ପାଖରେ ଅଛି କି ହକି ଟିକେଟ ? ମୋ ବସରେ କରିପାରିବେ ମାଗଣା ଯାତ୍ରା
- News18 Odia
- Last Updated :
- Bhubaneswar, India
News 18 Odia Digital
ଭୁବନେଶ୍ୱର; ହକି ବିଶ୍ୱକପ ( Hockey world cup ) ସମୟରେ ଭିଡ଼କୁ ଦୃଷ୍ଟିରେ ରଖି ଖେଳ ଦେଖିବାକୁ ଆସୁଥିବା ଦର୍ଶକଙ୍କ ପାଇଁ ଆକର୍ଷଣୀୟ ଅଫର ( Attractive offer ) ଆଣିଛନ୍ତି ମୋ ବସ ( Mo bus ) କର୍ତ୍ତୁପକ୍ଷ । ଏନେଇ ଅଫିସିଆଲ ଭାବରେ ସୂଚନା ଦିଆଯାଇଛି ।
ମିଳିଥିବା ସୁଚନା ଅନୁସାରେ, ନିର୍ଦ୍ଦିଷ୍ଟ ତିନୋଟି ରୁଟରେ ଆରମ୍ଭ ହୋଇଛି ସ୍ୱତନ୍ତ୍ର ମୋ ବସ ସୁବିଧା । ଯେଉଁଥିରେ ବସଯାତ୍ରୀଙ୍କ ପାଇଁ ମାଗଣାରେ ( Free travel ) ଯିବା ଆସିବା ପାଇଁ ସୁବିଧା କରାଯାଇଛି। କାର କିମ୍ୱା ବାଇକ ନ ଆଣି ପାର୍କିଂର ଭିଡ଼ରେ ନ ଫସି ଏକ ଭଲ ଅନୁଭବ ନେବା ପାଇଁ ଏଭଳି ନିଷ୍ପତି ନିଆଯାଇଛି। ନିର୍ଦ୍ଦିଷ୍ଟ ତିନୋଟି ରୁଟରେ ଚାଲୁଥିବା ମୋ ବସରେ ଆପଣଙ୍କ ଯେଉଁ ଦିନ ପାଇଁ ହକି ଦେଖିବାକୁ ଟିକେଟ କାଟିଛନ୍ତି ସେହି ଦିନର ହକି ମ୍ୟାଚର ଟିକେଟ ( Hockey Ticket ) ଦେଖାଇଲେ ଆପଣଙ୍କୁ ମିଳିବ ମାଗଣା ଯିବା ଆସିବା ପାଇଁ ସୁବିଧା । ଏହାଦ୍ୱାରା ଆପଣ ଟ୍ରାଫିକ ଭିଡ଼ ଓ ପାର୍କିଂ ଚିନ୍ତାରୁ ମୁକ୍ତି ପାଇବେ । ସିଧାସଳଖ ଷ୍ଟାଡିୟମ ( Stadium ) ପାଖରେ ଓହ୍ଲାଇ ଭିତରକୁ ଯାଇ ଦେଖିପାରିବେ ହକି ବିଶ୍ୱକପ ମ୍ୟାଚ । କେବଳ ସେତିକି ନୁହେଁ କିଛି ନିର୍ଦ୍ଦିଷ୍ଟ ଐତିହ୍ୟ ସ୍ଥାନକୁ ମଧ୍ୟ ଇ ରିକ୍ସାରେ ମାଗଣା ଯାତ୍ରା କରିପାରିବେ। ଏହାଦ୍ୱାରା ଐତିହ୍ୟ ସ୍ଥାନ ( Tourist place ) ଦେଖିବାର ସୁଯୋଗ ପାଇ ପାରିବେ। ହକି ବିଶ୍ୱକପର ଏକ ଭଲ ଅନୁଭୁତି ପାଇଁ ରାଜଧାନୀରେ ଏପରି ବ୍ୟବସ୍ଥା କରାଯାଇଛି । ହକିପ୍ରେମୀ ମଧ୍ୟ ଏପରି ଅଫରକୁ ସ୍ୱାଗତ କରିଛନ୍ତି ।
https://odia.news18.com/news/sport/odisha-cricketer-rajashree-swain-dead-body-found-2lpd-130123-lpd-147883.htmlPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।