News 18 Odia Digital
ଭୁବନେଶ୍ୱର; ଦୂତି ଚାନ୍ଦ ଦୌଡ଼ ପାଇଁ ହୁଅନ୍ତୁ କିମ୍ବା ଅନ୍ୟ କିଛି କାରଣକୁ ନେଇ ହେଉ, ସବୁବେଳେ ଲାଇମ୍ ଲାଇଟରେ ରହିଥାନ୍ତି । ତାଙ୍କ ସୋସିଆଲ ମିଡ଼ିଆ ପୋଷ୍ଟରେ ପ୍ରତିଦିନ କିଛି ନା କିଛି ଫଟୋ କିମ୍ବା ଲେଖା ସେୟାର କରନ୍ତି । ଯାହାକୁ ନେଇ କେବେ କେବେ ପ୍ରଶଂସା ସାଉଁଟନ୍ତି ତ କେବେ କେବେ ଟ୍ରୋଲର୍ସଙ୍କ ଶିକାର ହୁଅନ୍ତି । ଦୂତି ଚାନ୍ଦ କ୍ରୀଡାରେ ଅନେକ ମେଡାଲ ଆଣି ଦେଶକୁ ଓ ରାଜ୍ୟକୁ ଗର୍ବିତ କରିଛନ୍ତି। ଆଜି ମଧ୍ୟ ସେହିଭଳି ଏକ ପୋଷ୍ଟକୁ ନେଇ ଚର୍ଚ୍ଚାରେ ଅଛନ୍ତି ଦୂତି।
୧ତାରିଖରେ ଦୂତିଙ୍କ ସାନ ଭଉଣୀ ଅଞ୍ଜନାଙ୍କର ବିବାହ ସମ୍ପନ୍ନ ହୋଇଛି । ଏହି ବିବାହରେ ଦୂତିଙ୍କ ପରିବାର ସହ ସମ୍ପର୍କୀୟ ମାନେ ମଧ୍ୟ ଉପସ୍ଥିତ ଥିଲେ । ଦୂତି ବ୍ଲୁ କଲରର ବ୍ଲେଜର ସହ ନ୍ୟୁଡ ମେକ ଲୁକରେ ନଜର ଆସିଥିଲେ । ଆଉ ଏହି ଖୁସିର ସମୟରେ ଦୂତିଙ୍କ ବାନ୍ଧବୀ ମଧ୍ୟ ବିବାହ କାର୍ଯ୍ୟକ୍ରମରେ ନଜର ଆସିଥିଲେ । ସେ ମଧ୍ୟ ବ୍ଲୁ ଓ ପିଙ୍କ୍ କଲର ଲେହଙ୍ଗା ପିନ୍ଧି ଥିଲେ। ଯେଉଁଥିରେ ଏଣ୍ଟୋଡୋରି କାମ ହୋଇଥିଲା । ବିବାହ ଉତ୍ସବର ଫଟୋ ଦୂତି ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଅପଲୋଡ଼ କରିଛନ୍ତି । ଆଉ ଲୋକମାନେ ମଧ୍ୟ ଏହି ଫଟୋକୁ ବେଶ ପସନ୍ଦ କରିଛନ୍ତି ତାଙ୍କ ପୋଷ୍ଟ ରେ ହଜାର ହଜାର କମେଣ୍ଟ ଆସିଛି ।
ବିବାହ କଲେ କି ଦୂତି?ଫଟୋ ଦେଖି ଦୂତି ବିବାହ କରୁଛନ୍ତି କି ବୋଲି କିଛି ସୋସିଆଲ ମିଡ଼ିଆ ବ୍ୟବହାରକାରୀ ପ୍ରଥମେ ମନରେ ଭାବି ନେଇଥିଲେ । କିନ୍ତୁ ପରେ କନ୍ଫ୍ୟୁଜନ ଦୂର ହୋଇଥିଲା । ଦୂତି ତାଙ୍କ ଭଉଣୀଙ୍କ ବିବାହର ଦିନକ ପରେ ଅର୍ଥାତ୍ ଆଜି ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରେ କିଛି ଫଟୋ ଅପଲୋଡ଼ କରିଛନ୍ତି । ଯାହାକୁ ନେଇ ଚର୍ଚ୍ଚା ଜୋରଦାର ହୋଇଛି । ଫଟୋରେ ଉଭୟ ଯୋଡ଼ି ବ୍ରାଇଡ ଲୁକରେ ନଜର ଆସିଛନ୍ତି। ଯାହାକୁ ନେଇ ଅନେକ କମେଣ୍ଟ ଦେଇଛନ୍ତି ୟୁଜର୍ସ । କେହି କେହି ପ୍ରଥମରୁ ଭାବି ନେଇଥିଲେ କି ଦୂତି ବୋଧେ ବିବାହ କଲେ । ଆଉ କେହି କେହି ପଚାରିଛନ୍ତି ଆପଣ କେବେ ବିବାହ କରୁଛନ୍ତି । ଏମିତି ଅନେକ କମେଣ୍ଟ ଆସିଛି।
https://twitter.com/DuteeChand/status/1598579022656835584?s=20&t=DZMalhJYghUCGMaYtRCsxw
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।