News18 Odia Digital
Ind Vs NZ: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ଜିତିବା ପାଇଁ ଭାରତୀୟ ଦଳ ୩୫୦ ରନ୍ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ତାହାକୁ ପୂରା କରିପାରିନାହିଁ ଟିମ ନ୍ଯୁଜିଲାଣ୍ଡ । ଭାରତୀୟ ଓପନର ଶୁଭମନ ଗିଲ ଭାରତୀୟ ଦଳକୁ ଏହି ସ୍କୋରରେ ପହଞ୍ଚିବାରେ ସାହାଯ୍ୟ କରିଥିଲେ। କିୱି ବୋଲରଙ୍କୁ ପରାସ୍ତ କରୁଥିବାବେଳେ ଶୁଭମନ ଚାରି ଓ ଛକା ବର୍ଷା କରି ଦ୍ୱିଶତକ ହାସଲ କରିଥିଲେ। ତାଙ୍କର ଦ୍ୱିଶତକ ଶତକ ବ୍ୟତୀତ ଅନ୍ୟ ଏକ ଘଟଣା ଘଟିଥିଲା ଯାହା ଚର୍ଚ୍ଚାକୁ ବେଶ ଚର୍ଚ୍ଚା ହୋଇଛି। ତାହା ହେଉଛି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆଉଟ ହେବା।
ଗୋଟିଏ ପର୍ଯ୍ୟାୟରେ ଶୁଭମନ ଓ ହାର୍ଦ୍ଦିକ ପାଣ୍ଡ୍ୟା ଏକ ଭଲ ଭାଗିଦାରୀ ପ୍ରଦର୍ଶନ କରୁଥିଲେ କିନ୍ତୁ ୪୦ ତମ ଓଭର ପରେ ଯାହା ଘଟଣା ଘଟିଥିଲା ଯାହା ସମୀକ୍ଷକଙ୍କ ସମେତ ପ୍ରଶଂସକଙ୍କୁ ନିରାଶ କରିଥିଲା। ଏହି ଓଭରକୁ କିୱି ଅଲରାଉଣ୍ଡର ଡାରେଲ ମିଚେଲ ବୋଲିଂ କରିଥିଲେ ଓ ଓଭରର ଚତୁର୍ଥ ବଲ ପାଣ୍ଡ୍ୟାଙ୍କ ବ୍ୟାଟ ନ ବାଜି ୱିକେଟ୍ ନିକଟ ଦେଇ ୱିକେଟ ରକ୍ଷକ ଟମ ଲାଥାମଙ୍କ ଗ୍ଲୋବସରେ ରହିଯାଇଥିଲା।
ତେବେ ଏହି ସମୟ ମଧ୍ୟରେ ବେଲ ମଧ୍ୟ ପଡିଯାଇଥିଲା ଏବଂ କିୱି ଖେଳାଳିମାନେ ସେଲିବ୍ରେଟ କରିବା ଆରମ୍ଭ କରିଥିଲେ । ଅମ୍ପାୟାର ଏହି ନିଷ୍ପତ୍ତିକୁ ତୃତୀୟ ଅମ୍ପାୟାରଙ୍କ ନିକଟକୁ ପଠାଇଥିଲେ। ଏହା ପରେ, ତୃତୀୟ ଅମ୍ପାୟାର ରିପ୍ଲେ ଦେଖିବା ପରେ ହାର୍ଦ୍ଦିକଙ୍କୁ ଆଉଟ୍ କରିଦେଇଥିଲେ। ତେବେ ରିପ୍ଲେରେ ସ୍ପଷ୍ଟ ହୋଇନଥିଲା ଯେ ବଲଟି ବେଲରେ ବାଜି ନଥିଲା। ଏଥି ସହିତ, ବଲ୍ ଷ୍ଟମ୍ପଗୁଡିକ ଅତିକ୍ରମ କରିବା ପରେ ଏହା ଦେଖିବାକୁ ମିଳିଥିଲା ଯେ ୱିକେଟ୍ କିପର ଟମ୍ ଲାଥାମଙ୍କ ଗ୍ଲୋଭସ୍ ବେଲ ନିକଟରେ ଥିଲା ଓ ବୋଧହୁଏ ତାଙ୍କ ଗ୍ଲୋଭସ ବାଜିରୁ ବେଲ ଖସି ଯାଇଥିଲା।
IND vs NZ: ସଚିନ, କୋହଲିଙ୍କୁ ପଛରେ ପକାଇଲେ ଶୁଭମନ; ହାତେଇଲେ ଦୁଇଶହ ରନ
କେଉଁଠି ନା କେଉଁଠି କିୱି ୱିକେଟ୍ କିପର ତଥା ବୋଲର ମିଚେଲ ଏହା ମଧ୍ୟ ଜାଣିଥିଲେ ଯେ ଗ୍ଲୋବରୁ ବାଜି ବେଲ ଖସି ଆସିଛି ଓ ସେଥିପାଇଁ ସେ ନିଜ ରନ୍ଅପ୍ କୁ ଫେରିଯାଉଛନ୍ତି। କିନ୍ତୁ ତୃତୀୟ ଅମ୍ପାୟାର ପାଣ୍ଡ୍ୟାଙ୍କୁ ଆଉଟ କରିବା ମାତ୍ରେ ପାଣ୍ଡ୍ୟାଙ୍କ ମୁହଁରେ ନିରାଶା ଓ କିୱିଙ୍କ ଖୁସି ଦଳ ଦେଖିବା ଯୋଗ୍ୟ ହୋଇଥିଲା। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏବଂ ପ୍ରଶଂସକମାନେ ମଧ୍ୟ ସେମାନଙ୍କ କ୍ରୋଧକୁ ପ୍ରକାଶ କରୁଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।