Ind Vs Pak: ରାତି ସାରା ଝଗଡ଼ା କଲେ ହରଭଜନ ସିଂ ଓ ପାକିସ୍ତାନୀ ବୋଲର୍‌; ଜିତିଲେ ଭଜ୍ଜୀ

Ind vs Pak: Harbhajan Singh silences a Pakistani bowler with video | ପାକିସ୍ତାନୀ ବୋଲର ମହମ୍ମଦ ଆମୀର କହିଥିଲେ, ‘‘ଏବେ ଦେଖ ଆମେ କେମିତି ବିଶ୍ୱ କପ୍ ଜିତୁଛୁ ।’’ ସେ ଶବ୍ଦର ସୀମା ପାର୍ କରୁଥିବା ଦେଖି ହରଭଜନ ସିଂ ଭାରତ-ପାକିସ୍ତାନ ପୁରୁଣା ମ୍ୟାଚର ଗୋଟେ ଜବରଦସ୍ତ ଭିଡିଓ ଶେୟାର୍ କରିଥିଲେ ।

ହରଭଜନ ସିଂ (ବାମ) ଓ ପାକିସ୍ତାନୀ ବୋଲର ମହମ୍ମଦ ଆମୀର

ହରଭଜନ ସିଂ (ବାମ) ଓ ପାକିସ୍ତାନୀ ବୋଲର ମହମ୍ମଦ ଆମୀର

  • Share this:
News18 Odia Digital

ନୂଆ ଦିଲ୍ଲୀ: ଭାରତୀୟ ବୋଲର୍‌ ହରଭଜନ ସିଂ (Harbhajan Singh) ଓ ପାକିସ୍ତାନୀ ବୋଲର ମହମ୍ମଦ ଆମୀର (Mohammad Amir) ସୋସିଆଲ ମିଡି଼ଆରେ ଜବରଦସ୍ତ ଝଗଡ଼ା ଆରମ୍ଭ କରିଛନ୍ତି । ପାକିସ୍ତାନୀ ବୋଲର୍‌ ତ ଶବ୍ଦର ସୀମା ଅତିକ୍ରମ କରିଥିଲା । ତା’ ପରେ ହରଭଜନ ସିଂ ଇଣ୍ଡିଆ-ପାକିସ୍ତାନ ମ୍ୟାଚର (India vs Pakistan) ଏକ ପୁରୁଣା ଭିଡିଓ ଶେୟାର୍‌ କରିଥିଲେ ଯେଉଁଥିରେ ସେ ଗୋଟିଏ ଛକ୍କା ମାରି ଭାରତକୁ ଜିତାଇଥିଲେ । ହରଭଜନ ସେହି ଭିଡିଓରେ କହିଛନ୍ତି: ‘‘ଫିକ୍ସରକୁ ସିକ୍ସର୍‌ । ମହମ୍ମଦ ଆମୀର, ଯା ପଳା!’’

ଏହି ଦୁଇ ଖେଳାଳିଙ୍କ ମଧ୍ୟରେ ସୋସିଆଲ ମିଡି଼ଆରେ ଏହି ଝଗଡ଼ା ଭାରତ-ପାକିସ୍ତାନ ମ୍ୟାଚ୍ (Ind vs Pak) ପରେ ଆରମ୍ଭ ହୋଇଥିଲା । ଟି-୨୦ ବିଶ୍ୱ କପରେ (T20 World Cup) ପାକିସ୍ତାନ ଭାରତକୁ ହରାଇବା ପରେ ଅସଲରେ ଆମୀର ଏକ ଟ୍ୱିଟ୍ କରି ପଚାରିଥିଲେ, ‘‘ହରଭଜନ ସିଂ ଟିଭି ଭାଙ୍ଗି ନାହାଁନ୍ତି କି?’’ ଏହାର ଉତ୍ତରରେ ଭଜ୍ଜୀ ଏକ ଭିଡିଓ ଶେୟାର୍‌ କରି କହିଥିଲେ, ‘‘ଏବେ ତୁମେ କହିବ ଯେ ଏହି ଛକ୍କାଟି ତୁମ ଘରର ଟିଭି ଉପରେ ପଡ଼ି ନାହିଁ ତ ।’’ ସେଇଠୁ ରାତି ସାରା ଉଭୟଙ୍କ ମଧ୍ୟରେ ଶବ୍ଦର ଯୁଦ୍ଧ ଚାଲିଥିଲା ।



ଏହା ବି ପଢ଼ନ୍ତୁ | ‘‘ସରି… ଭଲ ଥିବ, ବାଏ…’’: ବଲାଙ୍ଗିରରେ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହେଲା

