News18 Odia Digital
IPL : ଆଇପିଏଲର ୩୪ ତମ ମ୍ୟାଚରେ ହାଇଦ୍ରାବାଦକୁ ୭ ରନରେ ହରାଇଛି ଦିଲ୍ଲୀ କ୍ୟାପିଟାଲ୍ସ । ପୁଣି ଥରେ ଆଇପିଏଲ୍ରେ କମ୍ ସ୍କୋରିଂ ମ୍ୟାଚ୍ରେ ରୋମାଞ୍ଚକର ସଂଘର୍ଷ ଦେଖିବାକୁ ମିଳିଛି । ଦିଲ୍ଲୀ ପ୍ରଥମେ ବ୍ୟାଟିଂ ୧୪୪ ରନ କରିଥିଲେ ହେଁ ଅକ୍ଷର ପଟେଲ୍ଙ୍କ ଅଲରାଉଣ୍ଡର ପ୍ରଦର୍ଶନ ଏବଂ ବୋଲରଙ୍କ ଶାଣିତ ବୋଲିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ୭ ରନରେ ସନରାଇଜର୍ସ ହାଇଦ୍ରାବାଦକୁ ତାରି ମାଟିରେ ହରାଇଛି। କ୍ରମାଗତ ପାଞ୍ଚଟି ମ୍ୟାଚ୍ ହାରିବା ପରେ ଦିଲ୍ଲୀ ଦ୍ଵିତୀୟ ବିଜୟ ହାସଲ କରିଛି। ବ୍ୟାଟରଙ୍କ ବିଫଳତା କାରଣରୁ ହାଇଦ୍ରାବାଦ ସପ୍ତମ ମ୍ୟାଚ୍ରୁ ପଞ୍ଚମ ପରାଜୟ ଭୋଗିଛି। ଦୁଇ ଦଳ ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ଅଛନ୍ତି। ଶେଷ ଓଭରରେ ହାଇଦ୍ରାବାଦକୁ ଜିତିବା ପାଇଁ ୧୩ ରନ ଦରକାର ଥିଲା। ମାତ୍ର ମୁକେଶ କୁମାର ମାପଚୁପ ବୋଲିଂ କରି ମାତ୍ର ୫ ରନ ଦେଇ ଦିଲ୍ଲୀକୁ ଚମତ୍କାର ବିଜୟ ଦେଇଛନ୍ତି। ଦିଲ୍ଲୀ ଦ୍ଵାରା ଧାର୍ଯ୍ୟ ୧୪୫ ରନର ବିଜୟ ଲକ୍ଷ୍ୟକୁ ପିଛା କରି ହାଇଦ୍ରାବାଦ ୬ ଓ୍ଵିକେଟ୍ ହରାଇ ୧୩୭ ରନରେ ସୀମିତ ରହିଛି। ଦିଲ୍ଲୀ ପକ୍ଷରୁ ଅକ୍ଷର ପଟେଲ୍ ବ୍ୟାଟିଂରେ ୩୪ ରନ କରିବା ସହ ବୋଲିଂରେ ୪ ଓଭରରେ ୨୧ ରନରେ ୨ ଓ୍ଵିକେଟ୍ ନେଇ ଦଳ ବିଜୟରେ ହିରୋ ସାଜିଛନ୍ତି।
ତେବେ ଦିଲ୍ଲୀ କ୍ୟାପିଟାଲ୍ସ ଚଳିତ ମ୍ୟାଚରେ ରିପଲ୍ ପଟେଲ ଏବଂ ସରଫରାଜ ଖାନଙ୍କୁ ପ୍ଲେଇଂ ଇଲେଭେନରେ ସ୍ଥାନ ଦେଇଥିଲା। ଆଇପିଏଲ୍ ପଏଣ୍ଟ ଟେବୁଲର ଶେଷ ୨ସ୍ଥାନରେ ଥିବା ଏହି ଦଳଗୁଡିକ ଆଜି ବିଜୟ ପାଇଁ ଲଢ଼ୁଥିବା ଦେଖିବାକୁ ମିଳିଛି। ଡେଭିଡ ୱାର୍ଣ୍ଣରଙ୍କ ଦ୍ୱାରା ପରିଚାଳିତ ଦିଲ୍ଲୀ କ୍ୟାପିଟାଲ୍ସ ଦଳ ଏପର୍ଯ୍ୟନ୍ତ ୭ଟି ମ୍ୟାଚ ମଧ୍ୟରୁ ୨ଟି ଜିତିଥିବା ବେଳେ ଆଡେନ ମାରକ୍ରମଙ୍କ ନେତୃତ୍ୱାଧୀନ ସନରାଇଜର୍ସ ହାଇଦ୍ରାବାଦ ୭ଟି ମ୍ୟାଚ ମଧ୍ୟରୁ ୨ଟି ଜିତିଛି। ଗୋଟିଏ ପଟେ ଯେଉଁଠାରେ ଅନ୍ୟ ଦଳ ପ୍ଲେ ଅଫ୍ ପାଇଁ ନିଜ ଟ୍ରାକ୍ ପ୍ରସ୍ତୁତ କରୁଛନ୍ତି, ଅନ୍ୟ ପଟେ ଉଭୟ ଦଳ ଏପର୍ଯ୍ୟନ୍ତ ଏକ ଟ୍ରାକକୁ ଆସିବାକୁ ବାଟ ଖୋଜୁଛନ୍ତି।
ସନରାଇଜର୍ସ ହାଇଦ୍ରାବାଦ : ଅଭିଷେକ ଶର୍ମା, ହ୍ୟାରି ବ୍ରୁକ୍, ଇଡେନ୍ ମାର୍କ୍ରାମ (c), ମାୟାନକ ଅଗ୍ରୱାଲ, ହେନ୍ରିଚ୍ କ୍ଲାସେନ୍ (wk), ମାର୍କୋ ଜାନସେନ୍, ୱାଶିଂଟନ୍ ସୁନ୍ଦର, ମାୟାନକ ମାର୍କାଣ୍ଡେ, ଭୁବନେଶ୍ୱର କୁମାର, ଟି ନାଟାରାଜନ, ଉମରନ୍ ମଲିକ୍ ।
ଦିଲ୍ଲୀର ଏକାଦଶ : ଡେଭିଡ ୱାର୍ଣ୍ଣର (କ୍ୟାପଟେନ୍), ଫିଲିପ ସଲଟ୍, ମିଚେଲ ମାର୍ଶ, ମନୀଷ ପାଣ୍ଡେ, ସରଫରାଜ ଖାନ, ଅକ୍ଷର ପଟେଲ, ଅମାନ୍ ଖାନ, ରିପଲ ପଟେଲ, ଏନ୍ରିକ୍ ନର୍କିଆ, କୁଲଦୀପ ଯାଦବ, ଇଶାନ୍ତ ଶର୍ମା।
ପଢନ୍ତୁ ଏହି ଖବର :
Maharastra Politcs: ମହାରାଷ୍ଟ୍ର ମହାସଂକଟ ପାର୍ଟ ଟୁ, ସିନ୍ଧେ -ଫଡନଭିସ୍ କ୍ୟାମେଷ୍ଟ୍ରିରେ କେଁ !ପଢନ୍ତୁ ଏହି ଖବର :
Corona : ରାଜ୍ୟର ସମସ୍ତ ହସ୍ପିଟାଲରେ ମାସ୍କ ବାଧ୍ୟତାମୂଳକ; କଟକଣା ଜାରିକଲା ସ୍ବାସ୍ଥ୍ୟ ବିଭାଗନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।