News18 Odia Digital
Hockey: ଆଜିଠାରୁ ରାଉରକେଲାରେ ଆରମ୍ଭ ହେବାକୁ ଯାଉଛି ୧୩ତମ ହକି ଇଣ୍ଡିଆ ସବ୍ ଜୁନିଅର ପୁରୁଷ ଜାତୀୟ ଚାମ୍ପିଅନସିପ୍ ୨୦୨୩। ନୂଆ କରି ହୋଇଥିବା ବିଶ୍ବ ସ୍ତରୀୟ ବିର୍ସା ମୁଣ୍ଡା ହକି ଷ୍ଟାଡ଼ିୟମରେ ଏହି ସମସ୍ତ ମ୍ୟାଚ ଖେଳାଯିବାକୁ ସ୍ଥିର ହୋଇଛି।
ଏହି ମ୍ୟାଚରେ ଭାରତର କୋଣ ଅନୁକୋଣରୁ ବଛା ବଛା ହକି ଖେଳାଳି ଅଂଶଗ୍ରହଣ କରିବେ। ୧୧ ଦିନିଆ ଏହି ଟୁର୍ଣ୍ଣାମେଣ୍ଟରେ ୨୮ଟି ଦଳ ଟାଇଟେଲ୍ ଜିତିବା ପାଇଁ ପରସ୍ପର ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଆଉ ଏହାର ଫାଇନାଲ୍ ମେ ୨୮ରେ ଧାର୍ଯ୍ୟ ହେବ।
ତେବେ ଅଂଶଗ୍ରହଣ କରିଥିବା ଦଳଗୁଡିକଙ୍କୁ ୮ଟି କ୍ୟାଟେଗୋରିରେ ବିଭକ୍ତ କରାଯିବ। କ୍ୟାଟେଗୋରୀ ଏ-ରେ ରହିବେ ଉତ୍ତରପ୍ରଦେଶ, କର୍ଣ୍ଣାଟକ ଏହଂ କେରଳ ହକି ଟିମ୍। କ୍ୟାଟେଗୋରି ବି-ରେ ରହିବେ ଝାଡଖଣ୍ଡ, ୱେଷ୍ଟ ବେଙ୍ଗଲ ଏବଂ ହିମାଚଳ ହକି ଟିମ୍।
ସେହିପରି କ୍ୟାଟେଗୋରି ସି-ରେ ହକି ଆସୋସିଏସନ୍ ଅଫ୍ ଓଡ଼ିଶା, ଉତ୍ତରାଖଣ୍ଡ ଏବଂ ମହାରାଷ୍ଟ୍ର ପରସ୍ପର ସହ ପ୍ରତିଦ୍ୱନ୍ଦ୍ୱିତା କରିବେ। କ୍ୟାଟେଗୋରି- ଡିରେ ହରିୟାଣା, ଗୋଆ ଏବଂ ଛତିଶଗଡ ପରସ୍ପର ସହ ପ୍ରତିନ୍ଦ୍ବନ୍ଦିତା କରିବେ।
ସେହିପରି କ୍ୟାଟେଗୋରି ଇ-ରେ ଦଳ ପଞ୍ଜାବ, ଦିଲ୍ଲୀ, ଆସାମ ଏବଂ ତ୍ରିପୁରାକୁ ପ୍ରତିନ୍ଦ୍ବନ୍ଦିତା କରିବେ। କ୍ୟାଟେଗୋରି ଏଫ-ରେ ଦାଦ୍ରର ଏବଂ ନାଗର ହାଭେଲି ଏବଂ ଡାମନ୍ ଆଣ୍ଡ ଡିୟୁ, ଆନ୍ଧ୍ରପ୍ରଦେଶ, ତାମିଲନାଡୁର ହକି ୟୁନିଟ୍ ଏବଂ ପୁଡୁଚେରୀ ପ୍ରତିଦ୍ୱନ୍ଦ୍ୱିତା କରିବେ।। କ୍ୟାଟେଗୋରି ଜି-ରେ ଟିମ୍ ବିହାର, ମଧ୍ୟପ୍ରଦେଶ, ମିଜୋରାମ ଏବଂ ତେଲେଙ୍ଗାନା ହକି ସ୍ଲଟ୍ ହୋଇଥିବାବେଳେ, କ୍ୟାଟେଗୋରି ଏଚ୍-ରେ ଟିମ୍ ଚଣ୍ଡିଗଡ଼, ଅରୁଣାଚଳ, ଗୁଜୁରାଟ ଏବଂ ରାଜସ୍ଥାନ ସାମିଲ ଅଛନ୍ତି।
