ପଡ଼ିଆରେ ଶୁଭମନ ଗିଲଙ୍କୁ ଦେଖି ସାରା ସାରା ଚିତ୍କାର କଲେ ଦର୍ଶକ; ଏନଜୟ କଲେ ବିରାଟ

Shubman Gill On Field: ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଟିମ୍ ଇଣ୍ଡିଆ ଖେଳ ଦେଖିବାକୁ ମିଳୁଛି। କିନ୍ତୁ ପଡ଼ିଆରେ ଶୁଭମନ ଗିଲଙ୍କୁ ଦେଖି ଦର୍ଶକ ସାରା ଅଲ୍ଲି ଖାନଙ୍କ ନାଁ ନେଇ ଚିତ୍କାର କରୁଥିବାର ନଜର ଆସୁଛନ୍ତି।

ପଡ଼ିଆରେ ଶୁଭମନ ଗିଲଙ୍କୁ ଦେଖି ସାରା ସାରା ଚିତ୍କାର କଲେ ଦର୍ଶକ

ପଡ଼ିଆରେ ଶୁଭମନ ଗିଲଙ୍କୁ ଦେଖି ସାରା ସାରା ଚିତ୍କାର କଲେ ଦର୍ଶକ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

Shubman Gill On Field: ଆଜିକାଲି ଭାରତୀୟ କ୍ରିକେଟର ଶୁବମନ ଗିଲଙ୍କ (Shubman Gill ) ସହ ବଲିଉଡର ଚୁଲବୁଲି ଅଭିନେତ୍ରୀ ସାରା ଅଲ୍ଲି ଖାନଙ୍କ (Sara Ali Khan) ନାମକୁ ଯୋଡି ବେଶ୍ ଚର୍ଚ୍ଚା ହେଉଛି।

ଇତିମଧ୍ୟରେ ସୋସିଆଲ ମିଡ଼ିଆରେ ଏକ ଭିଡିଓ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି, ଯେଉଁଥିରେ କ୍ରିକେଟ୍ ପଡ଼ିଆରେ ଶୁଭମନ ଗିଲଙ୍କ ପ୍ରଶଂସକମାନେ ସାରା ଅଲ୍ଲି ଖାନଙ୍କ ନାମ ନେଇ ତାଙ୍କ ସହ ଥଟ୍ଟା କରୁଥିବା ଦେଖିବାକୁ ମିଳିଛୁ।

ନିକଟରେ ଟିମ୍ ଇଣ୍ଡିଆ ଇନ୍ଦୋରରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ତୃତୀୟ ଦିନିକିଆ ଖେଳୁଥିଲା। ଏହି ସମୟରେ ଲୋକଙ୍କ ଭିଡ଼ ସାରାଙ୍କ ନାମ ନେଇ ଶୁଭମନ ଗିଲଙ୍କୁ ଥଟ୍ଟା କରିବା ଆରମ୍ଭ କରିଦେଇଥିଲା। କେବଳ ଏତିକି ନୁହେଁ ପୂରା ଷ୍ଟାଡିୟମ ସାରାଙ୍କ ନାମରେ କମ୍ପିବାରେ ଲାଗିଥିଲା।

ଜବରଦସ୍ତ ଭିଡିଓ

ଭାଇରାଲ ଭିଡିଓରେ, ଆପଣ ଦେଖିପାରିବେ ଯେ ଷ୍ଟାଡିୟମରେ ବସିଥିବା ଜନତା ଶୁଭମନ ଗିଲଙ୍କୁ ଦେଖିବା ମାତ୍ରେ ବଲିଉଡ ଅଭିନେତ୍ରୀ ସାରାଙ୍କ ନାମରେ ପାଟି କରି ଉଠିଥିଲେ। ଦର୍ଶକ କହୁଥିଲେ, ‘‘ଆମ ବୋହୂ କେମିତି ହେବେ? ସାରାଙ୍କ ପରି ହେବା ଉଚିତ୍।’’

ହେଲେ ଏଠାରେ ଦର୍ଶକ ସାରା ଅଲ୍ଲି ଖାନ କଥା କହୁଛନ୍ତି ନା ସାରା ତେନ୍ଦୁଲକରଙ୍କ କଥା ସେ ବିଷୟରେ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କାରଣ କିଛି ସମୟ ପୂର୍ବରୁ ଶୁଭମନ ଏବଂ ସାରା ତେନ୍ଦୁଲକରଙ୍କ ଡେଟିଂ ବିଷୟରେ ଗୁଜବ ମଧ୍ୟ ଉଠିଥିଲା।



ବିରାଟ କୋହଲି ମଧ୍ୟ ଦର୍ଶକଙ୍କ ଏହି ମଜାକୁ ଉପଭୋଗ କରିଥିଲେ

ସେପଟେ ବିରାଟ କୋହଲିଙ୍କ (Virat Kohli) ପ୍ରତିକ୍ରିୟା ମଧ୍ୟ ସମସ୍ତଙ୍କ ହୃଦୟ ଜିତିଥିଲା। ଯେତେବେଳେ ଦର୍ଶକ ସାରାଙ୍କ ନାମରେ ଶୁଭମନଙ୍କ ସହ ଯୋଡି ଡାକୁଥିଲେ ସେତେବେଳେ ବିରାଟ କୋହଲି ଉପଭୋଗ କରୁଥିବାର ନଜର ଆସୁଥିଲେ। ଭିଡିଓରେ, ବିରାଟ ଭିଡ଼କୁ ଦେଖି ନାଚୁଥିବାର ଦେଖାଯାଉଛନ୍ତି।
Published by:Lipina Das
First published: