News 18 Odia Digital
ପୁରୀ; ତାଳବଣିଆ ସ୍ଥିତ କ୍ରୀଡ଼ା ବିଭାଗ ଅଧୀନ ଖେଳ ପଡିଆରେ ପୁରୀ ଜିଲ୍ଲାର ସମସ୍ତ ଶିଶୁ ଯତ୍ନ ଅନୁଷ୍ଠାନର ୯୮ ଜଣ ପ୍ରତିଯୋଗୀଙ୍କୁ ନେଇ ଜିଲ୍ଲାସ୍ତରୀୟ କ୍ରୀଡା ମହୋତ୍ସବ ଉତ୍ସାହ-୨୦୨୨ ଅନୁଷ୍ଠିତ ହୋଇଯାଇଛି। "ଏହି କାର୍ଯ୍ୟକ୍ରମରେ ପ୍ରତିଯୋଗୀମାନେ ୨୦୦ମିଟର ଦାୈଡ, ୧୦୦ମିଟର ଦାୈଡ, ଲମ୍ବଡିଆଁ, ଉଚ୍ଚଡିଆଁ, କ୍ୟାରମ, ଚେସ୍, ଫୁଟବଲ ଆଦି ଖେଳରେ ଅଂଶଗ୍ରହଣ କରିଥିଲେ। ୨୦୦ମିଟର ଦାୈଡ ପ୍ରତିଯୋଗିତାର ବାଳକ ବର୍ଗରେ କବିର ବେହେରା, ଆର ଅଜୟ, ସୂର୍ଯ୍ୟକାନ୍ତ ମଲ୍ଲିକ ଯଥାକ୍ରମେ ୧ମ, ୨ୟ, ୩ୟ ସ୍ଥାନ ଅଧିକାର କରିଥିଲେ।

ସେହିପରି ୧୦୦ ମିଟର ଦୌଡ ପ୍ରତିଯୋଗୀତାରେ ବାଳକ ବର୍ଗରେ ସ୍ମରିତ ରଂଜନ ମିଶ୍ର, ସୂର୍ଯ୍ୟକାନ୍ତ ମଲ୍ଲିକ, କବିର ବେହେରା ଓ ବାଳିକା ବର୍ଗରେ ନିଳାବତି ବେହେରା, ପୂଜା ବେହେରା, ଜ୍ୟୋସ୍ନା ଦାସ ଯଥାକ୍ରମେ ୧ମ, ୨ୟ, ୩ୟ ସ୍ଥାନ ଅଧିକାର କରିଥିଲେ। ଲମ୍ବଡିଆ଼଼ଁ ବାଳକ ବିଭାଗରେ କବିର ବେହେରା, ସୀତାକାନ୍ତ ମହାରଣା, ଆଲୋକ ସିଂ ଓ ବାଳିକା ବିଭାଗରେ ନିଳାବତୀ, ଆରତୀ ମୁଣ୍ଡା, ନଳିନୀ ବେହେରା ଯଥାକ୍ରମେ ପ୍ରଥମ, ଦ୍ବିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ଉଚ୍ଚ ଡିଆଁ ବାଳକ ବର୍ଗରେ କବିର ବେହେରା , ସନ୍ତୋଷ ପ୍ରଧାନ, ରାମ ସିଂ ଓ ବାଳିକା ବର୍ଗରେ ନିଲାବତୀ ବେହେରା, ଜ୍ୟୋତ୍ସ୍ନା ଦାସ, ଆରତୀ ମୁଣ୍ଡା ଯଥା କ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। କ୍ୟାରମର ବାଳକ ବର୍ଗରେ ଅଜୟ ମଲିକ, ପପୁ ଭୋଳ, ସିଲୁ ପ୍ରଧାନ ଓ ବାଳିକା ବର୍ଗରେ ବିଷ୍ଣୁପ୍ରିୟା ମହାରଣା, ସସ୍ମିତା ସିଂ, ଆରତୀ ମୁଣ୍ଡା ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଚେସ୍ ପ୍ରତିଯୋଗୀତା ବାଳିକା ବର୍ଗରେ ଲକ୍ଷ୍ମୀପ୍ରିୟା ମହାରଣା, ଶୁଭଶ୍ରୀ ମଲ୍ଲିକ ଓ କାମିନୀ ମଲିକ ଓ ବାଳକ ବର୍ଗରେ ବିଶ୍ୱଜିତ ସେଠି, ଶାଶ୍ଵତ ରଞ୍ଜନ ମିଶ୍ର, ମଙ୍ଗରାଜ ବେହେରା ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଫୁଟବଲ ଖେଳ ବାଳିକା ବର୍ଗରେ ଉତ୍କଳ ବାଳାଶ୍ରମ ଚମ୍ପିୟାନ ହୋଇଥିଲେ ଓ ନୀଳାଚଳ ସେବା ପ୍ରତିଷ୍ଠାନ ରନର୍ସ ଅପ ହୋଇଥିଲେ। ସେହିପରି ବାଳକ ବର୍ଗରେ ନୀଳାଚଳ ସେବା ପ୍ରତିଷ୍ଠାନ ଚମ୍ପିୟାନ ହୋଇଥିବା ବେଳେ ଉତ୍କଳ ବାଳାଶ୍ରମ, ପୁରୀ ରନର୍ସ ଅପ ହୋଇଥିଲେ । "ସମସ୍ତ କୃତି ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର, ଟ୍ରଫି ପ୍ରଦାନ କରା ଯାଇଥିଲା। ଏହି କାର୍ଯ୍ୟକ୍ରମକୁ ମନୋଜ କୁମାର ତ୍ରିପାଠୀ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପରିଚାଳନା କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ସମସ୍ତ ଶିଶୁ ଯତ୍ନ ଅନୁଷ୍ଠାନର କର୍ମକର୍ତ୍ତା ସହଯୋଗ କରିଥିଲେ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଯୋଗ ଦେଇଥିଲେ। ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ରବିଶଙ୍କର ପ୍ରତିହାରି ଜିଲ୍ଲା ଆଥଲେଟିକ ଆସୋସିଏସନର ସଂପାଦକ ଚନ୍ଦନ କୁମାର ସାହୁ, ଜିଲ୍ଲା କ୍ରୀଡା ଅଧିକାରୀ ପୁରୀ, ଶ୍ରୀ ଶକ୍ତିପାଦ ମିଶ୍ର, ସଦସ୍ୟ ଶିଶୁ ମଙ୍ଗଳ ସମିତି ପ୍ରମୁଖ ଯୋଗ ଦେଇ ସମସ୍ତ କ୍ରୀଡା ପ୍ରତିଯୋଗିଙ୍କୁ ଉତ୍ସାହିତ କରିଥିଲେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।