News 18 Odia Digital
ନୂଆଦିଲ୍ଲୀ; ଫିଫା ବିଶ୍ୱକପ ୨୦୨୨ ଫାଇନାଲର ବିଶାଳ ଉଦଘାଟନ ଆରମ୍ଭ ହୋଇ ସାରିଛି । ଲୁସେଲ ଷ୍ଟାଡିୟମରେ ଆର୍ଜେଣ୍ଟିନା ଏବଂ ଫ୍ରାନ୍ସ ମଧ୍ୟରେ ଜବରଦସ୍ତ ପ୍ରତିଯୋଗିତା ଦେଖିବାକୁ ମିଳିଛି । ଅନେକ ବଲିଉଡ ତାରକା ଫିଫା ବିଶ୍ୱକପରେ ନିଜର ପ୍ରିୟ ଖେଳାଳିଙ୍କୁ ସମର୍ଥନ କରିବାକୁ ପହଞ୍ଚିଛନ୍ତି । ଦୀପିକା ପାଦୁକୋନ ମଧ୍ୟ ଏହି ଅଳ୍ପ କିଛି ତାରକା ମଧ୍ୟରୁ ଅନ୍ୟତମ ।
ଦୀପିକା ଫିଫା ବିଶ୍ୱକପ ଦେଖିବା ପାଇଁ ପହଞ୍ଚିଥିଲେଗତ କିଛି ହେବ ଦୀପିକା ପାଦୁକୋନଙ୍କ 'ବେସରମ ରଙ୍ଗ' ଗୀତକୁ ନେଇ ବିବାଦ ଦେଖାଦେଇଛି। ଫିଲ୍ମ 'ପଠାନ'ର ବେସରମ ରଙ୍ଗ 'ଗୀତରେ' ସାଫ୍ରନ୍ 'ରଙ୍ଗର ବିକିନି ପିନ୍ଧିଥିବାରୁ ଦୀପିକା ଅନେକ ସଂଗଠନର ଟାର୍ଗେଟରେ ଅଛନ୍ତି । ସମସ୍ତ ବିବାଦ ମଧ୍ୟରେ ବଲିଉଡ ଦିଭା ଫିଫା ବିଶ୍ୱକପ ୨୦୨୨ ର ଫାଇନାଲରେ ପହଞ୍ଚିଥିଲଲେ । ସୋସିଆଲ ମିଡିଆରେ ଦୀପିକାଙ୍କ ଫଟୋ ସେୟାର କରାଯାଇଛି ।
ଫଟୋରେ ଦୀପିକା ପାଦୁକୋନ ଫିଫା ବିଶ୍ୱକପ ଟ୍ରଫି ସହିତ ପୋଜ୍ କରୁଥିବା ଦେଖିବାକୁ ମିଳିଛି । କଳା ବୁଟ, ଡ୍ରେସ ଏବଂ ବ୍ରାଉନ ଜ୍ୟାକେଟ ପିନ୍ଧି ଦୀପିକା ମସ୍ତ ଦେଖାଯାଉଛନ୍ତି । ଦୀପିକାଙ୍କ ମୁହଁରେ ହସ କହୁଛି ଫିଫା ବିଶ୍ୱକପ୍ରେ ଅଂଶଗ୍ରହଣ କରି ସେ ବହୁତ ଖୁସି ଅଛନ୍ତି । ଫିଫା ବିଶ୍ୱକପ ଫାଇନାଲରେ ଦୀପିକାଙ୍କ ଚେହେରାରେ ଚମକ ଓ କ୍ଲାସି ଲୁକ୍ ପ୍ରଶଂସକଙ୍କ ହୃଦୟ ଜିତିଛି ।
ପଠାନକୁ ନେଇ କାହିଁକି ବିବାଦ ଦେଖାଦେଇଥିଲାଡିସେମ୍ବର ୧୨ ରେ ପଠାନ ଫିଲ୍ମର ପ୍ରଥମ ଗୀତ ବେସରାମ ରଙ୍ଗ ମୁକ୍ତିଲାଭ କରିଥିଲା । ଏହି ଗୀତଟି କିଛି ଘଣ୍ଟା ମଧ୍ୟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଗୀତରେ ଦୀପିକାଙ୍କ ସମ୍ବେଦନଶୀଳ ପ୍ରଦର୍ଶନ ପ୍ରଶଂସକଙ୍କୁ ପ୍ରଭାବିତ କରିଥିଲା । କିନ୍ତୁ ମ୍ୟୁଜିକ୍ ଭିଡିଓର ଏକ ଦୃଶ୍ୟରେ ଦୀପିକା ପାଦୁକୋନ କମଳା ରଙ୍ଗର ବିକିନି ପିନ୍ଧିଥିବାର ନଜର ଆସିଥିଲେ । କେତେକ ସଂସ୍ଥା ଏହାକୁ 'ସାଫ୍ରନ୍' ବିକିନି ବୋଲି କହିଥିଲେ । ସଂଗଠନ କହିଛି ଯେ 'ସାଫ୍ରନ୍' ବିକିନି ପିନ୍ଧି ଦୀପିକା ସେମାନଙ୍କ ବିଶ୍ୱାସକୁ କ୍ଷତି ପହଞ୍ଚାଇଛନ୍ତି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।