News18 Odia Digital
ଭୁବନେଶ୍ୱର: ଭାରତୀୟ ହକି ଟିମକୁ ଝଟକା। ମିଡଫିଲ୍ଡର ହାର୍ଦ୍ଦିକ ସିଂ ଟିମରୁ ବାଦ ପଡ଼ିଛନ୍ତି ।
ମାଂସପେଶୀରେ ଆଘାତ ହେତୁ ୱେଲ୍ସ ବିପକ୍ଷ ଏଫ୍ଆଇ ହକି ବିଶ୍ୱକପ୍ର ଶେଷ ଗ୍ରୁପ୍ ମ୍ୟାଚ୍ରୁ ବାଦ ପଡିଥିଲେ। IND vs NZ: ଆସନ୍ତାକାଲି ଏହି ଖେଳାଳିଙ୍କୁ ଟିମରୁ ବାଦ ଦେବେ ରୋହିତ ଶର୍ମା! ପୂର୍ବରୁ କରିଥିଲେ ଭୁଲ
ରାଉରକେଲାରେ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ହାର୍ଦ୍ଦିକ ଆହତ ହୋଇଥିଲେ। ତାଙ୍କର ଏମଆରଆଇ ଓ ଅନ୍ୟାନ୍ୟ ଟେଷ୍ଟ କରାଯାଇଥିଲା। ଏଭଳି ପରିସ୍ଥିତିରେ ଆଘାତ ହେବାର ସମ୍ଭାବନା ଥିବାରୁ ମ୍ଯାନେଜମେଣ୍ଟ ଟିମ ତାଙ୍କୁ ଖେଳିବାକୁ ବାରଣ କରିଛି। ରବିବାର ଦିନ ଖେଳ ଶେଷ ହେବାର ମାତ୍ର ତିନି ମିନିଟ୍ ବାକି ରହିଥିଲା, ହାର୍ଦ୍ଦିକ ଛୋଟେଇ ଛୋଟେଇ ପଡ଼ିଆରୁ ବାହାରିଯାଇଥିଲେ।
କିଏ ମନ୍ତ୍ରୀ ତ କିଏ ସାଂସଦ; ଖେଳାଳି ନୁହଁନ୍ତି ଦେଶର ନେତା ଚଳାନ୍ତି ଏହି ୬ଟି ବଡ଼ ଖେଳ
ତାଙ୍କ ଆଘାତ କେତେ ଜଟିଳ ତାହା ଜଣା ପଡ଼ିନି। ଯଦି ହାର୍ଦ୍ଦକ ବାଦ୍ ପଡ଼ନ୍ତି ରିଜର୍ଭ ଖେଳାଳି ଥିବା ରାଜକୁମାର ପାଲ ୧୮ ଜଣିଆ ଦଳରେ ତାଙ୍କ ସ୍ଥାନ ନେଇ ପାଇପାରନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।