News 18 Odia Digital
ଭୁବନେଶ୍ୱର; ଆଜି କଳିଙ୍ଗ ଷ୍ଟାଡିୟମରେ (Kalinga stadium ) ଖେଳା ଯାଉଛି ଦ୍ଵିତୀୟ କ୍ରସଓଭର। ଦ୍ଵିତୀୟ କ୍ରସଓଭରର ପ୍ରଥମ ମ୍ୟାଚ୍ ଜର୍ମାନୀ (Germany) ଓ ଫ୍ରାନ୍ସ ( France) ମଧ୍ୟରେ ଖେଳାଯାଇଛି । ଜର୍ମାନୀ ପ୍ରଥମ କ୍ଵାଟରରୁ ହିଁ ଫ୍ରାନ୍ସକୁ ଡମିନେଟ କରିଥିବା ଦେଖିବାକୁ ମିଳିଥିଲା। ଜର୍ମାନୀ ପ୍ରଥମ କ୍ଵାଟରରେ ହିଁ ୨ ଟି ପନାଲ୍ଟି କର୍ଣ୍ଣର ହାସଲ କରିଥିଲା କିନ୍ତୁ ସ୍କୋର କରିବାରେ ବିଫଳ ହେଇଥିଲା । ଅନ୍ୟପଟେ ଫ୍ରାନ୍ସକୁ ଗୋଟିଏ ପେନାଲଟି କର୍ଣ୍ଣର ମିଳିଥିଲା କିନ୍ତୁ ଫ୍ରାନ୍ସ ବି ତାର ଫାଇଦା ନେଇ ପାରିନଥିଲା।

୧୪ ମିନିଟରେ ହିଁ ଜର୍ମାନୀ ତରଫରୁ ମର୍କୋ ମିଲ୍ଟକାଉ ପ୍ରଥମ ଗୋଲ ନିଜ ନାଁରେ କରି ନେଇଥିଲା। ଦ୍ଵିତୀୟ କ୍ଵାଟରରେ ବି ଜର୍ମାନୀ ନିଜ ଆଟାକ ଜାରୀ ରଖିଥିଲା । ୧୮ ମିନିଟର ନିକ୍ଳସ ୱିଲ୍ଲେନ୍ ଦ୍ଵିତୀୟ ଗୋଲ କରିଥିଲେ ଫିଲ୍ଡ ଗୋଲ ମାଧ୍ୟମରେ । ୨୩ ମିନିଟରେ ମାଟ ଗ୍ରମ୍ବୁସ ଫିଲ୍ଡ ଗୋଲ ମାଧ୍ୟମରେ ତୃତୀୟ ଗୋଲ ସ୍କୋର କରିଥିଲେ । ୩ ଟି ପେନାଲ୍ଟୀ କର୍ଣ୍ଣର ଦଳ ହାସଲ କରିଥିଲେ ମଧ୍ୟ କେବଳ ଗୋଟିଏକୁ ଗୋଲରେ ପରିଣତ କରିପାରିଥିଲା। ଯାହାକି ୨୪ ମିନିଟରେ ଜର୍ମାନୀ ତରଫରୁ ପେନାଲ୍ଟୀ କର୍ଣ୍ଣର ମାଧ୍ୟମରେ ମୋର୍ଟିଜ ଟ୍ରମ୍ପର୍ଜ ଗୋଲ କରିଥିଲେ । ୨୮ ମିନିଟରେ ଫ୍ରାନ୍ସ ଗୋଟିଏ ପେନାଲ୍ଟି କର୍ଣ୍ଣର ପାଇଥିଲେ ସୁଦ୍ଧା ଗୋଲ ସ୍କୋର କରି ପାରି ନଥିଲା। ଏହା ସହିତ ହାଫ୍ ଟାଇମ୍ ସୁଦ୍ଧା ଜର୍ମାନୀ ୪-୦ ଗୋଲରେ ଲିଡ୍ କରିଥିଲା।
ତୃତୀୟ କ୍ୱାଟର ଆରମ୍ଭରୁ ହିଁ ଜର୍ମାନୀ ୩୪ ମିନିଟରେ ଦୁଇଟି ପେନାଲଟି କର୍ଣ୍ଣର ହାସଲ କରିଥଲେ ମଧ୍ୟ ସ୍କୋର କରି ପାରି ନଥିଲା। ୪୪ ମିନିଟରେ ଆଉ ଏକ ପେନାଲ୍ଟି କର୍ଣ୍ଣର ହାସଲ କରି ପୁଣି ଗୋଲ କରିବାରେ ବିଫଳ ହେଇଥିଲା ଜର୍ମାନୀ।
ଚତୁର୍ଥ କ୍ୱାଟରରେ କିଛି ମାତ୍ରାରେ ଫ୍ରାନ୍ସର ଆଟାକ ଦେଖିବାକୁ ମିଳିଥିଲା । ୫୭ ମିନିଟରେ ଫ୍ରାନ୍ସ ଚାରିଟି ପେନାଲଟି କର୍ଣ୍ଣର ହାସଲ କରି ଗୋଟିଏ ଗୋଲ ଦେବାରେ ସକ୍ଷମ ହେଇଥିଲା। ୫୮ ମିନିଟରେ ପୁଣି ଦୁଇଟି ପେନାଲଟି କର୍ଣ୍ଣର ପାଇଥିଲେ ମଧ୍ୟ ଗୋଲ କରି ପାରିନଥିଲା ଫ୍ରାନ୍ସ। କିନ୍ତୁ ୫୯ ମିନିଟରେ ଜର୍ମାନୀ ପୁଣି ଏକ ପ୍ରନାଲ୍ଟି କର୍ଣ୍ଣର ହାସଲ କରି ଗଞ୍ଜାଲୋ ପେଇଲ୍ଲଟ ୫ ପଞ୍ଚମ ଗୋଲ ଦେଇଥିଲେ। ଏହା ସହିତ ଜର୍ମାନୀ ଫ୍ରାନ୍ସ କୁ ୫-୧ ଗୋଲ ରେ ହରେଇ କ୍ୱାଟର ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି ।
ଅଧିକ ଖବର ପଢ଼ନ୍ତୁ-
http://ଗାଇ ଚୋରା ଚାଲାଣକାରୀ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ; କୋର୍ଟ କହିଲେ- ଗାଇ ଆମର ମା'Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।