ମଙ୍ଗଳବାର ଦିନ ଆମୀର ଏକ ଭିଡିଓ ଶେୟାର କରିଥିଲେ । ତାହା ସେହି ମ୍ୟାଚର ଭିଡିଓ ଥିଲା ଯେଉଁଥିରେ ସହିଦ ଆଫ୍ରିଦି (Shahid Afridi) ହରଭଜନ ସିଂଙ୍କ ଚାରିଟି ବଲରୁ ଚାରିଟି ଛକ୍କା ମାରିଥିଲେ । ଆମୀର ତାହା ଶେୟାର୍‌ କରି କହିଥିଲେ, ‘‘ହରଭଜନ ସିଂ, ମୁଁ ଏହି ଭିଡିଓରେ ଆପଣଙ୍କ ବୋଲିଂ ଦେଖିବାରେ ବ୍ୟସ୍ତ ଥିଲି । ଲାଲା (ଆଫ୍ରିଦି) ଆପଣଙ୍କ ବଲରେ ଚାରିଟି ଛକ୍କା ମାରିଥିଲେ । ଏଇଟା କ୍ରିକେଟ୍, ତେଣୁ ସେମିତି ହୋଇପାରେ । କିନ୍ତୁ ଟେଷ୍ଟ କ୍ରିକେଟରେ ଏଇଟା ଟିକେ ଅଧିକ ହୋଇଗଲା ।’’ ଏହାର ଉତ୍ତରରେ ହରଭଜନ ଆମୀରଙ୍କୁ ପଚାରିଥିଲେ, ‘‘ଲର୍ଡ଼୍ସ ଷ୍ଟାଡିଅମରେ ନୋ-ବଲ୍ କେମିତି ହୋଇଯାଇଥିଲା? କେତେ ନେଇଥିଲ, ଆଉ କିଏ ଦେଇଥିଲା?’’



ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ‘‘ଜୟ ଜଗନ୍ନାଥ, ରସଗୋଲା ଆମର’’: ରିଆଲିଟି ଶୋ’ରେ ଓଡ଼ିଶାର ରସଗୋଲା! ଚର୍ଚ୍ଚାରେ ଓଡି଼ଆ ଝିଅ

‘‘ଏହି ସୁନ୍ଦର ଖେଳକୁ ବଦନାମ କରିଥିବାରୁ ତୁମକୁ ଓ ତୁମର ସମର୍ଥକମାନଙ୍କୁ ଲଜ୍ଜା ଲାଗିବା ଉଚିତ,’’ ସେଥିରେ କହିଥିଲେ ହରଭଜନ ସିଂ । ତାଙ୍କ ଉତ୍ତର ପରେ ଆମୀର ନିଜ ଶବ୍ଦର ସୀମା ଅତିକ୍ରମ କରିଥିଲେ । ସେ ୨୦୨୧ ବିଶ୍ୱ କପରେ ଭାରତ ଉପରେ ପାକିସ୍ତାନର ବିଜୟ ବିଷୟରେ ହରଭଜନ ସିଂଙ୍କୁ ମନେ ପକାଇ ଦେଇଥିଲେ ଓ ହରଭଜନଙ୍କ ବୋଲିଂ ଆକ୍ସନ୍‌‌ ଉପରେ ବି ପ୍ରଶ୍ନ ଉଠାଇଥିଲେ । ତା’ ପରେ ସେ କହିଥିଲେ, ‘‘ଏବେ ଦେଖ ଆମେ କେମିତି ବିଶ୍ୱ କପ୍‌ ଜିତୁଛୁ ।’’



ଏହା ବି ପଢ଼ନ୍ତୁ | Mamita Meher Murder Case: ଜେଲ୍ ଗଲା ଗୋବିନ୍ଦ; ମମିତାଙ୍କ ପରିବାରଠୁ ରକ୍ତ ନମୁନା ସଂଗ୍ରହ ହେଲା

ମହମ୍ମଦ ଆମୀର ଏମିତି ଶବ୍ଦର ସୀମା ଅତିକ୍ରମ କରୁଥିବା ଦେଖି ହରଭଜନ ସିଂ ବି ପୁରୁଣା ମ୍ୟାଚର ଗୋଟେ ଭିଡିଓ ଶେୟାର୍‌ କରିଥିଲେ । ଏଥିରେ ଭାରତକୁ ପାକ୍ସିତାନ ବିରୁଦ୍ଧରେ ମ୍ୟାଚ୍‌ ଜିତିବାକୁ ମାତ୍ର ୩ ରନ୍ ଦରକାର ଥିଲା, ଆଉ ହରଭଜନ ଗୋଟେ ଛକ୍କା ମାରି ଟିମ୍‌ ଇଣ୍ଡିଆକୁ ବିଜୟୀ କରାଇଥିଲେ ।

ଏଇଠି ଦେଖନ୍ତୁ ହରଭଜନ ସିଂଙ୍କ ଦମଦାର୍‌ ଭିଡିଓ:



ଏହା ବି ପଢ଼ନ୍ତୁ ଦେଖନ୍ତୁ ଭିଡିଓ | କ୍ରିକେଟର୍ ହରଭଜନ ସିଂ ଏବେ ଫିଲ୍ମରେ ଅଭିନୟ କରୁଛନ୍ତି; ଦେଖନ୍ତୁ ତାଙ୍କ ଫିଲ୍ମର ଟିଜର୍ VIDEO

ହରଭଜନ ସିଂ ଶେୟାର୍‌ କରିଥିବା ସେହି ଭିଡିଓ ଦେଖିବା ପରେ ଆମୀର୍‌ ଯେମିତି ପ୍ରତିକ୍ରିୟା ଦେଇଥିଲେ ତାକୁ ନେଇ ସୋସିଆଲ ମିଡି଼ଆରେ ତାଙ୍କୁ ଖୁବ୍‌ ସମାଲୋଚନା କରାଯାଉଛି । ସେ ବ୍ୟବହାର କରିଥିବା ଶବ୍ଦ ଉପରେ ପ୍ରଶଂସକମାନେ ତାଙ୍କୁ ଖରାପ ବୋଲି କହୁଛନ୍ତି ।
Published by:Anand S.T. Das
First published: