା ପରେ ଏବେ ଦିଲ୍ଲୀ ଆସି ପହଞ୍ଚିଛି । କିମ୍ୱଦନ୍ତୀ ହକି ଖେଳାଳି ଓ ପ୍ରଶଂସକମାନଙ୍କ ଉପସ୍ଥିତିରେ ବିଶ୍ୱକପ ହକି ଆଉ ଏକ ବଡ଼ କ୍ରୀଡ଼ା ପ୍ରତିଯୋଗିତା, ଏଫଆଇଏଚ ଓଡ଼ିଶା ହକି ବିଶ୍ୱ କପକୁ ପ୍ରୋତ୍ସାହନ ଦେବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛୁ ।

ପୂର୍ବତନ ହକି ଖେଳାଳି ଅଶୋକ ଧ୍ୟାନ ଚାନ୍ଦ ଟ୍ରଫି ଟୁର୍‌ ପାଇଁ ହକି ଇଣ୍ଡିଆକୁ ପ୍ରଶଂସା କରିଥିଲେ । ଏହା ଆଗାମୀ ବିଶ୍ୱକପର ପ୍ରଚାରପ୍ରସାର ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସେ କହିଥିଲେ। ସୂଚନା ଥାଉକି, ୨୦୨୩ ଜାନୁଆରୀ ୧୩ରୁ ଏଫଆଇଏଚ ଓଡ଼ିଶା ପୁରୁଷ ହକି ବିଶ୍ୱ କପ ୨୦୨୩ ଭିବନେଶ୍ୱର-ରାଉରକେଲା ଆରମ୍ଭ ହୋଇ ୨୯ ଜାନୁଆରୀ ୨୦୨୩ରେ ଫାଇନାଲ ମ୍ୟାଚ ଖେଳାଯିବ ।
Published by:Soumyashree Mishra
First published: