News 18 Odia Digital
କତାର: କତାରରେ ଫିଫା ବିଶ୍ୱକପ ୨୦୨୨ର ଉତ୍ସାହ ଜାରି ରହିଛି। ଏହି ଟୁର୍ନାମେଣ୍ଟର କ୍ୱାର୍ଟର ଫାଇନାଲ ମ୍ୟାଚ୍ ବର୍ତ୍ତମାନ ଶେଷ ହୋଇଛି। ମୋଟ ୪ଟି ଦଳ ମଧ୍ୟ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ବିଶେଷ କଥା ହେଉଛି ସୁପର ୧୬ ରାଉଣ୍ଡ ପରେ କ୍ୱାର୍ଟର ଫାଇନାଲ ରାଉଣ୍ଡରେ ମଧ୍ୟ ଏକ ବଡ଼ ଉତ୍ତେଜନା ଦେଖାଦେଇଛି। ଫିଫା ବିଶ୍ୱକପରେ ଇଂଲଣ୍ଡ ଏବଂ ପର୍ତ୍ତୁଗାଲ ପରି ଦଳ ବିଶ୍ୱକପ୍ ରେସ୍ ରୁ ବାହାରିବା ପ୍ରଶଂସକଙ୍କ ପାଇଁ ଏକ ଝଟକା ଥିଲା। ସେମିଫାଇନାଲରେ ପ୍ରବେଶ କରିଥିବା ଚାରିଟି ଦଳ ମଧ୍ୟରେ ଫ୍ରାନ୍ସ, ଆର୍ଜେଣ୍ଟିନା, କ୍ରୋଏସିଆ ଏବଂ ମୋରୋକୋ ଅନ୍ତର୍ଭୁକ୍ତ। ଭାରତରେ, ଆପଣ ଜିଓ ସିନେମା ଆପରେ ସେମିଫାଇନାଲ୍ ଲାଇଭ୍ ଦେଖିପାରିବେ।
ପ୍ରଥମ ସେମି ଫାଇନାଲ- ଆର୍ଜେଣ୍ଟିନା ବନାମ କ୍ରୋଏସିଆ (ସକାଳ ୧୨.୩୦) - ୧୪ ଡିସେମ୍ବର
ଦ୍ୱିତୀୟ ସେମି ଫାଇନାଲ-ଫ୍ରାନ୍ସ ବନାମ ମୋରୋକୋ (୧୨:୩୦) - ୧୫ ଡିସେମ୍ବର
ତୃତୀୟ ସ୍ଥାନ ମ୍ୟାଚ୍ ଡିସେମ୍ବର ୨୦୨୨ - ରାତି ୮:୩୦
ଚଳିତ ବିଶ୍ବକପରେ ଏପର୍ଯ୍ୟନ୍ତ ଗୋଟିଏ ବି ଗୋଲ୍ ବରଣ କରିନଥିବା ମରକ୍କୋ କେବଳ ଗ୍ରୁପ୍ ପର୍ଯ୍ୟାୟରେ ନୟେଫ ଅଗୁଏର୍ଡଙ୍କ ଆତ୍ମଘାତୀ ଗୋଲ୍ ଯୋଗୁଁ ଗୋଟିଏ ଗୋଲ୍ ଏହା ବିପକ୍ଷରେ ଯାଇଥିଲା। ଏପରିକି ସ୍ପେନ୍ ବିପକ୍ଷ ପେନାଲ୍ ଟି ସୁଟ୍ ଆଉଟ୍ ରେ ମଧ୍ୟ ମରକ୍କୋ ପୋଷ୍ଟ୍ କୁ ଗୋଟିଏ ବି ବଲ୍ ଯାଇପାରିନଥିଲା।
ପର୍ତୁଗାଲ୍ ବିପକ୍ଷରେ ବି ପ୍ରଥମାର୍ଦ୍ଧରେ ସମାନ ପ୍ରଦର୍ଶନ ଜାରି ରଖି ମରକ୍କୋ ଡିଫେଣ୍ଡରମାନେ ଦଳକୁ ରକ୍ଷା କରିଥିଲେ। ୪୨ତମ ମିନିଟ୍ ରେ ୟାହା ଅତିତାତ୍ ଅଲ୍ଲାଙ୍କ ଲମ୍ବା ପାସ୍ କୁ ୟୁସୁଫ୍ ଏନ୍ ନେସିରି ଉଚ୍ଚ ହେଡର ଯୋଗେ ଗୋଲ୍ ଦେଇଥିଲେ। ଯଦିଓ ଗୋଲ୍ ରକ୍ଷକ ଡିଏଗୋ କୋଷ୍ଟା ଏହାକୁ ଧରିବା ପାଇଁ ପ୍ରୟାସ କରିଥିଲେ, କିନ୍ତୁ ନେସିରିଙ୍କ ହେଡର ଉଚ୍ଚତା ପର୍ଯ୍ୟନ୍ତ ସେ ପହଞ୍ଚିପାରିନଥିଲେ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।