ରୋଚକ ମୋଡ଼ ନେଉଛି ଦିଲ୍ଲୀ ଟେଷ୍ଟ, ଭାରତକୁ କଡ଼ା ଟକ୍କର ଦେଉଛି କଙ୍ଗାରୁ ଟିମ୍‌

ଲାୟନ୍‌ଙ୍କ ସ୍ପିନ୍‌ରେ ଭାରତୀୟ ଟପ୍‌ ଅର୍ଡର ଫେଲ, ଅକ୍ଷର ପଟେଲ୍‌ଙ୍କ ସ୍ମରଣୀୟ ଇନିଂସ ।

ରୋଚକ ମୋଡ଼ ନେଉଛି ଦିଲ୍ଲୀ ଟେଷ୍ଟ, ଭାରତକୁ କଡ଼ା ଟକ୍କର ଦେଉଛି କଙ୍ଗାରୁ ଟିମ୍‌

ରୋଚକ ମୋଡ଼ ନେଉଛି ଦିଲ୍ଲୀ ଟେଷ୍ଟ, ଭାରତକୁ କଡ଼ା ଟକ୍କର ଦେଉଛି କଙ୍ଗାରୁ ଟିମ୍‌

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: ଭାରତ ଅଷ୍ଟ୍ରେଲିଆ (ind vs aus) ଦ୍ବିତୀୟ ଟେଷ୍ଟରେ କଡ଼ା ଟକ୍କର । ନାଥାନ ଲାୟନ ସ୍ପିନ ଆଗରେ ଫେଲ୍‌ ମାରିଲା ଭାରତୀୟ ଟପ୍‌ ଅର୍ଡର । ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୨୬୩ ରନ୍‌ କରିଥିବା ବେଳେ ଭାରତ (team india) ୨୬୨ରେ ଅଲଆଉଟ ହୋଇଛି । ଦଳ ପକ୍ଷରୁ ଅକ୍ଷର ପଟେଲ (akshyar patel) ସର୍ବାଧିକ ୭୪ ରନ୍‌ କରିଥିବା ବେଳେ ବିରାଟ କୋହଲି (virat kohli) ୪୪, ରୋହିତ ଶର୍ମା ୩୨ ରନ୍‌ କରିଥିଲେ । ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୧ ୱିକେଟ ହରାଇ କରିଛି ୬୧ ରନ୍‌ । ଟ୍ରାଭିସ ହେଡ୍‌ ୩୯ ଓ ଲାବୁସାନ୍‌ ୧୪ ରନ୍‌ କରି ଅପରାଜିତ ଅଛନ୍ତି ।

ଅସମାପ୍ତ ପ୍ରଥମ ଇନିଂସ ସ୍କୋର ବିନା ୱିକେଟ୍‌ରେ ୨୧ ରନ୍‌ରୁ ଦ୍ବିତୀୟ ଦିନ ଆରମ୍ଭ କରିଥିଲା ଭାରତ । ତେବେ ଦଳୀୟ ସ୍କୋର ୪୬ ରନ୍‌ ଥିବା ବେଳେ କେ.ଏଲ୍‌ ରାହୁଲ ୧୭ ରନ୍‌ କରି ଆଉଟ ହୋଇଥିଲେ । ପରେ ଆଉ ୨୦ ରନ୍‌ ଯୋଡ଼ି ଦଳ ଆଉ ରୋହିତ ଶର୍ମା, ପୂଜାରା ଓ ଶ୍ରେୟସ ଆୟରଙ୍କ ୱିକେଟ ହରାଇଥିଲା । ପଞ୍ଚମ ୱିକେଟରେ ବିରାଟ କୋହଲି ଓ ଜାଜେଡା ଆଉ ୫୯ ରନ୍‌ ଯୋଡ଼ି ଦଳକୁ ବିପର୍ଯ୍ୟୟରୁ ରକ୍ଷା କରିଥିଲେ । କୋହଲି ୪୪ ରନ୍‌ କରି ଆଉଟ ହେବା ପରେ ଦଳ ପୁଣି ଅଡୁଆରେ ପଡ଼ିଥିଲା । କୋହଲିଙ୍କ ଏହି ଆଉଟକୁ ନେଇ ଏବେ ବିବାଦ ଦେଖା ଦେଇଛି । ତେବେ ଶେଷ ଆଡ଼କୁ ଅକ୍ଷର ପଟେଲ ୭୪ ଓ ଅଶ୍ବିନଙ୍କ ୩୭ ରନ୍‌ ଦଳର ସ୍କୋର ୨୬୨ ଯାଏ ନେବାରେ ବଡ଼ ଭୂମିକା ଗ୍ରହଣ କରିଥିଲା । ଅଫ ସ୍ପିନର୍‌ ନାଥାନ ଲାୟନ ୨୯ ଓଭରରେ ୬୭ ରନ୍‌ ଦେଇ ୫ ୱିକେଟ ହାସଲ କରିଛନ୍ତି ।

ଏହି ଖବର ପଢ଼ନ୍ତୁ - http://ନବରଙ୍ଗପୁରରେ କଙ୍ଗାରୁକୋର୍ଟ: ଚୋରି ଅଭିଯୋଗରେ ନାବାଳିକାଙ୍କୁ ବାନ୍ଧି ଜୋତାମାଳ ପିନ୍ଧାଇଲେ

୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ପ୍ରଥମ ମ୍ୟାଚ ଜିତିବା ସହ ଭାରତ ୧-୦ରେ ଆଗୁଆ ରହିଛି । ପ୍ରଥମ ମ୍ୟାଚ୍‌ରେ ବିଜୟ ସହ ଟିମ୍‌ ଇଣ୍ଡିଆ ଟେଷ୍ଟ ମାନ୍ୟତା ତାଲିକାରେ ବିଶ୍ବର ୧ ନମ୍ବର ଦଳ ହୋଇଛି ।
Published by:Soubhagya Mishra
First published: