ବାରବାଟୀ ଷ୍ଟାଡିୟମରେ ହେବ ଭାରତ ବନାମ ୱେଷ୍ଟ୍ ଇଣ୍ଡିଜ୍ T-20 ମ୍ୟାଚ୍; BCCI ଟିମ୍ ବୁଲି ଦେଖିଲା

Barabati Stadium in Cuttack to host India vs West Indies T20 cricket match | ଏହି ବହୁ-ପ୍ରତୀକ୍ଷୀତ କ୍ରିକେଟ୍ ମ୍ୟାଚ୍ ଦର୍ଶକବିହୀନ ହେବ କି ଦର୍ଶକମାନଙ୍କ ଉପସ୍ଥିତିରେ ଖେଳାଯିବ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ରାଜ୍ୟ ତଥା ଦେଶରେ ବୃଦ୍ଧି ପାଉଥିବା କୋଭିଡ୍ ସଂକ୍ରମଣ ଏହି ଦ୍ୱନ୍ଦ୍ୱର ମୁଖ୍ୟ କାରଣ ।

କଟକର ବାରବାଟୀ ଷ୍ଟାଡିୟମର ଏକ ଦୃଶ୍ୟ

କଟକର ବାରବାଟୀ ଷ୍ଟାଡିୟମର ଏକ ଦୃଶ୍ୟ

  • Share this:
News18 OdiaDigital

କଟକ: ବାରବାଟୀ ଷ୍ଟାଡିୟମରେ ଖୁବ୍‌ ଶୀଘ୍ର ଏକ ଅନ୍ତର୍ଜାତୀୟ କ୍ରିକେଟ୍‌ ମ୍ୟାଚ୍‌ ଖେଳାଯିବ । ଆସନ୍ତା ମାସ ୧୫ ତାରିଖରେ ଭାରତ ବନାମ ୱେଷ୍ଟଇଣ୍ଡିଜ୍‌ ଟି-୨୦ ମ୍ୟାଚ୍‌ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି । ଏହି ମ୍ୟାଚକୁ ଆଉ ପାଖାପାଖି ଗୋଟିଏ ମାସ ସମୟ ବାକିଥିବା ବେଳେ ମ୍ୟାଚ୍‌ ପାଇଁ ଭିତ୍ତିଭୂମି ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହାରି ଭିତରେ ଶୁକ୍ରବାର ଦିନ ଷ୍ଟାଡିୟମ୍‌ ପରିଦର୍ଶନ କରିଛି ବି.ସି.ସି.ଆଇ. ଟିମ୍ ।

ବି.ସି.ସି.ଆଇ. ବ୍ରଡକାଷ୍ଟ୍‌ ବିଭାଗର ଦୁଇ-ଜଣିଆ ଟିମ୍ ଷ୍ଟାଡିୟମରେ ପହଞ୍ଚିବା ପରେ ବିଭିନ୍ନ ସ୍ଥାନ ବୁଲି ଦେଖିଥିଲା । ବିଶେଷ କରି ମ୍ୟାଚର ସିଧା ପ୍ରସାରଣ ପାଇଁ ହେବାକୁ ଥିବା ବ୍ୟବସ୍ଥା – କେଉଁ କେଉଁ ସ୍ଥାନରେ କ୍ୟାମେରା ଓ ପି.ସି.ଆର୍‌. ଭ୍ୟାନ୍‌ ଇତ୍ୟାଦି ରହିବ – ଅନୁଧ୍ୟାନ କରିଥିଲେ ଦୁଇ ଜଣ ବି.ସି.ସି.ଆଇ. ପ୍ରତିନିଧି । ପ୍ରାୟ ଦୁଇ ଘଣ୍ଟା ଧରି ଏହି ଟିମ୍ ବାରବାଟୀ ଷ୍ଟାଡିୟମର ବିଭିନ୍ନ ଦିଗ ଅନୁଧ୍ୟାନ କରିବା ପରେ ଷ୍ଟାଡିୟମର ଭିତ୍ତିଭୂମିର ବିକାଶ ଦେଖି ବେଶ୍‌ ଖୁସି ପ୍ରକାଶ କରିଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଚିତା ବାଘକୁ KISS କଲେ ଯୁବତୀ! ଏହି VIDEO ଉପରୁ ଲୋକଙ୍କ ନଜର ହଟୁନି; ଆପଣ ବି ଦେଖନ୍ତୁ

ମ୍ୟାଚକୁ ମାସେ ସମୟ ଥିଲେ ମଧ୍ୟ ଏହି ମ୍ୟାଚ୍‌ ଦର୍ଶକବିହୀନ ହେବ କିମ୍ବା ଦର୍ଶକମାନଙ୍କ ଉପସ୍ଥିତିରେ ଖେଳାଯିବ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ରାଜ୍ୟ ତଥା ଦେଶରେ ବୃଦ୍ଧି ପାଉଥିବା କୋଭିଡ୍‌ ସଂକ୍ରମଣ ଏହି ଦ୍ୱନ୍ଦ୍ୱର ମୁଖ୍ୟ କାରଣ । ତେବେ ସାମ୍ପ୍ରତିକ କୋଭିଡ୍‌ ସ୍ଥିତିକୁ ଦେଖି ଫେବୃଆରୀ ୧୫ ତାରିଖରେ ହେବାକୁ ଥିବା ଏହି ମ୍ୟାଚ୍‌ ବିନା ଦର୍ଶକରେ ହେବାର ସମ୍ଭାବନା ଅଧିକ ଥିବା କୁହାଯାଉଛି ।

ମ୍ୟାଚକୁ ଆଖି ଆଗରେ ରଖି ବାରବାଟୀ ଷ୍ଟାଡିୟମରେ ବିଭିନ୍ନ ନବୀକରଣ କାର୍ଯ୍ୟ ଚାଲିଛି ।


ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ନେହା କକ୍କଡ଼ ସ୍ୱାମୀ ରୋହନପ୍ରୀତଙ୍କୁ ଖୋଲାଖୋଲି KISS କଲେ; ଫଟୋ ସବୁ ଭାଇରାଲ୍ ହେଲା

‘‘ଏହି ମ୍ୟାଚ୍‌ ଆୟୋଜନ ପାଇଁ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ (ଓ.ସି.ଏ.) ପ୍ରସ୍ତୁତି ଚଳାଇଛି, କିନ୍ତୁ ଏବେ ସରକାରଙ୍କ ପକ୍ଷରୁ ଦର୍ଶକ ବା ଭିଡ଼ କମାଇବା ପାଇଁ ଯେଉଁ ନୂଆ କୋଭିଡ ଗାଇଡଲାଇନ୍‌ ଆସିଛି, ତାକୁ ଦେଖି ଆମେ ଭାବୁଛୁ ଯେ ସରକାର ଦର୍ଶକମାନଙ୍କୁ ଅନୁମତି ଦେଇ ନ ପାରନ୍ତି । ଆମେ ତାକୁ ଆଖି ଆଗରେ ରଖି ନିଜ ପ୍ରସ୍ତୁତି ଚଳାଇଛୁ,’’ କହିଛନ୍ତି ଓ.ସି.ଏ.ର ସି.ଇ.ଓ. ସୁବ୍ରଦ ବେହେରା ।

ଏହା ବି ପଢ଼ନ୍ତୁ | ଏବେ Aadhaar ନମ୍ବର୍ଯୋଡ଼ାଯିବ Voter Id ସହିତ; Election Laws Amendment Bill ପାସ୍ ହେଲା

ମ୍ୟାଚ୍‌ ପୂର୍ବରୁ ଷ୍ଟାଡିୟମ୍‌ ପ୍ରସ୍ତୁତି ସହିତ ଅନ୍ୟ ସବୁ ଆନୁସଙ୍ଗିକ ଦିଗକୁ ସୁଦୃଢ଼ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରୟାସ ଆରମ୍ଭ କରିଛି ଓ.ସି.ଏ. । ଷ୍ଟାଡିୟମର ଗ୍ରାଉଣ୍ଡର ନବୀକରଣ କାର୍ଯ୍ୟ ଶେଷ ହୋଇ ସାରିଥିବା ବେଳେ ଏବେ ଲାଇଟଗୁ଼ଡ଼଼ିକୁ ପରିବର୍ତ୍ତନ କରାଯାଉଛି । ଷ୍ଟାଡିୟମରେ ଲାଗିଥିବା ଫ୍ଲଡ୍‌ ଲାଇଟକୁ କଢ଼ାଯାଇ ସେହି ସ୍ଥାନରେ ଏଲ୍‌.ଇ.ଡି. ଲାଇଟ୍‌ ଲଗାଯାଉଛି । ଏହା ସହ ଖେଳାଳିମାନଙ୍କ ଡ୍ରେସିଂ ରୁମକୁ ମଧ୍ୟ ନୂଆ ରୂପ ଦିଆଯାଉଛି ବୋଲି କହିଛନ୍ତି ବେହେରା ।
Published by:Anand S.T. Das
First published:
)}