- News18 Odia
- Last Updated :
- Other, India
News18 Odia Digital
Hardik Pandya Natasha Remarry: ଉଦୟପୁରରେ ଭାଲେଣ୍ଟାଇନ୍ସ ଡେ’(Valentine Day)ରେ ହାର୍ଦ୍ଦିକ ପାଣ୍ଡ୍ୟା(Hardik Pandya) ବିବାହ କରିବାକୁ ଯାଉଛନ୍ତି। ପୁଣି ଥରେ ନତାଶା ଷ୍ଟେନକୋବିକଙ୍କୁ ବିବାହ କରିବେ ହାର୍ଦ୍ଦିକ। ୨୦୨୦ ମସିହାରେ ଉଦୟପୁର(Udaypur)ରେ ନତାଶାଙ୍କ ତାଙ୍କର କୋର୍ଟ ବିବାହ (court marriage) ହୋଇଥିଲା ଓ ଏହି ଦମ୍ପତି ବିବାହ ପୂର୍ବରୁ ମଧ୍ୟ ଶିଶୁପୁତ୍ରକୁ ସ୍ୱାଗତ କରିଥିଲେ। କୋଭିଡ ଓ ପରେ କ୍ରିକେଟର ବ୍ୟସ୍ତବହୁଳ କାର୍ଯ୍ୟ ହେତୁ ଏକ ଗ୍ରାଣ୍ଡ ବିବାହ ହୋଇପାରି ନଥିଲା। ବର୍ତ୍ତମାନ ଉଦୟପୁରରେ ବିବାହର ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି।
ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ଉଦୟପୁରର ଏକ ହୋଟେଲରେ ଏହି ବିବାହ ଅନୁଷ୍ଠିତ ହେବ ଓ ଏହି ରାଜ ସମାରୋହରେ ପରିବାର ଏବଂ ଘନିଷ୍ଠ ବନ୍ଧୁମାନେ ଅଂଶଗ୍ରହଣ କରିବେ। ବିବାହ କାର୍ଯ୍ୟ 13 ଫେବୃଆରୀ ରୁ 16 ଫେବୃଆରୀ ପର୍ଯ୍ୟନ୍ତ ଚାଲିବ। ହଳଦୀ-ମେହେନ୍ଦି ଏବଂ ସଙ୍ଗୀତ ସହିତ ବିବାହ ହେବ । ଏକ ଇଂରାଜୀ ଖବରକାଗଜ ଅନୁଯାୟୀ, ଏହି ବିବାହର ଥିମ ଧଳା ରଖାଯାଇଛି। ତେବେ ଏହି ବିବାହ କେବଳ ହିନ୍ଦୁ ଢ଼ଙ୍ଗରେ ହେବ ନା ଖ୍ରୀଷ୍ଟିଆନ ଶୈଳୀରେ ବିବାହ ହେବ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ।
ଏହି ବିବାହରେ ହାର୍ଦ୍ଦିକ ଓ ନତାଶାଙ୍କ ୩ ବର୍ଷର ପୁଅ ଅଗସ୍ତ୍ୟ ମଧ୍ୟ ଅଂଶଗ୍ରହଣ କରିବେ। କୁହାଯାଉଛି ଯେ ଏହି ଦମ୍ପତିଙ୍କ ବ୍ୟତୀତ ତାଙ୍କ କ୍ରିକେଟର ଭାଇ କ୍ରୁନାଲ ପାଣ୍ଡ୍ୟା ତାଙ୍କ ପତ୍ନୀ ଓ ପିଲାଙ୍କ ସହ ଉଦୟପୁରରେ ପହଞ୍ଚିଛନ୍ତି। ହାର୍ଦ୍ଦିକଙ୍କ ପିତାମାତା ମଧ୍ୟ ଉଦୟପୁରରେ ଅଛନ୍ତି। ନଭେମ୍ବରରେ ବିବାହ ପ୍ରସ୍ତୁତି ଆରମ୍ଭ ହୋଇଥିଲା। କ୍ରିକେଟ୍ ଓ ଚଳଚ୍ଚିତ୍ର ଜଗତର କେଉଁ ତାରକା ଏଥିରେ ଭାଗ ନେବେ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ।Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।