ଟେବୁଲ ଟେନିସରେ ସ୍ୱର୍ଣ୍ଣ ପଦକ; ଭାରତ୍ତୋଳନରେ ରୋପ୍ୟ ପଦକ ଆଣିଲେ ବିକାଶ
News 18 Odia Digital
ନୂଆଦିଲ୍ଲୀ; ବର୍ମିଂଘମରେ ଅନୁଷ୍ଠିତ ହେଉଥିବା କମନୱେଲଥ ଗେମସ୍୨୨ ର ୫ମ ଦିନରେ ଆଜି ଭାରତୀୟ ଟିମ୍ ଲନ୍ ବଲରେ ସ୍ୱର୍ଣ୍ଣ ପଦକ ଜିତିଛି । ଦକ୍ଷିଣ ଆଫ୍ରିକାକୁ ଫାଇନାଲରେ ହରାଇ ଭାରତୀୟ ଟିମ୍ ସ୍ୱର୍ଣ୍ଣ ପଦକ ହାସଲ କରିଛି । ସେହିପରି ଟେବୁଲ ଟେନିସ ଟିମ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଟେବୁଲ ଟେନିସରେ ଦେଶକୁ ୧୧ ତମ ମେଡାଲ ହାସଲ କରିଛି । ଫାଇନାଲରେ ପୁରୁଷ ଟିମ୍ ସିଙ୍ଗାପୁରକୁ ୩-୧ ରେ ହରାଇବା ସହ ସ୍ୱର୍ଣ୍ଣ ପଦକ ବାଜିମାତ କରିଛି । ଏହା ୨୦୨୨ କମନୱେଲଥ୍ ଗେମସରେ ଦେଶର ପଞ୍ଚମ ସ୍ୱର୍ଣ୍ଣ ପଦକ ।
ଭାରତୀୟ ଟିମ୍ ପାଇଁ ୧୨ ତମ ପଦକ ଭାବରେ ରୋପ୍ୟ ଜିତିଛନ୍ତି ବିକାଶ ଠାକୁର । ୯୬ କେଜି ବର୍ଗରେ ବିକାଶ ରୌପ୍ୟ ପଦକ ଜିତିଛନ୍ତି । ସ୍ନାଚ ରାଉଣ୍ଡରେ ୧୫୫ ଓ କ୍ଲିନ୍ ଆଣ୍ଡ୍ ଜର୍ମରେ ୧୯୧ କେଜି ସହ ମୋଟ ୩୪୬ କେଜି ଉଠାଇ ରୌପ୍ୟ ପଦକ ଆଣିଛନ୍ତି ବିକାଶ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।