ବେଆଇନ ଲାଇବ୍ରେରୀ ନିର୍ମାଣ ଅଭିଯୋଗରେ ଗୌତମ ଗମ୍ଭୀରଙ୍କୁ ସମନ ପଠାଇଲେ ଦିଲ୍ଲୀ କୋର୍ଟ

ପୂର୍ବ ଦିଲ୍ଲୀର କଡକଡଡୁମାଠାରେ ସରକାରୀ ଜମିରେ ବେଆଇନି ଲାଇବ୍ରେରୀ ନିର୍ମାଣ ଅଭିଯୋଗରେ ଭାରତୀୟ ଜନତା ପାର୍ଟି ସାଂସଦ ଗୌତମ ଗମ୍ଭୀରଙ୍କୁ ସମନ ପଠାଇଲେ ଦିଲ୍ଲୀ କୋର୍ଟ।

ଗୌତମ ଗମ୍ଭୀର

ଗୌତମ ଗମ୍ଭୀର

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: ପୂର୍ବ ଦିଲ୍ଲୀର କଡକଡଡୁମାଠାରେ ସରକାରୀ ଜମିରେ ବେଆଇନି ଲାଇବ୍ରେରୀ ନିର୍ମାଣ ଅଭିଯୋଗରେ ଭାରତୀୟ ଜନତା ପାର୍ଟି ସାଂସଦ ଗୌତମ ଗମ୍ଭୀରଙ୍କୁ ସମନ କଲେ ଦିଲ୍ଲୀ କୋର୍ଟ। ସୂଚନା ଅନୁଯାୟୀ ପ୍ରିୟା ଏନକ୍ଲାଭରେ ଏକ ଅଳିଆ ଗଦା ପାଇଁ ଥିବା ମ୍ୟୁନିସିପାଲଟି ଜାଗାରେ ବେଆଇନ ଭାବେ ଲାଇବ୍ରେରୀ ନିର୍ମାଣ କରିଛନ୍ତି। ଅତିରିକ୍ତ ବରିଷ୍ଠ ସିଭିଲ୍ ଜଜ୍ ହିମାଂଶୁ ରମଣ ସିଂ ଏକ ଆଦେଶରେ କହିଛନ୍ତି ଯେ ସମସ୍ୟାର ସମାଧାନ ପାଇଁ ଉତ୍ତରଦାତା (ଗମ୍ଭୀର ଏବଂ ଏମସିଡି) କୁ ୧୩ ଡିସେମ୍ବର, ୨୦୨୨ ପାଇଁ ସମନ ଏବଂ ଆବେଦନ ବିଜ୍ଞପ୍ତି ପଠାଇଛୁ। ଓକିଲ ରବି ଭାର୍ଗବ ଏବଂ ରୋହିତ କୁମାରଙ୍କ ଦ୍ୱାରା ଆବେଦନ କରାଯାଇଛି।

ଅଭିଯୋଗ ଅନୁସାରେ, ଗମ୍ଭୀର ଏମ୍‌ସିଡିର ବରିଷ୍ଠ ଅଫିସରଙ୍କୁ ମତାଇ ବେଆଇନ ଭାବେ ଲାଇବ୍ରେରୀ ନିର୍ମାଣ କରିଥିଲେ। ଏହି ସ୍ଥାନରେ ଆଗରୁ ୩୦୦ ସ୍କୋୟାର ଫିଟର ଅଳିଆ ଗଦା ଥିଲା। କିନ୍ତୁ ଏମ୍‌ସିଡିର ବରିଷ୍ଠ ଅଧିକାରୀ ଅଳିଆ ଗଦାକୁ ଚତୁରତାର ସହ ହଟେଇ ଦେଇଥିଲେ। ଆବେଦନକାରୀ କୋର୍ଟରେ ଦାଖଲ କରିଛନ୍ତି ଯେ ବର୍ତ୍ତମାନର ମକଦ୍ଦମାକୁ ଧାରା ୯୧ ସିପିସି ଅନୁଯାୟୀ ଦାଖଲ କରାଯାଇପାରିବ। ଏହି ପ୍ରସଙ୍ଗରେ ବିଜେପି ବିଧାୟକ ଅନୀଲ ବାଜପେୟୀଙ୍କ ଦ୍ୱାରା ଏଲ- ଜି (L-G)କୁ ପଠାଯାଇଥିବା ଅଭିଯୋଗ ବିଷୟରେ ଉଲ୍ଲେଖ କରାଯାଇଛି। ଆବେଦନକାରୀମାନେ ଅକ୍ଟୋବର ୭, ୨୦୨୨ରେ ଏକ ଜାତୀୟ ଇଂରାଜୀ ଦୈନିକ ପ୍ରକାଶିତ ଏକ ଆର୍ଟିକିଲକୁ ମଧ୍ୟ ଉଲ୍ଲେଖ କରିଛନ୍ତି ଯେଉଁଥିରେ ଗମ୍ଭୀର କହିଛନ୍ତି ଯେ ସେ କୌଣସି କର୍ତ୍ତୃପକ୍ଷଙ୍କ ଅନୁମତି ନେଇ ନାହାଁନ୍ତି।
Published by:Soumyashree Mishra
First published: