News18 Odia Digital
ଭୁବନେଶ୍ୱର: କମ୍ପିବ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମ(Barabati Stadium)। ବିଶ୍ବ କପର(Hockey World Cup) ଉଦଘାଟନୀ ଉତ୍ସବରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ପୁରୁଷ ହକି ବିଶ୍ବ କପ୍ ଶୁଭାରମ୍ଭ ଉତ୍ସବ ଦେଖିବ ସାରା ବିଶ୍ବ।
ସବୁଠୁ ଵିଶେଷ କଥା ହେଉଛି ପ୍ରଥମ ଥର ପାଇଁ କଟକ(Cuttack)ରେ ଅତ୍ୟାଧୁନିକ ଡ୍ରୋନ ଶୋ (Drone Show) ହେବ। କଟକ ଆକାଶରେ ଏକା ସହ ୫ ଶହ ଡ୍ରୋନ୍ ଉଡ଼ିବା ସହ ଚିକମିକ୍ ଆଲୁଅରେ ହକି ବିଶ୍ବକପ୍ ସମ୍ବନ୍ଧୀୟ ଚିତ୍ର ପ୍ରଦର୍ଶନ କରାଯିବ। ବାରବାଟୀରେ ରାଜ୍ୟ କ୍ରୀଡ଼ା ବିଭାଗର ପ୍ରତ୍ୟକ୍ଷ ତତ୍ବାବଧାନରେ ଉଦଘାଟନୀ ଉତ୍ସବ ଲାଗି ଏକ ଅତ୍ୟାଧୁନିକ ମଞ୍ଚ ପ୍ରସ୍ତୁତ କରାଯାଇଛି।
https://odia.news18.com/photogallery/sport/ranbir-disha-arrived-in-odisha-for-hockey-world-cup-3ssd-10012023-ssd-147217.htmlଆଜି ଦିନ ୩ଟା ୩୦ରୁ ଆରମ୍ଭ ହେବ କାର୍ଯ୍ୟକ୍ରମ। ଉଦଘାଟନୀ ଉତ୍ସବ ପାଇଁ ପ୍ରାୟ ୩୦ ହଜାର ଦର୍ଶକଙ୍କ ଲାଗି ବ୍ୟବସ୍ଥା କରାଯାଇଛି। ଟିକେଟ୍ ଓ ପାସ୍ ପାଇଥିବା ଦର୍ଶକମାନେ ଦିନ ୨ଟାରୁ ବାରବାଟୀ ଷ୍ଟାଡିୟମରେ ପ୍ରବେଶ କରିପାରିବେ।
ଦର୍ଶକମାନେ ଷ୍ଟାଡିୟମ ଭିତରକୁ କୌଣସି ଖାଦ୍ୟପଦାର୍ଥ, ପାଣି ବୋତଲ କିମ୍ବା ଖୁଚୁରା ପଇସା ନେଇପାରିବେ ନାହିଁ। ୫୦ ପ୍ଲାଟୁନ୍ ଫୋର୍ସ ଓ ୨ଶହ ଅଫିସର ସୁରକ୍ଷାରେ ନିୟୋଜିତ ହୋଇଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।