ଗତ ମ୍ୟାଚରେ ଉତ୍ତରପ୍ରଦେଶ ହକି ଟିମ୍ ଟାଇଟେଲ୍ ହତେଇଥିଲା। ତେବେ ଚଳିତ ବର୍ଷ ମଧ୍ୟ ଟାଇଟେଲ୍ ଜିତିବାର ସମ୍ଭବନା ରହିଥିବା ନେଇ ଦଳର କୋଚ୍ ବିକାଶ ପାଲ କହିଛନ୍ତି।
ସେ ନିଜ ବୟାନରେ କହିଛନ୍ତି, ‘‘ଚଳିତ ସଂସ୍କରଣ ଜିତିବା ପାଇଁ ଦଳ କଛିନ ପରିଶ୍ରମ କରୁଛି ଏବଂ ପ୍ରସ୍ତୁତି ମଧ୍ୟ ଖୁବ୍ ଜୋରସୋରରେ ଚାଲିଛି। ପୂର୍ବ ବର୍ଷ ତୁଳନାରେ ଆମେ ଆହୁରି ଭଲ ପ୍ରଦର୍ଶନ କରିବୁ ଏବଂ ସ୍ବର୍ଣ୍ଣ ପଦକ ହତେଇବା ସହ ମ୍ୟାଚ ଶେଷ କରିବାକୁ ଚେଷ୍ଟା କରିବୁ।’’
ସେହିପରି ଝାଡଖଣ୍ଡ ମ୍ୟାଚର ପୂର୍ବ ସିଜିନରେ ରନର୍ସଅପ୍ ହୋଇଥିଲା। ଚଳିତ ବର୍ଷ ଟାଇଟେଲ୍ ହତେଇବା ପାଇଁ ପୁରା ଚେଷ୍ଟା କରିବ ବୋଲି ଦଳର କୋଚ କହିଛନ୍ତି। ଗତ ମ୍ୟାଚରେ ଓଡ଼ିଶା ହକି ଆସୋସଏସନ୍ ବ୍ରୋଞ୍ଚ ପଦକ ଜିତିଥିଲା। କିନ୍ତୁ ଚଳିତ ସଂସ୍କରଣରେ ଟାଇଟେଲ୍ ଜିତିବା ନେଇ ଟିମ୍ କଠିନ ପରିଶ୍ରମ କରୁଛି ବୋଲି ହକି ଆସୋସିଏସନ୍ ଅଫ୍ ଓଡ଼ିଶାର କୋଚ୍ ଲକ୍ଷ୍ମୀନାରାୟଣ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ଦଳ ଭଲ ପ୍ରସ୍ତୁତି କରୁଛି ଏବଂ ଆମେ ଗତ ବର୍ଷ ଠାରୁ ଚଳିତ ବର୍ଷ ଭଲ ପ୍ରଦର୍ଶନ କରିବୁ ଆଶା ରଖିଛୁ।
ପଢ଼ନ୍ତୁ ଏହି ଖବର: Matric Result Out: ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ: ପାସ୍ ହାର ରହିଛି ୯୬.୪%ତେବେ ସୂଚନା ଥାଉ କି, ଦଳମାନଙ୍କ ମଧ୍ୟରେ ସାତ ଦିନର ଖେଳ ପରେ, କ୍ୱାର୍ଟର-ଫାଇନାଲ୍ ମେ ୨୫ରେ ଆରମ୍ଭ ହେବ। ସେହିପରି ସେମି ଫାଇନାଲ୍ ମେ ୨୭ରେ ଖେଳାଯିବାକୁ ସ୍ଥିର ହୋଇଛି। ଫାଇନାଲ୍ ଏବଂ ତୃତୀୟ / ଚତୁର୍ଥ ସ୍ଥାନ ମ୍ୟାଚ୍ ମେ ୨୮ରେ ଅନୁଷ୍ଠିତ ହେବ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।