ଧୋନୀ-କୋହଲିଙ୍କୁ ପୂଜା କରିବା ବନ୍ଦ କର: ଗୌତମ ଗମ୍ଭୀର

ଭାରତୀୟ କ୍ରିକେଟ ସବୁଠୁ ବଡ ବୋଲି ଭାବିବାକୁ ପଡିବ। ଜଣେ କି ଦୁଇ ଜଣ କ୍ରିକେଟରକୁ ନୁହେଁ: ଗମ୍ଭୀର

ଗୌତମ ଗମ୍ଭୀର (ପ୍ରତୀକାତ୍ମକ ଛବି)

ଗୌତମ ଗମ୍ଭୀର (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ନୂଆ ଦିଲ୍ଲୀ: ଭାରତର ପୂର୍ବତନ ଓପନର୍ ତଥା ବର୍ତ୍ତମାନର ସମୀକ୍ଷକ ଗୌତମ ଗମ୍ଭୀର ପୁଣିଥରେ ଭାରତୀୟ କ୍ରିକେଟରେ ହିରୋ ସଂସ୍କୃତି ଉପରେ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ ଭାରତୀୟ କ୍ରିକେଟ୍ ପ୍ରଶଂସକମାନେ ହିରୋଙ୍କୁ ପୂଜା କରିବା ବନ୍ଦ କରିବା ଉଚିତ୍, ଏହା କ୍ରିକେଟ୍ ପାଇଁ ଭଲ ହେବ ନାହିଁ।

ଏକ ସାକ୍ଷାତକାରରେ ଗମ୍ଭୀର କହିଛନ୍ତି ଯେ ଯେତେବେଳେ ଆପଣ କାହାକୁ ପୂଜା କରିବା ଆରମ୍ଭ କରନ୍ତି, ସେତେବେଳେ ତାଙ୍କ ସହିତ ଉପସ୍ଥିତ ଅନେକ ଖେଳାଳି ସେଠାରେ ରହିଯାଆନ୍ତି, ଆଗକୁ ବଢି ପାରନ୍ତି ନାହିଁ। ପୂର୍ବରୁ ମହେନ୍ଦ୍ର ସିଂ ଧୋନି ଥିଲେ ଓ ବର୍ତ୍ତମାନ ବିରାଟ କୋହଲି ଅଛନ୍ତି। ଯେତେବେଳେ ବିରାଟ କୋହଲି ଟି -20 ମ୍ୟାଚରେ ଏକ ଶତକ ହାସଲ କରିଥିଲେ, ସେତେବେଳେ ଭୁବନେଶ୍ୱର କୁମାରଙ୍କ ବିଷୟରେ କେହି ଅଲୋଚନା କରିନଥିଲେ।

ପୂର୍ବତନ କ୍ରିକେଟର କହିଛନ୍ତି ଯେ ମୁଁ କେବଳ ଜଣେ ଥିଲି  ଯିଏ କମେଣ୍ଟ୍ରିରେ ଚାରି ଓଭରରେ ୪ ରନ୍ ପାଇଁ ୫ ୱିକେଟ୍ ନେବା ସହଜ ନୁହେଁ ବୋଲି ବାରମ୍ବାର କହିଛି। ଭାରତ ହିରୋଙ୍କୁ ପୂଜା କରିବା ବନ୍ଦ କରିବାକୁ ପଡିବ, ଆପଣଙ୍କୁ କେବଳ ଭାରତୀୟ କ୍ରିକେଟକୁ ବଡ ବୋଲି ଭାବିବାକୁ ପଡିବ।
Published by:Soumya Das
First published: