News18 Odia Digital
ନୂଆ ଦିଲ୍ଲୀ: ଦୀର୍ଘ ୩୬ ବର୍ଷ ପରେ ବିଶ୍ୱକପ ହାତେଇଛି ଆର୍ଜେଣ୍ଟିନା।ଲୁସାଇଲ୍ ଆଇକନିକ ଷ୍ଟାଡିୟମ୍ରେ ରବିବାର ଖେଳାଯାଇଥିବା କଡ଼ା ପ୍ରତିଦ୍ବନ୍ଦ୍ବିତା ଭରା ତଥା ରୋମାଞ୍ଚକର ମ୍ୟାଚ୍ରେ ଗତ ବର୍ଷର କୋପା ଆମେରିକା ବିଜେତା ଆର୍ଜେଣ୍ଟିନା ୪-୨ (୩-୩) ସୁଟ୍ଆଉଟ୍ରେ ଗତଥର ବିଶ୍ବ ବିଜେତା ଫ୍ରାନ୍ସକୁ ପରାସ୍ତ କରି ଜୁଲସ ରିମେଟ ଟ୍ରଫି ଜିତିଛି। ଏହି ବିଜୟ ଫଳରେ ମେସିଙ୍କ ଦୀର୍ଘ ଦିନର ସ୍ବପ୍ନ ମଧ୍ୟ ସାକାର ହୋଇଛି।
ଆର୍ଜେଣ୍ଟିନା ଓ ଫ୍ରାନ୍ସ ମଧ୍ୟରେ ଫିଫା ବିଶ୍ୱକପ ୨୦୨୨ ଶେଷ ହୋଇଛି। ବିଶ୍ୱକପ ଫାଇନାଲ ଖେଳର ଶେଷ ପର୍ଯ୍ୟନ୍ତ ମ୍ୟାଚ ବେଶ ସଂଘର୍ଷପୂର୍ଣ୍ଣ ରହିଥିଲା। ଦୁଇ ଦୁଇ ଥର ଅତିରିକ୍ତ ସମୟ ମିଳିଥିଲେ ମଧ୍ୟ ଫଳାଫଳ ଡ୍ର ରହିଥିଲା। ଶେଷରେ ବିଜେତା ବାଛିବା ପାଇଁ ପେନାଲ୍ଟି କର୍ଣ୍ଣର ସହାୟତା ନିଆଯାଇଥିଲା। କିଏ ପ୍ରଥମେ ଷ୍ଟ୍ରାଇକ କରିବ ସେ ନେଇ ଟସ ପକାଯାଇଥିଲା। ଟସ ଜିତି ଫ୍ରାନ୍ସ ପ୍ରଥମେ ଆସିଥିଲା। ଉଭୟ ଦଳକୁ ୫ଟି ଲେଖାଏଁ ସୁଯୋଗ ଦିଆଯାଇଥିଲା। ତେବେ ଫ୍ରାନସ୍ ୪-୨ ଗୋଲ ବ୍ୟବଧାନରେ ବିଜୟ ହାସଲ କରିଥିଲା।
ବିଜୟ ହାସଲ କରିବା ପାଇଁ ଉଭୟ ଦଳ ବେଶ ସଂଘର୍ଷପୂର୍ଣ୍ଣ ଖେଳ ପ୍ରଦର୍ଶନ କରିଥିଲେ। ପ୍ରଥମାର୍ଦ୍ଧରେ ଆର୍ଜେଣ୍ଟିନା ପକ୍ଷରୁ ଦୁଇଟି ଗୋଲ ହୋଇଥିବା ବେଳେ ଖେଳର ଦ୍ୱିତୀୟାର୍ଦ୍ଧରେ ଫ୍ରାନସର ଏମବାପେ ଗୋଲ ପରିଶୋଧ କରିବାରେ ସକ୍ଷମ ହୋଇଥିଲେ। ଫାଇନାଲ ବେଶ ସଂଘର୍ଷପୂର୍ଣ୍ଣ ରହିଥିଲା। ପ୍ରଥମରେ ଆର୍ଜେଣ୍ଟିନା ପକ୍ଷରୁ ଦୁଇଟି ଗୋଲ ହୋଇଥିବା ବେଳେ ଦ୍ୱିତୀୟରେ ଫ୍ରାନ୍ସ ଉଭୟ ଗୋଲକୁ ସୁଝି ଖେଳକୁ ବରାବର ରହିଥିଲା। ମ୍ୟାଚ୍ର ୨୨ତମ ମିନିଟରେ ପେନାଲ୍ଟି ଗୋଲରେ ପରିଣତ କରି ମେସି ତାଙ୍କ ଦଳକୁ ଏକ ବଡ଼ ଅଗ୍ରଣୀ ଦେଇଛନ୍ତି। ତାଙ୍କ ପରେ ଡି ମାରିଆ ମଧ୍ୟ ଗୋଲ ସ୍କୋର କରି ୨-୦ରେ ଆଗୁଆ ହୋଇଥିଲେ। ସେହିପରି ଦ୍ୱିତୀୟାର୍ଦ୍ଧରେ ଏମ ବାପେ ଦୁଇଟି ଗୋଲକୁ ପରିଶୋଧ କରି ଖେଳକୁ ନାଟକୀୟ ମୋଡ଼ରେ ରଖିଥିଲେ। ପଛରେ ପଡ଼ିଯାଇଥିବା ଫ୍ରାନ୍ସ ଖେଳର ଶେଷ ମୁହୁର୍ତ୍ତକୁ ଜବରଦସ୍ତ କମବ୍ୟାକ କରିଥିଲା। ଶେଷ ପର୍ଯ୍ୟନ୍ତ ଖେଳ ୨-୨ ଗୋଲ ବ୍ୟବଧାନରେ ଆଗୁଆ ରହିଥିଲା। ଶେଷ ପର୍ଯ୍ୟନ୍ତ ଉଭୟ ଦଳ ବିଜୟ ହାସଲ ପାଇଁ ସଂଘର୍ଷ ପୂର୍ଣ୍ଣ ଲଢେଇ କରିଥିଲେ।
ଶେଷ ବେଳକୁ ମ୍ୟାଚ ଡ୍ରରେ ଶେଷ ହୋଇଥିଲା। ଉଭୟ ଦଳ ଦୁଇଟି ଲେଖାଏଁ ଗୋଲ କରି ଖେଳକୁ ୨-୨ରେ ଡ୍ର ରହିଥିଲା। ଏହା ପରେ ରେଫରୀ ଅତିରିକ୍ତ ୮ ମିନିଟ ସମୟ ଦେଇଥିଲେ। ତେବେ ଏହି ୮ ମିନିଟରେ ବାଜି ପଲଟାଇବାକୁ ଉଭୟ ଦଳ ବେଶ ସଂଘର୍ଷ କରିଥିଲେ। ମାତ୍ର ଉଭୟ ଦଳଙ୍କୁ ନିରାଶ ହେବାକୁ ପଡ଼ିଥିଲା। ଗୋଲ କରିବାକୁ ଉଭୟ ଦଳ ପରସ୍ପର ଉପରେ ଚାପ ପକାଇଥିଲେ। ମାତ୍ର ନିଜର ମଜବୁତ ରଣନୀତି ବଳରେ ପରସ୍ପର ପରସ୍ପର ଉପରେ ଭାରି ପଡ଼ିଥିଲେ। ତେବେ ଶେଷ ପର୍ଯ୍ୟନ୍ତ ଖେଳ ୨-୨ ଗୋଲ ବ୍ୟବଧାନରେ ଆଗୁଆ ରହିଥିଲା। ଅତିରିକ୍ତ ସମୟ ଶେଷ ପର୍ଯ୍ୟନ୍ତ ଖେଳ ୨-୨ରେ ବରାବର ରହିଥିଲା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।