ଟୋକିଓ ଅଲିମ୍ପିକ୍ସରୁ ଫେରି ଶୁଣିଲେ ଭଉଣୀ ମୃତ୍ୟୁ ଖବର; ତଳେ ବସି କାନ୍ଦିଲେ ଧନଲକ୍ଷ୍ମୀ ସେକର

ଟୋକିଓରେ ଖେଳରୁ ଧ୍ୟାନ ହଟିଯିବା ଭୟରେ ସେ ଭଉଣୀଙ୍କ ମୃତ୍ୟୁ ଖବର ତାଙ୍କୁ ଜଣା ହୋଇନଥିଲା। ଭାରତ ଆସିବା ପରେ ଏହି ଖବର ଶୁଣି ଜୋରରେ କାନ୍ଦିବାକୁ ଲାଗିଲେ ଧନଲକ୍ଷ୍ମୀ।

ତଳେ ବସି କାନ୍ଦୁଛନ୍ତି ଧନଲଷ୍ମୀ (ପ୍ରତୀକାତ୍ମକ ଛବି)

ତଳେ ବସି କାନ୍ଦୁଛନ୍ତି ଧନଲଷ୍ମୀ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ନୂଆ ଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ସମାପ୍ତ ହୋଇଛି ଓ ଭାରତୀୟ ଖେଳାଳିମାନେ ଘରକୁ ଫେରିବା ଆରମ୍ଭ କରିଛନ୍ତି।  ଭାରତୀୟ ଆଥଲେଟ ଶୁଭା ଭେଙ୍କଟେସନ ଓ ଧନଲକ୍ଷ୍ମୀ ସେକର ମଧ୍ୟ ଟୋକିଓ ଅଲିମ୍ପିକ୍ସରୁ ଘରକୁ ଆସିଛନ୍ତି।  ସେ ତାମିଲନାଡ଼ୁର ତିରୁଚିରେ ପହଞ୍ଚିଥିଲେ।  ଯେଉଁଠାରେ ଉଭୟଙ୍କୁ ଏକ ବଡ଼ ସ୍ୱାଗତ କରାଯାଇଥିଲା। ଏହି ସମୟରେ ଭାରତୀୟ ଖେଳାଳି ଧନଲକ୍ଷ୍ମୀ ଆଣ୍ଠୁ ମାଡ଼ି ବସି କାନ୍ଦିବାକୁ ଲାଗିଲେ।

ବାସ୍ତବରେ, ଘରକୁ ଫେରିବା ପରେ ସେ ତାଙ୍କ ଭଉଣୀର ମୃତ୍ୟୁ ଖବର ପାଇଥିଲେ ଯାହା ଏକ ହୃଦୟ ବିଦାରକ ଖବର ଥିଲା। ଯାହାକୁ ତାଙ୍କ ପରିବାର ସଦସ୍ୟମାନେ ତାଙ୍କଠାରୁ ଲୁଚାଇ ରଖିଥିଲେ। ଯେତେବେଳେ ଧନଲକ୍ଷ୍ମୀ ଟୋକିଓରେ ଥିଲେ, ସେତେବେଳେ ତାଙ୍କ ଭଉଣୀ ଅସୁସ୍ଥତା ହେତୁ ମୃତ୍ୟୁ ବରଣ କରିଥିଲେ। କିନ୍ତୁ ପରିବାର ସଦସ୍ୟ ତାଙ୍କୁ ଏ ବିଷୟରେ ଜଣାଇ ନଥିଲେ। ଯାହାଫଳରେ ସେ ନିଜ ଖେଳ ଉପରେ ଧ୍ୟାନ ଦେଇ ପାରିବେ।

ଧନଲକ୍ଷ୍ମୀ ୪× ୪୦୦ ମିଟର ମିଶ୍ରିତ ରିଲେ ଦଳରେ ରିଜର୍ଭ ଖେଳାଳି ଥିଲେ। ପଟିଆଲାରେ ହୋଇଥିବା ପରୀକ୍ଷଣ ସମୟରେ ସେ ଚଳିତ ବର୍ଷ ରିଜର୍ଭ ଖେଳାଳି ଭାବରେ ଯୋଗ୍ୟତା ଅର୍ଜନ କରିଥିଲେ।

ସେ ଯେତେବେଳେ ତାଙ୍କର ଯାତ୍ରା ବିଷୟରେ କହୁଥିଲେ, କଥାବାର୍ତ୍ତା କଲାବେଳେ ସେ ହଠାତ୍ ଜୋରରେ କାନ୍ଦିବାକୁ ଲାଗିଲେ। ସେଠାରେ ଉପସ୍ଥିତ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଭଉଣୀଙ୍କ ଖବର ଶୁଣିବା ପରେ ଧନଲକ୍ଷ୍ମୀ ଏତେ ଭାଙ୍ଗି ଯାଇଥିଲେ କାନ୍ଦିବାକୁ ଲାଗିଲେ।  ଧନଲକ୍ଷ୍ମୀଙ୍କୁ ଏଠାରେ ପହଞ୍ଚାଇବାରେ ତାଙ୍କ ଭଉଣୀଙ୍କର ଏକ ପ୍ରମୁଖ ଭୂମିକା ଥିଲା।
Published by:Soumya Das
First published:
)}