DC vs RCB : ଦିଲ୍ଲୀକୁ ୨୩ ରନ୍‌ରେ ହରାଇଲା ବାଙ୍ଗାଲୋର୍; ନିଷ୍ପଳ ହେଲା ମନୀଷ ପାଣ୍ଡେଙ୍କ ଅର୍ଦ୍ଧଶତକ

DC vs RCB : ଦିଲ୍ଲୀକୁ ୨୩ ରନ୍‌ରେ ହରାଇଲା ବାଙ୍ଗାଲୋର୍; ନିଷ୍ପଳ ହେଲା ମନୀଷ ପାଣ୍ଡେଙ୍କ ଅର୍ଦ୍ଧଶତକ

DC vs RCB : ଦିଲ୍ଲୀକୁ ୨୩ ରନ୍‌ରେ ହରାଇଲା ବାଙ୍ଗାଲୋର୍; ନିଷ୍ପଳ ହେଲା ମନୀଷ ପାଣ୍ଡେଙ୍କ ଅର୍ଦ୍ଧଶତକ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

DC vs RCB : ବେଙ୍ଗାଲୁରୁର ଏମ.ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ଖେଳାଯାଇଥିବା ଆଇପିଏଲ ୨୦୨୩ର ୨୦ ତମ ମ୍ୟାଚରେ ଦିଲ୍ଲୀକୁ ୨୩ ରନରେ ପରସ୍ତା କରିଛି ବାଙ୍ଗାଲୋର୍ । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ଆଗରେ ୧୭୫ ରନର ବିଜୟ ଲକ୍ଷ୍ୟ ରଖିଥିଲା ବାଙ୍ଗାଲୋର୍ । କିନ୍ତୁ ଦିଲ୍ଲୀ ୨୦ ଓଭରରେ ୯ ଓ୍ବିକେଟ ହରାଇ ୧୫୧ରନ ହିଁ କରିପାରିଥିଲା । ଦଳ ପକ୍ଷରୁ ମନୀଷ ପାଣ୍ଡେ ୫୦ ରନ କରିଥିବାବେଳେ ଆନରିଜ୍ ନୋର୍ଜି ୨୩ରନ ଓ ଅକ୍ଷର ପଟେଲ୍‌ ୨୧ରନ କରିଥିଲେ । କିନ୍ତୁ ଦଳର ଅନ୍ୟ ବ୍ୟାଟ୍ସମ୍ୟାନମାନେ ବିଫଳ ହୋଇଥିଲେ । ଦଳର ଅଧିନାୟକ ଡେଭିଡ୍ ଓ୍ବାର୍ନରଙ୍କ ଖରାପ ଫର୍ମ ପାଇଁ ଦଳ ପାଇଁ ଚିନ୍ତାର କାରଣ ହୋଇଛି । ସେ ମାତ୍ର ୧୯ରନ କରି ଆଉଟ ହୋଇଥିଲେ । ପୂର୍ବ କିଛି ମ୍ୟାଚରେ ସେ ଅର୍ଦ୍ଧଶତକ କରିଥିଲେ ବି ଟିମ୍‌କୁ ଜିତାଇ ପାରିନଥିଲେ ।


ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୭୪ ରନ କରିଥିଲା । ଦଳ ପକ୍ଷରୁ ବିରାଟ କୋହଲି ୫୦ ରନ କରିଥିବାବେଳେ ଅନ୍ୟମାନେ ବଡ଼ ସ୍କୋର କରିବାରେ ମଧ୍ୟ ବିଫଳ ହୋଇଥିଲେ । ମହୀପାଲ ଲୋମରୋର ୨୬ରନ କରିଥିବାବେଳେ ଗ୍ଲେନ ମାକ୍ସଓ୍ବେଲ ୨୪ରନ କରିଥିଲେ । ସେହିପରି ଫାଫ୍ ଡୁପ୍ଲେସିସ ୨୨ରନ୍‌, ଶାହବାଜ ଅଦମ୍ମଦ ୨୦ ରନ୍‌ କରିଥିଲେ । ତେବେ ଦିନେଶ କାର୍ତ୍ତିକ ପୁଣି ବିଫଳ ହୋଇଛନ୍ତି, ଏମିତି କି ଖାତା ଖୋଲିବାରେ ସକ୍ଷମ ହୋଇନଥିଲେ । ତାଙ୍କର ଖରାପ ଫର୍ମ ଦଳ ପାଇଁ ଚିନ୍ତାର କାରଣ ହୋଇଛି । ଦିଲ୍ଲୀ ପକ୍ଷରୁ ମିଚେଲ ମାର୍ସ ଓ କୁଲଦୀପ ଯାଦବ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର: ଫାଫ୍ ଡୁ ପ୍ଲେସିସ୍ (ଅଧିନାୟକ), ବିରାଟ କୋହଲି, ମହିପାଲ ଲୋମୋର, ଗ୍ଲେନ୍ ମ୍ୟାକ୍ସୱେଲ, ଶାହାବାଜ ଅହମ୍ମଦ, ଦୀନେଶ କାର୍ତ୍ତିକ (ୱିକେଟ୍ କିପର), ଭାନିନ୍ଦୁ ହାସରାଙ୍ଗା, ହର୍ଷଲ ପଟେଲ, ମହମ୍ମଦ ସିରାଜ, ୱେନ ପାର୍ନେଲ ଓ ବିଜୟ କୁମାର।

ଦିଲ୍ଲୀ କ୍ୟାପିଟାଲ୍‌ : ଡେଭିଡ ୱାର୍ଣ୍ଣର (ଅଧିନାୟକ), ମିଚେଲ ମାର୍ଶ, ୟଶ୍‌ ଧୁଲ, ମନୀଷ ପାଣ୍ଡେ, ଅକ୍ଷାର ପଟେଲ, ଅମାନ ଖାନ୍‌, ଲଲିତ ଯାଦବ, ଅଭିଷେକ ପୋରେଲ (ୱିକେଟ୍ କିପର), କୁଲଦୀପ ଯାଦବ, ଅନ୍ରିଚ୍ ନର୍ଥ୍ୟା ଓ ମୁସ୍ତାଫିଜୁର ରେହମାନ୍‌।
Published by:Sujit Swain
First published: