ଭାରତର ପରାଜୟ.. ୧୧ ରନରେ ପରାସ୍ତ କଲା ଇଂଲଣ୍ଡ: ବ୍ୟର୍ଥ ହେଲା ସ୍ମୃତି ମାନ୍ଧାନାଙ୍କ ଅର୍ଦ୍ଧଶତକ

ପୋର୍ଟ ଏଲିଜାବେଥରେ ଖେଳାଯାଇଥିବା ମ୍ୟାଚରେ ଟିମ୍ ଇଣ୍ଡିଆକୁ ୧୧ ରନରେ ହରାଇଛି ଇଂଲଣ୍ଡ । ଭାରତୀୟ ଅଧିନାୟକ ହରମାନପ୍ରୀତ କୌର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।

ଭାରତର ପରାଜୟ.. ୧୧ ରନରେ ପରାସ୍ତ କଲା ଇଂଲଣ୍ଡ: ବ୍ୟର୍ଥ ହେଲା ସ୍ମୃତି ମାନ୍ଧାନାଙ୍କ ଅର୍ଦ୍ଧଶତକ

ଭାରତର ପରାଜୟ.. ୧୧ ରନରେ ପରାସ୍ତ କଲା ଇଂଲଣ୍ଡ: ବ୍ୟର୍ଥ ହେଲା ସ୍ମୃତି ମାନ୍ଧାନାଙ୍କ ଅର୍ଦ୍ଧଶତକ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ଚାଲିଥିବା ମହିଳା ଟି -20 ବିଶ୍ୱକପରେ (world cup) ଭାରତକୁ ଇଂଲଣ୍ଡ ବିପକ୍ଷରେ ପ୍ରଥମ ପରାଜୟ ମିଳିଛି । ଶନିବାର ପୋର୍ଟ ଏଲିଜାବେଥରେ ଖେଳାଯାଇଥିବା ମ୍ୟାଚରେ ଟିମ୍ ଇଣ୍ଡିଆକୁ (team india) ୧୧ ରନରେ ହରାଇଛି ଇଂଲଣ୍ଡ । ଭାରତୀୟ ଅଧିନାୟକ ହରମାନପ୍ରୀତ କୌର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଇଂଲଣ୍ଡ ୨୦ ଓଭରରେ ସାତ ୱିକେଟ୍ ପାଇଁ ୧୫୧ ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ଟିମ୍ ଇଣ୍ଡିଆ କେବଳ ୨୦ ଓଭରରେ ପାଞ୍ଚ ୱିକେଟରେ ୧୪୦ ରନ୍ ନେଇ ପାରିଥିଲା।

ମହିଳା ଟି -୨୦ ବିଶ୍ୱକପରେ ଇଂଲଣ୍ଡ ଭାରତକୁ ୧୧ ରନରେ ପରାସ୍ତ କରିଛି। ଗ୍ରୁପ୍-ବିରେ ଭାରତୀୟ ଦଳ ବିଜୟର ହ୍ୟାଟ୍ରିକ୍ ଲଗାଇ ପାରିନଥିଲା। ସେ ପ୍ରଥମ ମ୍ୟାଚରେ ପାକିସ୍ତାନକୁ ଓ ପରେ ଦ୍ୱିତୀୟ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ଟିମ୍ ଇଣ୍ଡିଆର ଏହା ହେଉଛି ପ୍ରଥମ ପରାଜୟ । ଦ୍ରୁତ ବୋଲର ରେଣୁକା ସିଂ ଠାକୁରଙ୍କ ପାଞ୍ଚ ୱିକେଟ୍ ଓ ଓପନର୍ ବ୍ୟାଟ୍ସମ୍ୟାନ୍ ସ୍ମୃତି ମାନ୍ଧାନାଙ୍କ ୫୨ ରନ୍ ଟିମ୍ ଇଣ୍ଡିଆ ପାଇଁ କାମ କରିନଥିଲା।

ଏହି ଖବର ପଢ଼ନ୍ତୁ - http://ମହାଶିବରାତ୍ରୀ; ସୋମନାଥ ମନ୍ଦିରରେ ଦର୍ଶନ କରି ଦାନ କଲେ ମୁକେଶ ଅମ୍ୱାନୀ

ଏହି ମ୍ୟାଚରେ ଇଂଲଣ୍ଡ ପାଇଁ ନାଟାଲୀ ସ୍କିଭର ସର୍ବାଧିକ ୫୦ ରନ୍ ସଂଗ୍ରହ କରିଥିଲେ। ତାଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ୍‌ର ଘୋଷଣା କରାଯାଇଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ଇଂଲଣ୍ଡର କ୍ରମାଗତ ତୃତୀୟ ବିଜୟ । ଏହାପୂର୍ବରୁ ସେ ୱେଷ୍ଟଇଣ୍ଡିଜ ଓ ଆୟର୍ଲାଣ୍ଡ ଦଳକୁ ପରାସ୍ତ କରିଥିଲା। ଇଣ୍ଡିଆର ପରବର୍ତ୍ତୀ ମ୍ୟାଚ୍ ଗ୍ରୁପରେ ଆୟର୍ଲାଣ୍ଡ ବିପକ୍ଷରେ ହେବ। ଏହି ମ୍ୟାଚ୍ ଫେବୃଆରୀ ୨୦ ସୋମବାର ଦିନ ଭାରତୀୟ ସମୟ ୬.୩୦ ରୁ ଖେଳାଯିବ । ଫେବୃଆରୀ ୨୧ ରେ ପାକିସ୍ତାନ ବିପକ୍ଷ ଗ୍ରୁପରେ ଇଂଲଣ୍ଡ ଶେଷ ମ୍ୟାଚ୍ ଖେଳିବ।
Published by:Soubhagya Mishra
First published: