ଗୁରୁରାଜ ପୂଜାରୀଙ୍କ (ପ୍ରତୀକାତ୍ମକ ଛବି)
News 18 Odia Digital
CWG 2022: ବର୍ମିଂହାମରେ ଖେଳାଯାଉଥିବା କମନୱେଲଥ ଖେଳରେ ଭାରତ ଦ୍ୱିତୀୟ ପଦକ ହାସଲ କରିଛି। ଭାରୋତ୍ତୋଳନରେ ଗୁରୁରାଜ ପୂଜାରୀ ବ୍ରୋଞ୍ଜ ପଦକ ଜିତିଛନ୍ତି। ପୁରୁଷ ୬୧ କିଲୋଗ୍ରାମ ଓଜନ ବର୍ଗରେ ଗୁରୁରାଜ ପୂଜାରୀ ବ୍ରୋଞ୍ଜ ପଦକ ଜିତିଛନ୍ତି। କମନୱେଲଥ ଗେମ୍ସ ୨୦୨୨ ରେ ଏହା ହେଉଛି ଭାରତ ପାଇଁ ଦ୍ୱିତୀୟ ପଦକ।
ଏହି ମ୍ୟାଚରେ ମାଲେସିଆର ମହମ୍ମଦ ଅଞ୍ଜେଲ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ରୌପ୍ୟ ପଦକ ପାପୁଆ ନ୍ୟୁ ଗିନିର ମୋର୍ ବାବା ଜିତିଛନ୍ତି। ବ୍ରୋଞ୍ଜ ପଦକ ଜିତିବାରେ ଭାରତର ଗୁରୁରାଜ ପୂଜାରୀ ସଫଳ ହୋଇଥିଲେ। ଗୁରୁରାଜ ପୂଜାରୀ ୨୬୯ କିଲୋଗ୍ରାମ ଉଠାଇ ପଦକ ଜିତିଛନ୍ତି। ପୂଜାରୀ ୧୧୮ କିଲୋଗ୍ରାମ ଓ ୧୫୧ କିଲୋଗ୍ରାମ ଜର୍କରେ ଉଠାଇ ଥିଲେ। ଲଗାତାର ଦ୍ୱିତୀୟ କମନୱେଲଥ ଗେମ୍ସରେ ପୂଜାରୀ ପଦକ ଜିତିବାରେ ସଫଳ ହୋଇଛନ୍ତି।
କମନୱେଲଥ ଗେମ୍ସରେ ୨୯ ବର୍ଷୀୟ ଗୁରୁରାଜ ପୂଜାରୀଙ୍କର ଏହା ହେଉଛି ଦ୍ୱିତୀୟ ପଦକ। ସେ ୨୦୧୮ର ଗୋଲ୍ଡ କୋଷ୍ଟ ଗେମ୍ସରେ ରୌପ୍ୟ ପଦକ ଜିତିଥିବା ବେଳେ ଗୁରୁରାଜ ମଧ୍ୟ ପଦକ ଜିତିଥିଲେ।
Published by:Sujit Swain
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।