News18 Odia Digital
Dinesh Mongia: ଭାରତର ପୂର୍ବତନ କ୍ରିକେଟର ଦୀନେଶ ମୋଙ୍ଗିଆ(Dinesh Mongia) ଆସନ୍ତା ଘରୋଇ ସିଜିନ ପୂର୍ବରୁ ଓଡ଼ିଶା ରଣଜୀ ଦଳ(Odisha Ranji Team)ର ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ ହେବାର ସମ୍ଭାବନା ରହିଛି।
ସୂଚନାନୁସାରେ, ଓଡିଶା କ୍ରିକେଟ୍ ଆସୋସିଏସନ୍ (OCA) ୪୬ ବର୍ଷୀୟ ମୋଙ୍ଗିଆଙ୍କ ସହ ଆଲୋଚନା କରିସାରିଛି । ସେ ୨୦୧୯ରେ ସମସ୍ତ ପ୍ରକାର କ୍ରିକେଟରୁ ଅବସର ନେଇଛନ୍ତି ଏବଂ ଏପ୍ରିଲ୍ ୨୧ ରେ ଓଡ଼ିଶା ଆସି ଖେଳାଳିଙ୍କୁ ଭେଟିବାର ସମ୍ଭାବନା ରହିଛି। ତେବେ ଓସିଏ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।
ଗାନ୍ଧିଙ୍କ ପରେ ଏବେ ମୌଲାନା ଆଜାଦ ପ୍ରସଙ୍ଗ! NCRT ରୁ ବାଦ ପଡ଼ିଲା ନାମଏହି ରଣଜୀ ସିଜିନରେ ଓଡିଶାର ଖରାପ ପ୍ରଦର୍ଶନ OCAକୁ ନୂତନ କୋଚ୍ ଖୋଜିବା ପାଇଁ ପ୍ରେରିତ କରିଥିଲା । ବଙ୍ଗଳା ବିପକ୍ଷରେ ଏକାକୀ ବିଜୟ, ଦୁଇଟି ପରାଜୟ ଏବଂ ଚାରି ଡ୍ର ସହ ରାଜ୍ୟ ଦଳ ରଣଜୀ ଟ୍ରଫି ଏଲିଟ୍ ଗ୍ରୁପ୍ 'ଏ'ରେ ପଞ୍ଚମ ସ୍ଥାନ ହାସଲ କରିଛି। ମୁଖ୍ୟ ପ୍ରଶିକ୍ଷକ ପଦ ପାଇଁ ଗ୍ରହଣ କରାଯାଇଥିବା ଆବେଦନରୁ ଆସୋସିଏସନ ଚାରୋଟି ନାମ ତାଲିକାଭୁକ୍ତ କରିଥିଲା । ବାମହାତୀ ବ୍ୟାଟର ଦିନେଶ ମୋଙ୍ଗିଆ ଭାରତ ପାଇଁ ୫୭ଟି ଦିନିକିଆ ଓ ଗୋଟିଏ ଟି-୨୦ ମ୍ୟାଚ୍ ଖେଳିଛନ୍ତି । ୫୭ ମ୍ୟାଚରୁ ମୋଙ୍ଗିଆ ୧୨୩୦ ରନ୍ କରିଥିବା ବେଳେ ତାଙ୍କର ସର୍ବାଧିକ ବ୍ୟକ୍ତିଗତ ସ୍କୋର ୧୫୯ ରହିଥିଲା । ଯାହାକ ଜିମ୍ବାୱେ ବିପକ୍ଷରେ ହାସଲ କରିଥିଲେ ମୋଙ୍ଗିଆ । ସେହିଭଳି ବୋଲିରେ ମଧ୍ୟ ତାଙ୍କର ପ୍ରଭାବୀ ପ୍ରଦର୍ଶନ ରହିଥିଲା । ଅନ୍ତର୍ଜାତୀୟ କ୍ୟାରିୟରରେ ମୋଙ୍ଗିଆ ଦିନିକିଆରେ ୧୪ଟି ୱିକେଟ ହାସଲ କରିଛନ୍ତି । ଶେଷ ଦିନିକିଆ ମ୍ୟାଚ୍ ୨୦୦୭ରେ ଖେଳିଥିଲେ ଦିନେଶ ମୋଙ୍ଗିଆ ।
ପରିବାରର ୨ ଝିଅଙ୍କ ପଢ଼ା ଖର୍ଚ୍ଚ ଉଠାଇବେ ସରକାର!ବାମହାତୀ ବ୍ୟାଟର ଦିନେଶ ମୋଙ୍ଗିଆ ଭାରତ ପାଇଁ ୫୭ଟି ଦିନିକିଆ ଓ ଗୋଟିଏ ଟି-୨୦ ମ୍ୟାଚ୍ ଖେଳିଛନ୍ତି । ୫୭ ମ୍ୟାଚରୁ ମୋଙ୍ଗିଆ ୧୨୩୦ ରନ୍ କରିଥିବା ବେଳେ ତାଙ୍କର ସର୍ବାଧିକ ବ୍ୟକ୍ତିଗତ ସ୍କୋର ୧୫୯ ରହିଥିଲା । ଯାହାକ ଜିମ୍ବାୱେ ବିପକ୍ଷରେ ହାସଲ କରିଥିଲେ ମୋଙ୍ଗିଆ । ସେହିଭଳି ବୋଲିରେ ମଧ୍ୟ ତାଙ୍କର ପ୍ରଭାବୀ ପ୍ରଦର୍ଶନ ରହିଥିଲା । ଅନ୍ତର୍ଜାତୀୟ କ୍ୟାରିୟରରେ ମୋଙ୍ଗିଆ ଦିନିକିଆରେ ୧୪ଟି ୱିକେଟ ହାସଲ କରିଛନ୍ତି । ଶେଷ ଦିନିକିଆ ମ୍ୟାଚ୍ ୨୦୦୭ରେ ଖେଳିଥିଲେ ଦିନେଶ ମୋଙ୍ଗିଆ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।