ହକି ଇଣ୍ଡିଆର ସଭାପତି ପାଇଁ ନାମାଙ୍କନ ଭରିଲେ ଦିଲୀପ ତିର୍କୀ

ଭାରତର ପୂର୍ବତନ ହକି ଅଧିନାୟକ ଦିଲୀପ ତିର୍କୀ ରବିବାର ହକି ଇଣ୍ଡିଆର ସଭାପତି ପଦ ପାଇଁ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି।

ହକି ଇଣ୍ଡିଆର ସଭାପତି ପାଇଁ ନାମାଙ୍କନ ଭରିଲେ ଦିଲୀପ ତିର୍କୀ

ହକି ଇଣ୍ଡିଆର ସଭାପତି ପାଇଁ ନାମାଙ୍କନ ଭରିଲେ ଦିଲୀପ ତିର୍କୀ

  • News18 Odia
  • Last Updated :
  • Other, India
  • Share this:
News 18 Odia Digital

ନୂଆଦିଲ୍ଲୀ : ଭାରତର ପୂର୍ବତନ ହକି ଅଧିନାୟକ ଦିଲୀପ ତିର୍କୀ ରବିବାର ହକି ଇଣ୍ଡିଆର ସଭାପତି ପଦ ପାଇଁ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଦିଲୀପ ତିର୍କୀ ଟ୍ୱିଟରରେ ଏକ ଫଟୋ ସେୟାର କରି ସୂଚନା ଦେଇଛନ୍ତି।  ଯେଉଁଥିରେ ତାଙ୍କୁ ନାମାଙ୍କନପତ୍ର ଦାଖଲ କରୁଥିବା ଦେଖିବାକୁ ମିଳିଛି ।



ଭାରତର ହକି ପୂର୍ବତନ ଅଧିନାୟକ ଦିଲୀପ ତିର୍କୀ କହିଛନ୍ତି, "ହକି ଇଣ୍ଡିଆର ସଭାପତି ପଦ ପାଇଁ ମୋର ନାମାଙ୍କନପତ୍ର ଦାଖଲ କରିଛି । ଭାରତୀୟ ହକିକୁ ନୂତନ ଉଚ୍ଚତାକୁ ନେବାକୁ ମୁଁ ପ୍ରତିଶ୍ରୁତିବଦ୍ଧ।"

ଭାରତୀୟ ହକିର ସବୁଠାରୁ ପ୍ରିୟ ବ୍ୟକ୍ତିତ୍ୱ ମଧ୍ୟରୁ ଦିଲୀପ ତିର୍କୀ ଅନ୍ୟତମ । ସେ ୧୫ ବର୍ଷ ଧରି ଆନ୍ତର୍ଜାତୀୟ କ୍ୟାରିୟରରେ ୪୧୨ଟି ମ୍ୟାଚ ଖେଲିଛନ୍ତି । ଅଧିକାଂଶ ସମୟ ଆନ୍ତର୍ଜାତୀୟ ସ୍ତରରେ ଭାରତ ପାଇଁ ରେକର୍ଡ ମଧ୍ୟ ସୃଷ୍ଟି କରିଛନ୍ତି ।

ଚଳିତ ବର୍ଷ ଅଗଷ୍ଟରେ ହକି ଇଣ୍ଡିଆ ନିର୍ବାଚନ ପରିଚାଳନା ପାଇଁ ଅଜୟ ନାୟକଙ୍କୁ ରିଟର୍ଣ୍ଣିଂ ଅଫିସର ଭାବରେ ନିଯୁକ୍ତ କରାଯାଇଥିଲା । ବିହାର ସରକାରଙ୍କ ପୂର୍ବତନ ମୁଖ୍ୟ ନିର୍ବାଚନ ଅଧିକାରୀ ଅଜୟ ନାୟକ ରିଟର୍ଣ୍ଣିଂ ଅଫିସର ପଦ ଗ୍ରହଣ କରିଛନ୍ତି । ଏଥିସହ, ଏ.କେ ମଜୁମଦାରଙ୍କୁ ଆସିଷ୍ଟାଣ୍ଟ ରିଟର୍ନିଂ ଅଫିସର ଭାବରେ ନିଯୁକ୍ତ କରାଯାଇଛି।
Published by:Sujit Swain
First published: