ହକି ବିଶ୍ୱକପ ଫାଇନାଲରେ ଜର୍ମାନୀ; ଅଷ୍ଟ୍ରେଲିଆ ୪-୩ ଗୋଲରେ ପରାସ୍ତ

ଶେଷ ମିନିଟରେ ଗୋଲ ଦେଇ ହକି ବିଶ୍ୱକପ ଫାଇନାଲରେ ଜର୍ମାନୀ । କିନ୍ତୁ ମ୍ୟାଚ ଆରମ୍ଭରୁ ନିଜର ଆଧିପତ୍ୟ ଜାହିର କରିଥିଲା ଅଷ୍ଟ୍ରେଲିଆ ।

ହକି ବିଶ୍ୱକପ ଫାଇନାଲରେ ଜର୍ମାନୀ

ହକି ବିଶ୍ୱକପ ଫାଇନାଲରେ ଜର୍ମାନୀ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ବିଶ୍ୱକପ ହକି ଫାଇନାଲରେ ଜର୍ମାନୀ । ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୪-୩ ଗୋଲରେ ପରାସ୍ତ କରି ଫାଇନାଲ ଖେଳିବାକୁ ସିଟ ପକ୍କା କରିଛି ଜର୍ମାନୀ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ପ୍ରଥମ ସେମିର ଏହି ରୋମାଞ୍ଚକର ମ୍ୟାଚରେ ଆରମ୍ଭରୁ ଅଷ୍ଟ୍ରେଲିଆ ଆଗୁଆ ରହିଥିଲା। ହେଲେ ତୃତୀୟ କ୍ୱାଟର ଆରମ୍ଭରୁ ଜର୍ମାନୀ କମବ୍ୟାକ କରି ବିଜୟ ଲାଭ କରିଥିଲା ।

ଶୁକ୍ରବାର ଖେଳା ଯାଇଥିବା ପ୍ରଥମ ସେମିଫାଇନାଲ ମ୍ୟାଚ ଆରମ୍ଭରୁ ଅଷ୍ଟ୍ରେଲିଆ ନିଜର ଆଧିପତ୍ୟ ଜାହିର କରିଥିଲା। ମ୍ୟାଚର ୧୨ମିନିଟରେ ଅଷ୍ଟ୍ରେଲିଆ ଖେଳାଳି ଜେର୍ମି ହାଇୱାର୍ଡ ପେନାଲଟି କର୍ଣ୍ଣରକୁ ଗୋଲରେ ପରିଣତ କରି ଦର୍ଶକ ମାନଙ୍କ ମଧ୍ୟରେ ଉତ୍ସାହ ଭରିଥିଲେ । ପରେ ମ୍ୟାଚର ୨୭ମିନିଟରେ ନାଥନ ଫର୍ମୁସ ଏକ ସୁନ୍ଦର ଫିଲଡ଼ ଗୋଲ ଦେଇ ଦ୍ଵିତୀୟ କ୍ୱାଟର ଶେଷ ସୁଦ୍ଧା ମ୍ୟାଚକୁ ନିଜ ନିୟନ୍ତ୍ରଣକୁ ଆଣିଥିଲେ।

ଜନ୍ମଠୁ ନେଇ ଅନେକ..ଜୟା କିଶୋରୀ ଓ ବାଗେଶ୍ୱର ବାବାଙ୍କ ଭିତରେ ରହିଛି ସମାନତା


ଦୁଇଟି କ୍ୱାଟର ସୁଧା ଗୋଲ ଶୂନ୍ୟ ଥିବା ଜର୍ମାନୀ କିନ୍ତୁ ତୃତୀୟ କ୍ୱାଟରରେ କମବ୍ୟାକ କରିଥିଲା। ମ୍ୟାଚର ୪୩ ସେକେଣ୍ଡ ରେ ଗଞ୍ଜଲୋ ପିଏଲଟ ପେନାଲଟି କର୍ଣ୍ଣରକୁ ଗୋଲରେ ପରିଣତ କରି ଦଳୀୟ ସ୍କୋରକୁ ୧-୨ରେ ପହଂଞ୍ଚାଇ ଥିଲେ । ସେହିଭଳି ୫୨ମିନିଟରେ ପୁଣି ଏକ ପେନାଲଟି କାର୍ଣ୍ଣରକୁ ଗୋଲରେ ପଋଣତ କରିଥିଲେ ଗଞ୍ଜଲୋ ପିଏଲଟ। ଯାହା ଫଳରେ ମ୍ୟାଚ ୨-୨ଗୋଲରେ ସମାନ ରହି ଷ୍ଟାଡିୟମରେ ରୋମାଞ୍ଚ ଭରିଥିଲା ।

ଖୁବଶୀଘ୍ର ପରଦାକୁ ଆସିବ MS ଧୋନିଙ୍କ ଫିଲ୍ମ; ଚଳଚ୍ଚିତ୍ର ଓ କଳାକାରଙ୍କ ନାମ ହେଲା ଘୋଷଣା


ଫାଇନାଲ ଟିକେଟ ପାଇଁ ଦୁଇ ଦଳ ସଂଘର୍ଷ ଜାରି ରଖିଥିବା ବେଳେ ୫୮ମିନିଟରେ ଅଷ୍ଟ୍ରେଲିଆକୁ ମିଳିଥିଲା ପୁଣି ଏକ ପେନାଲଟି କର୍ଣ୍ଣର। ଯାହାକୁ ବ୍ଲାକ ଗୋଭର୍ସ ଗୋଲଦେଇ କିଛି ସମୟ ପାଇଁ ଅଷ୍ଟ୍ରେଲିଆ ଦର୍ଶକ ମାନଙ୍କ ମନରେ ଉତ୍ସାହ ଭରିଥିଲେ। ହେଲେ ୫୯ ମିନିଟରେ ଜର୍ମାନୀକୁ ପୁଣି ଏକ ପେନାଲଟି କର୍ଣ୍ଣର ମିଳିଥିଲା । ଯାହାକୁ ଜର୍ମାନୀ ଷ୍ଟାର ଖେଳାଳୀ ଗଞ୍ଜଲୋ ପିଏଲଟ ଗୋଲଦେଇ ମ୍ୟାଚକୁ ସମାନ ସ୍ଥିତିକୁ ଆଣି ଷ୍ଟାଡିୟମରେ ରୋମାଞ୍ଚ ଭରିଥିଲେ । ଆଉ ଶେଷ ମିନିଟ ଥିଲା ଉଭୟ ଟିମ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ଯାହାର ଫାଇଦା ନେଇଥିଲା ଜର୍ମାନୀ।  ନିକଲସ ୟଲେନ ଏକ ଚମତ୍କାର ଫିଲଡ଼ ଗୋଲ ଦେଇ ଫାଇନାଲରେ ଜାଗା ପକା କରିଥିଲେ ।
Published by:Soumya Das
First published: