News 18 Odia Digital
ବର୍ମିଂହାମ୍; ବର୍ମିଂହାମ୍ରେ ଅନୁଷ୍ଠିତ ୨୨ତମ କମନୱେଲଥ ଗେମ୍ସର ଆଥଲେଟିକ୍ସ ଇଭେଣ୍ଟରେ ଦେଶର ଷ୍ଟାର ହାଇ ଜମ୍ପର ତେଜସ୍ୱିନ ଶଙ୍କର ବୁଧବାର ଭାରତର ଖାତା ଖୋଲିଛନ୍ତି । ସେ ପୁରୁଷ ଉଚ୍ଚ ଜମ୍ପ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିଲେ । ଜାତୀୟ ରେକର୍ଡ ନିଜ ନାଁରେ କରିଥିବା ଶଙ୍କର ୨.୨୨ ମିଟର ଜମ୍ପ କରିଥିଲେ। ଯଦିଓ ଏହା ତାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠତାରୁ ସାମାନ୍ୟ କମ୍ ଥିଲା ।
୨୩ ବର୍ଷୀୟ ତେଜସ୍ୱିନ୍ ଶଙ୍କରଙ୍କ ସିଜିନର ସର୍ବୋତ୍ତମ ପ୍ରଦର୍ଶନ ହେଉଛି ୨.୨୭ ଏବଂ ବ୍ୟକ୍ତିଗତ ସର୍ବୋତ୍ତମ ପ୍ରଦର୍ଶନ ହେଉଛି ୨.୨୯ ମିଟର । ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶରେ କମନୱେଲଥ ଗେମ୍ସ ପାଇଁ ତାଙ୍କୁ ଭାରତୀୟ ଦଳରେ ଅନ୍ତର୍ଭୁକ୍ତ କରାଯାଇଥିଲା । ନ୍ୟୁଜିଲ୍ୟାଣ୍ଡର ହମିଶ କେରେ ସ୍ୱର୍ଣ୍ଣ ପଦକ ଏବଂ ଅଷ୍ଟ୍ରେଲିଆର ବ୍ରାଣ୍ଡାନ ଷ୍ଟାର୍କ ରୌପ୍ୟ ପଦକ ପାଇଛନ୍ତି । ଉଭୟ ୨.୨୫ ମିଟର ଡେଇଁଥିଲେ ।
ଭାରତୀୟ ସନ୍ତରଣକାରୀମାନେ ସନ୍ତରଣରେ ଅଧିକ କିଛି କରିପାରିନଥିଲେ ଏବଂ ପଦକଠାରୁ ବହୁ ଦୂରରେ ରହିଥିଲେ । ଏହି ଗେମ୍ସରେ ପୁରୁଷ ୧୫୦୦ ମିଟର ଫ୍ରିଷ୍ଟାଇଲ୍ ଇଭେଣ୍ଟରେ ଅଦ୍ଵୈତ ପେଜ ଏବଂ କୁଶଗ୍ରା ରାୱତ ଯଥାକ୍ରମେ ସପ୍ତମ ଏବଂ ଅଷ୍ଟମ ସ୍ଥାନ ହାସଲ କରିଛନ୍ତି । ଅଦ୍ଵୈତ ୧୫: ୩୨.୩୬ ସମୟ ନେଇଥିବା ବେଳେ ରାୱତ୍ ୧୫: ୪୨.୬୭ ଘଣ୍ଟା । ଏହା ସହିତ ପହଁରିବାରେ ଭାରତୀୟଙ୍କ ଅଂଶ ଗ୍ରହଣ ମଧ୍ୟ ଶେଷ ହୋଇଛି ।
କମନୱେଲଥ ଗେମ୍ସର ବର୍ତ୍ତମାନର ସଂସ୍କରଣରେ ଭାରତ ଏପର୍ଯ୍ୟନ୍ତ ୫ ଟି ସ୍ୱର୍ଣ୍ଣ ସମେତ ୧୮ ଟି ପଦକ ଜିତିଛି । ଏଥି ସହିତ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ସେମାନଙ୍କର ଶତାବ୍ଦୀ ପଦକ ପୂରଣ କରିଛନ୍ତି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।