News18 Odia Digital
Jaya Bhardwaj News: ଭାରତୀୟ ଫାଷ୍ଟ ବୋଲର ଦୀପକ ଚହର(Deepak Chahar) ଆଜିକାଲି କ୍ରିକେଟ୍ ଠାରୁ ଦୂରେଇ ରହିଛନ୍ତି। କିନ୍ତୁ ତାଙ୍କ ପତ୍ନୀ ଜୟା ଭରଦ୍ୱାଜ(Jaya Bhardwaj)ଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଖବର ବାହାରୁଛି। ଜୟାଙ୍କ ସହ ୧୦ ଲକ୍ଷ ଟଙ୍କା ଠକେଇ ମାମଲା ସାମ୍ନାକୁ ଆସିଛି ଓ ତାଙ୍କୁ ହତ୍ୟା ଧମକ ମଧ୍ୟ ଦିଆଯାଇଛି।
ଖବର ଅନୁଯାୟୀ ହାଇଦ୍ରାବାଦ କ୍ରିକେଟ୍ ଆସୋସିଏସନର ଜଣେ ପୂର୍ବତନ ଅଧିକାରୀ ତାଙ୍କ ସହ ଏହି ଜାଲିଆତି କରିଛନ୍ତି। ଏହି ଘଟଣାରେ ପୂର୍ବତନ ଅଧିକାରୀଙ୍କ ବିରୋଧରେ ଦୀପକ ଚହରଙ୍କ ପିତା ଏକ ମାମଲା ଦାୟର କରିଛନ୍ତି। ବାସ୍ତବରେ ଜୟା ବ୍ୟବସାୟ ସଂପର୍କରେ କାହାକୁ ଟଙ୍କା ଦେଇଥିଲେ। କିନ୍ତୁ ଯେତେବେଳେ ସେ ଟଙ୍କା ଫେରସ୍ତ କରିବାକୁ କହିଥିଲେ, ସେତେବେଳେ ତାଙ୍କୁ ହତ୍ୟା ଧମକ ମିଳିଥିଲା। ଏହି ପରିପ୍ରେକ୍ଷୀରେ ଦୀପକ ଚହରଙ୍କ ପିତା ଲୋକେନ୍ଦ୍ର ଚହରଙ୍କ ପକ୍ଷରୁ ଏବେ ଏଫଆଇଆର ଦାଖଲ କରାଯାଇଛି।
DODA SINKING: ଯୋଶୀମଠ ଭଳି ଜମ୍ମୁରେ ସଙ୍କଟ; ୧୯ ଘରକୁ କରାଗଲା ସ୍ଥାନାନ୍ତରଣଜୟାଙ୍କୁ ହତ୍ୟା କରିବାକୁ ଧମକ ଦେଉଥିବା ବ୍ୟକ୍ତି ହାଇଦ୍ରାବାଦ କ୍ରିକେଟ୍ ଆସୋସିଏସନର ପୂର୍ବତନ ଅଧିକାରୀ ଏବଂ ତାଙ୍କ ପୁଅ। କୁହାଯାଉଛି ଯେ ବ୍ୟବସାୟ ଆରମ୍ଭ କରିବା ପାଇଁ ଜୟା ସେମାନଙ୍କୁ ୧୦ ଲକ୍ଷ ଟଙ୍କା ଦେଇଥିଲେ। ପାରିକ୍ ସ୍ପୋର୍ଟସ୍ ଆଣ୍ଡ୍ ଦୋକାନର ମାଲିକ ଧ୍ରୁବ ପାରିଖ ଓ ତାଙ୍କ ପିତା କମଲେଶ ପାରିକ ସହଭାଗିତାରେ ବ୍ୟବସାୟ କରିବା ଉଦ୍ଦେଶ୍ୟରେ ସେ ଏହି ଟଙ୍କା ପ୍ରଦାନ କରିଥିଲେ।
ପରେ ଟଙ୍କା ଫେରସ୍ତ ପାଇଁ ଦାବି କରିବାରୁ କମଲେଶ ଓ ତାଙ୍କ ପୁଅ ଜୟାଙ୍କ ସହ ଅସଦାଚରଣ କରିଥିଲେ ଏବଂ ତାଙ୍କୁ ହତ୍ୟା ଧମକ ଦେଇଥିଲେ। ପୋଲିସ ବର୍ତ୍ତମାନ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।
ବ୍ୟବସାୟ ଓ ରାଜନୀତିକୁ ଓହ୍ଲାଇବା ପୂର୍ବରୁ ସାମ୍ୱାଦିକତା କରୁଥିଲେ ନବଦାସ!ଦୀପକ ଚହର ଗତ ବର୍ଷ ଜୁନ୍ ୧ ରେ ଜୟା ଭରଦ୍ୱାଜଙ୍କୁ ବିବାହ କରିଥିଲେ। ଆଇପିଏଲ୍ ୨୦୨୧ ରେ ଚେନ୍ନାଇ ସୁପର କିଙ୍ଗ୍ସର ଏକ ମ୍ୟାଚ୍ ପରେ ଦୀପକ ଫିଲ୍ମ ଷ୍ଟାଇଲରେ ଆଣ୍ଠୁରେ ବସି ବିବାହ ପାଇଁ ଜୟାଙ୍କୁ ପ୍ରସ୍ତାବ ଦେଇଥିଲେ। ଆହତ କାରଣରୁ ଦୀପକ କ୍ରିକେଟ୍ ଠାରୁ ଦୂରରେ ଅଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।