News18 Odia Digital
ଭୁବନେଶ୍ୱର: ଦୂତୀ ଚାନ୍ଦ ନିଜର ଖେଳ ଜୀବନ ହେଉ କିମ୍ବା ବ୍ୟକ୍ତିଗତ ସମ୍ପର୍କକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ବିଶେଷ କରି ପରିବାର ସହ ତାଙ୍କ ସମ୍ପର୍କକୁ ନେଇ ଅନେକ ବିବାଦ ମଧ୍ୟ ଦେଖାଦେଇଛି। ନିକଟରେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଦୂତୀଙ୍କ ବଡ଼ ଭଉଣୀ ସରସ୍ୱତୀ ଚାନ୍ଦ ସୋସିଆଲ ମିଡ଼ିଆରେ ଦୂତୀଙ୍କୁ ନେଇ ଅନେକ କଟୁ କଥା କହିଛନ୍ତି। ନିଜର ଆଦର୍ଶ କହୁଥିବା ଅଚ୍ଯୁତ ସାମନ୍ତଙ୍କୁ ଦୂତୀ ବାପା ବୋଲି ସମ୍ବୋଧନ କରିଥିବାରୁ ତାଙ୍କ କଥାକୁ କଟାକ୍ଷ କରିଛନ୍ତି ବଡ଼ ଭଉଣୀ ସରସ୍ୱତୀ।
ସୋସିଆଲ ମିଡ଼ିଆରେ ଫଟୋ ଛାଡି ସରସ୍ୱତୀ ଚାନ୍ଦ ପ୍ରଶ୍ନ କରିଛନ୍ତି, “ଯଦି ଅଚୁତ୍ୟ ସାମନ୍ତ ଦୂତୀର ବାପା ତେବେ ଦୂତୀକୁ ବଡ଼ କରିଥିବା ଏଇ ମଳି ମୁଣ୍ଡିଆ ଲୋକଟା କିଏ? ନିଜେ ଦୁଇବେଳା ଭଲରେ ପେଟକୁ ଦାନା ନ ଖାଇ ଦୂତୀକୁ ମଣିଷ କରିଥିଲା, ସେ କିଏ? ତା ହେଲେ ଦୂତୀ ଚାନ୍ଦର ମା'ର ସ୍ୱାମୀ ମାନେ ଦୂତୀର ବାପା କିଏ ଜମି ଦଲାଲ ଅଚୁତ୍ୟ ନା ଅପାଠୁଆ, ମମୁଣ୍ଡିଆ, ଚକ୍ରଧର? ତେଲମରାର ଗୋଟେ ସୀମା ଥାଏ। ତା ହେଲେ ଦୂତୀ ଚାନ୍ଦ.... ଆଉ ଅଚ୍ୟୁତ କଣ..?”

ଫଟୋ ସୌଜନ୍ୟ (ସରସ୍ୱତୀ ଚାନ୍ଦଙ୍କ ଫେସବୁକ ପେଜ)
ମଙ୍ଗଳବାର ଦୂତୀ ଚାନ୍ଦ ଅସୀଚାଳିକା ଭବାନୀ ଦେବୀ ଓ ଅଚ୍ୟୁତ ସାମନ୍ତଙ୍କ ସହ ରାତ୍ରୀ ଭୋଜନରେ ଯୋଗ ଦେଇଥିଲେ। ସେହି ସମୟର ଫଟୋ ସେ ସୋସିଆଲ ମିଡ଼ିଆରେ ଅପଲୋଡ଼ କରି ଭାବିନା ଦେବୀ ଓ କିସ ଓ କିଟର ପ୍ରତିଷ୍ଠାତା ସାଂସଦ (କନ୍ଧମାଳ) ମୋ ବାପା ଅଚ୍ୟୁତ ସାମନ୍ତ ବୋଲି କ୍ୟାପସନରେ ଉଲ୍ଲେଖ କରିଥିଲେ। ତାପରେ ଭଉଣୀ ସରସ୍ୱତୀ ଚାନ୍ଦଙ୍କ ଏପରି ପ୍ରତିକ୍ରିୟା ସାମ୍ନାକୁ ଆସିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।