News18 Odia Digital
Dutee Chand Dope Test: ଓଡ଼ିଆ ଦୌଡ଼ରାଣୀ ଦୂତୀ ଚାନ୍ଦ(Dutee Chand)ଡୋପ ଟେଷ୍ଟ (Dope Text)ରେ ବିଫଳ ହୋଇଛନ୍ତି । ଏହା ପରେ ତାଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ାରେ ଭାଗ ନେବାରୁ ନିଲମ୍ବିତ କରାଯାଇଛି । କିନ୍ତୁ ଏନେଇ ମୁହଁ ଖୋଲିଛନ୍ତି ଦୂତୀ ଚାନ୍ଦ।
ଦୂତୀ Selective Androgen Receptor Modulators (SARMs) ସେବନ କରୁଥିବା ଟେଷ୍ଟରୁ ଜଣାପଡ଼ିଛି। ଏଥିପାଇଁ ତାଙ୍କୁ ସାମୟିକ ଭାବେ ନିଲମ୍ବନ କରାଯାଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ୧୦୦ ମିଟର ଇଭେଣ୍ଟରେ ଜାତୀୟ ରେକର୍ଡ ଦୂତୀଙ୍କ ନାଁରେ ରହିଛି। ଏଥି ସହ ୪ଗୁଣା ୪୦୦ ରିଲେରେ ମଧ୍ୟ ସେ ଜାତୀୟ ରେକର୍ଡଧାରୀ।
ରେଲୱେ ଷ୍ଟେସନରେ ଦୁଇ ନାବାଳିକାଙ୍କୁ ଦୁଷ୍କର୍ମ ମାମଲା; ଜଣେ ଅଭିଯୁକ୍ତ ଗିରଫ
ଏକ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଦୂତୀ କହିଛନ୍ତି, ସେ ଦୀର୍ଘ ସମୟ ଧରି ଉଚ୍ଚ ସ୍ତରର ଡ୍ରଗ୍ସ ବ୍ୟବହାର କରୁଥିଲେ ଯାହା ତାଙ୍କ ପ୍ରଦର୍ଶନକୁ ପ୍ରୋତ୍ସାହିତ କରୁଥିଲା ବୋଲି ରିପୋର୍ଟରେ ଦର୍ଶାଯାଇଛି। କିନ୍ତୁ ସେ କେବେ ବି ଏହି ନିଷେଧ ପଦାର୍ଥ ବ୍ୟବହାର କରିନାହାଁନ୍ତି ବୋଲି କହିଛନ୍ତି ଦୂତୀ।
"ମୁଁ ପ୍ରାୟ ଏକ ଦଶନ୍ଧି ଧରି ସର୍ବୋଚ୍ଚ ସ୍ତରରେ ପ୍ରତିଦ୍ୱନ୍ଦ୍ୱିତା କରିଆସୁଥିଲି ଏବଂ ମୁଁ ପ୍ରଦର୍ଶନ ବଢ଼ାଇଥିବା ଡ୍ରଗ୍ସକୁ ସ୍ପର୍ଶ କରି ନାହିଁ କିମ୍ବା ବ୍ୟବହାର କରି ନାହିଁ। ଯେତେବେଳେ ବି କୁହାଯାଇଛି ମୁଁ ମୋର ନମୁନା ଯୋଗାଇ ଦେଇଛି। ୨୦୧୪ ରେ ହାଇପରାଣ୍ଡ୍ରୋଜେନିଜିମ୍ ମାମଲା ହେତୁ ମୁଁ ଲଢ଼ିବାକୁ ବାଧ୍ୟ ହୋଇଥିଲି। ଦୂତୀ ଗଣମାଧ୍ୟମକୁ କହିଛନ୍ତି ଯେ ବର୍ତ୍ତମାନ ଏହି ମାମଲା ସାମ୍ନାକୁ ଆସିଛି। ମୋର ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ତାହା ଜଣାଇବାକୁ ମୋତେ ପ୍ରଥମେ ଚିଠି ଦେଖିବାକୁ ପଡ଼ିବ।
ଅଡୁଆରେ ଗାୟକ ହ୍ୟୁମାନ ସାଗର; ନିର୍ଯାତନା ଅଭିଯୋଗ ଆଣିଲେ ପତ୍ନୀ
ସେ ପୁନର୍ବାର କହିଛନ୍ତି, "ମୁଁ ବର୍ତ୍ତମାନ ପର୍ଯ୍ୟନ୍ତ ଡୋପିଂ ଏଜେନ୍ସି କିମ୍ବା ଫେଡେରେସନ୍ ତରଫରୁ କୌଣସି ଚିଠି ପାଇ ନାହିଁ। ମୁଁ କେବଳ ମିଡିଆ ମାଧ୍ୟମରେ ଜାଣିଲି ଯେ ସୋସିଆଲ ମିଡିଆରେ ଏକ ଚିଠି ପ୍ରଚାର କରାଯାଉଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।