News18 Odia Digital
IPL 2023: ଆଇପିଏଲ୍ ଗ୍ରାଣ୍ଡ ଫିନାଲେରେ (IPL Grand Final) ଚେନ୍ନାଇକୁ ଭେଟିବ କିଏ? ଆଜି ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆଇପିଏଲର (IPL 2023) ଦ୍ବିତୀୟ କ୍ବାଲିଫାୟର ଖେଳାଯିବ। ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜରାଟ ଟାଇଟନ୍ସ (Gujarat Titans) ଓ ମୁମ୍ବାଇ ଇଣ୍ଡିଆନ୍ସ (Mumbai Indians)। ଏହି ମ୍ୟାଚର ବିଜେତା ଫାଇନାଲରେ ଚେନ୍ନାଇ ସୁପରକିଙ୍ଗ୍ସକୁ ଭେଟିବ।
ଆକାଶ ମାଧୱାଲଙ୍କ ଚମତ୍କାର ବୋଲିଂ ବଳରେ ଏଲିମିନେଟରରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଉପରେ ମୁମ୍ବାଇ ଇଣ୍ଡିଆନ୍ସ ବଡ଼ ବିଜୟ ହାସଲ କରିଥିଲା। ତେବେ ଦ୍ବିତୀୟ କ୍ବାଲିଫାୟରରେ ରୋହିତଙ୍କ ଦଳ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁଜୁରାଟ ଟାଇଟନ୍ସରୁ କଡ଼ା ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇପାରେ।
ମାଧୱାଲ ୫ ରନରେ ପାଞ୍ଚ ୱିକେଟ୍ ନେଇଥିବା ବେଳେ ବୁଧବାର ଚେନ୍ନାଇରେ ଖେଳାଯାଇଥିବା ଏଲିମିନେଟରରେ ପାଞ୍ଚ ଥର ଆଇପିଏଲ୍ ଚାମ୍ପିଅନ୍ ମୁମ୍ବାଇ ୮୧ ରନରେ ଲକ୍ଷ୍ନୌକୁ ହରାଇଥିଲା।
ଜସପ୍ରୀତ ବୁମରା ଓ ଜୋଫ୍ରା ଆର୍ଚରଙ୍କ ପରି ଖେଳାଳିଙ୍କ ଅନୁପସ୍ଥିତି ସତ୍ତ୍ୱେ ମୁମ୍ବାଇର ବଡ଼ ବିଜୟ ଅନ୍ୟ ଦଳ ପାଇଁ ଏକ ସତର୍କ ଘଣ୍ଟି। ଚଳିତ ସିଜନରେ ମୁମ୍ବାଇର ପ୍ରଦର୍ଶନ ଅସ୍ଥିର ରହିଛି । କିନ୍ତୁ ଏବେ ଦଳ ଠିକ୍ ସମୟରେ ଫର୍ମକୁ ଫେରିଥିବା ମନେ କରାଯାଉଛି।
କ୍ୟାମେରନ୍ ଗ୍ରୀନ୍, ସୂର୍ଯ୍ୟ କୁମାର ଯାଦବ ଏବଂ ଟିମ୍ ଡେଭିଡ ଏପର୍ଯ୍ୟନ୍ତ ଚ୍ୟାଲେଞ୍ଜକୁ ସଫଳତାର ସହ ପ୍ରତିହତ କରିଛନ୍ତି। ଏମାନଙ୍କ ବ୍ୟତୀତ ଯୁବ ବ୍ୟାଟ୍ସମ୍ୟାନ୍ ନେହଲ ୱାଧେରା ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ରୋହିତ ଶର୍ମା ଏବଂ ଇଶାନ କିଶନଙ୍କ ଓପନିଂ ଯୋଡି ମଧ୍ୟ ଲୟକୁ ଫେରିଛନ୍ତି। ଏହା ସହ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଦଳ ରେକର୍ଡ ଷଷ୍ଠ ଟାଇଟଲ ଆଡକୁ ଅଗ୍ରସର ହେଉଛି।
ଏହି ବ୍ୟାଟ୍ସମ୍ୟାନଙ୍କ ସମ୍ମୁଖରେ ଗୁଜରାଟର ବୋଲରମାନଙ୍କୁ କଡ଼ା ପରୀକ୍ଷା ହେବ, ଯାହାର ନେତୃତ୍ୱ ନେଉଛନ୍ତି ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଶାମି।
ସେହିପରି ଗୁଜରାଟ ଟାଇଟନ୍ସର ସମ୍ଭାବ୍ୟ ଏକାଦଶରେ ଅଛନ୍ତି ଶୁଭମାନ ଗିଲ, ରିଦ୍ଧିମାନ ଶାହ, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ବିଜୟ ଶଙ୍କର, ଡେଭିଡ ମିଲର, ଅଭିନବ ମନୋହର, ରାହୁଲ ତେୱାତିଆ, ରସିଦ ଖାନ, ଅଲଜାରୀ ଜୋସେଫ୍/ଜୋସ ଲିଟିଲ, ନୁର ଅହମ୍ମଦ, ମହମ୍ମଦ ଶାମି।
ଅନ୍ୟପଟେ ମୁମ୍ବାଇ ଇଣ୍ଡିଆନ୍ସ ସମ୍ଭାବ୍ୟ ଏକାଦଶରେ ଅଛନ୍ତି ଇଶାନ କିଷାନ, ରୋହିତ ଶର୍ମା (ଅଧିନାୟକ), କାମରେନ ଗ୍ରୀନ, ସୂର୍ଯ୍ୟ କୁମାର ଯାଦବ, ତିଲକ ବର୍ମା, ଟିମ ସାଉଦି, କ୍ରିସ ଜୋର୍ଡାନ, ହ୍ରିତିକ ସୋକିବ, ପିୟୁଷ ଚାୱାଲା, ଆକାଶ ମଧୱାଲ, ଜାସନ ବେହରନଡଫ୍ର।
ପଢ଼ନ୍ତୁ ଏହି ଖବର: MS Dhoni: ଚର୍ଚ୍ଚାରେ ‘କ୍ୟାପ୍ଟେନ୍ କୁଲ୍’; ଧୋନିଙ୍କ ଅବସରକୁ ନେଇ ପୁଣି ସସ୍ପେନ୍ସଗୁଜରାଟ ପାଇଁ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଖରାପ ପ୍ରଦର୍ଶନ ଚିନ୍ତାର ବିଷୟ। ସେ ଗତ ପାଞ୍ଚଟି ମ୍ୟାଚ୍ରେ ମାତ୍ର ୪୫ ରନ୍ ସଂଗ୍ରହ କରିଛନ୍ତି। ଡେଭିଡ ମିଲର ମଧ୍ୟ ମଧ୍ୟ କ୍ରମରେ ବଡ ଇନିଂସ ଖେଳିବାରେ ବିଫଳ ହୋଇଛନ୍ତି। ଗତ ତିନୋଟି ମ୍ୟାଚ୍ରେ ସେ ଦୁଇ ଅଙ୍କ ମଧ୍ୟ ଛୁଇଁ ପାରିନଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।