​ରାଗିଂର ଶିକାର ହୋଇଥିଲେ ଧାବିକା ଦୂତି ଚାନ୍ଦ; ସିନିୟରଙ୍କ ଦେହ ମାଲିସ କରୁଥିଲେ

ରାଗିଂ ଜନିତ କାରଣ ପାଇଁ ବିଜେବି କଲେଜ୍ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ପରେ ଏବେ ମୁହଁ ଖୋଲିଛନ୍ତି ଧାବିକା ଦୂତୀ ଚାନ୍ଦ । ସେ ମଧ୍ୟ ରାଗିଂର ଶିକାର ହୋଇଥିବା କହିଛନ୍ତି ।

ରାଗିଂ ସମ୍ପର୍କରେ ମୁହଁ ଖୋଲିଲେ ଧାବିକା ଦୂତୀ ଚାନ୍ଦ ।

ରାଗିଂ ସମ୍ପର୍କରେ ମୁହଁ ଖୋଲିଲେ ଧାବିକା ଦୂତୀ ଚାନ୍ଦ ।

  • Share this:
News 18 Odia Digital

ଭୁବନେଶ୍ୱର : ରାଗିଂ ଜନିତ କାରଣ ପାଇଁ ବିଜେବି କଲେଜ୍ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ପରେ ଏବେ ମୁହଁ ଖୋଲିଛନ୍ତି ଧାବିକା ଦୂତୀ ଚାନ୍ଦ । ସେ ମଧ୍ୟ ରାଗିଂର ଶିକାର ହୋଇଥିବା କହିଛନ୍ତି । ସିନିୟରଙ୍କ ଡ୍ରେସ୍ କପଡା ସଫାଠୁ ଆରମ୍ଭ କରି ଦେହ ମାଲିସ କରିବା ପର୍ଯ୍ୟନ୍ତ ଦୂତୀଙ୍କୁ ବାଧ୍ୟ କରାଯାଉଥିଲା । ରାଗିଂ ସମୟରେ କାହାକୁ ନିଜ ମନର କଥା କହିପାରୁନଥିଲେ ଦୂତୀ । ଏ ସମ୍ପର୍କରେ ନିଜ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି ।

ଭୁବନେଶ୍ୱରରେ ନିଜ ସ୍ୱପ୍ନକୁ ଶାକାର କରିବା ପାଇଁ ସଙ୍ଘର୍ଷ କରୁଥିବା ସମୟରେ ଦୂତୀଙ୍କ ସହ ଏପରି ଘଟଣା ଘଟିଛି । ୨୦୦୬ରୁ ୨୦୦୮ ପର୍ଯ୍ୟନ୍ତ ଦୁଇବର୍ଷ ସ୍ପୋର୍ଟସ ହଷ୍ଟେଲରେ ରହୁଥିଲେ ଧାବିକା ଦୂତୀ ଚାନ୍ଦ । ସେହି ସମୟରେ ସିନିୟର ମାନେ ତାଙ୍କ ସହ ଏପରି ବ୍ୟବହାର କରିବା ସହ ମାନଶିକ ନିର୍ଯାତନା ଦେଇଥିବା କଥା କହିଛନ୍ତି ନିଜେ ଦୂତୀ । କେବଳ ସେତିକି ନୂହେଁ ପରିବାରର ସମସ୍ୟା ଓ ଆର୍ଥିକ ସ୍ଥିତିକୁ ନେଇ ମଧ୍ୟ ଦୂତୀଙ୍କୁ କରାଯାଉଥିଲା କମେଣ୍ଟ୍ । ରହୁଥିବା ହଷ୍ଟେଲର ଇନଚାର୍ଜଙ୍କୁ ମଧ୍ୟ ଦୂତୀ ଏ ସମ୍ପର୍କରେ ଜଣାଇଥିଲେ କିନ୍ତୁ ସେ କୌଣସି କଥାକୁ ଶୁଣିନଥିବା ଦୂତୀ କହିଛନ୍ତି ।
Published by:Soubhagya Mishra
First published: