ହୋମ୍ » ଓଡ଼ିଶା ନ୍ୟୁଜ୍ » ସ୍ପୋର୍ଟ୍ସ»IPL 2021: ଚେନ୍ନାଇ ସୁପର କିଙ୍ଗ୍ସ ପୁଣି ଚ୍ୟାମ୍ପିଅନ୍ ହେଲା! ଚତୁର୍ଥ ଥର ଜିତିଲା; KKRର ସ୍ୱପ୍ନ ଭାଙ୍ଗିଦେଲା

IPL 2021: ଚେନ୍ନାଇ ସୁପର କିଙ୍ଗ୍ସ ପୁଣି ଚ୍ୟାମ୍ପିଅନ୍ ହେଲା! ଚତୁର୍ଥ ଥର ଜିତିଲା; KKRର ସ୍ୱପ୍ନ ଭାଙ୍ଗିଦେଲା

IPL Final – CSK vs KKR – CSK wins IPL 2021 title by beating KKR | ୧୯୨ ରନ୍ ଟାର୍ଗେଟକୁ ପିଛା କରିବାକୁ ବାହାରିଥିବା କେ.କେ.ଆର୍. ଦଳକୁ ଭାଗ୍ୟର କିଛି ସମର୍ଥନ ମିଳିଥିଲା । ଦ୍ୱିତୀୟ ଓଭରର ତୃତୀୟ ବଲରେ ଏମ୍.ଏସ୍. ଧୋନି ଭେଙ୍କଟେଶ ଆୟରଙ୍କ ଏକ ସହଜ କ୍ୟାଚ୍ ଛାଡ଼ିଦେଇଥିଲେ ।

IPL 2021: ଚେନ୍ନାଇ ସୁପର କିଙ୍ଗ୍ସ ପୁଣି ଚ୍ୟାମ୍ପିଅନ୍ ହେଲା! ଚତୁର୍ଥ ଥର ଜିତିଲା; KKRର ସ୍ୱପ୍ନ ଭାଙ୍ଗିଦେଲା
CSK ଚତୁର୍ଥ ଥର ପାଇଁ ଆଇପିଏଲ୍ ଟାଇଟଲ୍ ଜିତିଛି, ତାହା ବି ଏମ୍.ଏସ୍. ଧୋନିଙ୍କ ଅଧିନାୟକତ୍ୱରେ । (ପି.ଟି.ଆଇ.)
  • News18 Odia
  • Last Updated: October 15, 2021, 11:58 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଦୁବାଇ: ଚେନ୍ନାଇ ସୁପର କିଙ୍ଗସ୍ ((Chennai Super Kings, CSK) ଆଇପିଏଲ୍ 2021 ଟାଇଟଲ୍ ଜିତିଛି । ଦଳ ଫାଇନାଲରେ କେ.କେ.ଆର୍.କୁ (କୋଲକାତା ନାଇଟ୍ ରାଇଡର୍ସ, Kolkata Knight Riders) ୨୭ ରନରେ ପରାସ୍ତ କରିଛି । CSK ଚତୁର୍ଥ ଥର ପାଇଁ ଆଇପିଏଲ୍ ଟାଇଟଲ୍ ଜିତିଛି, ତାହା ବି ଏମ୍‌.ଏସ୍‌. ଧୋନିଙ୍କ ଅଧିନାୟକତ୍ୱରେ । ଏହା ଅଧିନାୟକ ଭାବରେ ଧୋନିଙ୍କ ୩୦୦ତମ ମ୍ୟାଚ୍ ଥିଲା । ଏହା ସହିତ ଦଳ ୨୦୧୨ ଆଇପିଏଲ୍ ଫାଇନାଲରେ କେ.କେ.ଆର୍‌.ଠାରୁ ପରାଜୟର ପ୍ରତିଶୋଧ ବି ନେଇଛି (IPL final) ।

ପ୍ରଥମେ ବ୍ୟାଟିଂ କରି CSK ତିନି ୱିକେଟରେ ୧୯୨ ରନ୍ କରିଥିଲା । ଏହାର ଜବାବରେ କେ.କେ.ଆର୍‌. ଦଳ କେବଳ ୧୬୫ ରନ୍ ସ୍କୋର କରିପାରିଥିଲା । CSK ର ଓପନର୍ ଫାଫ୍ ଡୁ ପ୍ଲେସିସ୍ ୮୬ ରନର ଚମତ୍କାର ଇନିଂସ ଖେଳିଥିଲେ । ଟାର୍ଗେଟକୁ ପିଛା କରିବାକୁ ବାହାରିଥିବା କେ.କେ.ଆର୍‌. ଦଳକୁ ଭାଗ୍ୟର କିଛି ସମର୍ଥନ ମିଳିଥିଲା । ଦ୍ୱିତୀୟ ଓଭରର ତୃତୀୟ ବଲରେ ଏମ୍‌.ଏସ୍‌. ଧୋନି ଭେଙ୍କଟେଶ ଆୟରଙ୍କ ଏକ ସହଜ କ୍ୟାଚ୍‌ ଛାଡ଼ିଦେଇଥିଲେ । ଆୟର୍‌ ସେହି ସମୟରେ ଆଦୌ ରନ୍‌ ନ କରି ଖେଳୁଥିଲେ । ବୋଲର ଥିଲେ ଜୋସ୍ ହେଜଲଉଡ୍ ଓ ଦଳର ସ୍କୋର୍‌ ଥିଲା ମାତ୍ର ୬ ରନ୍‌ ।

ଏହା ବି ପଢ଼ନ୍ତୁ | CSK vs KKR: କିଏ ହେବ IPL 2021 ବିଜେତା? ୱସିମ୍ ଜାଫର୍ କ’ଣ ଭବିଷ୍ୟତବାଣୀ କରିଥିଲେ ଜାଣନ୍ତୁ

ତା’ ପରେ ଗିଲ୍‌ ଓ ଆୟର (୫୦) ପ୍ରଥମ ୱିକେଟ୍ ପାଇଁ ୧୦.୪ ଓଭରରେ ୯୧ ରନ୍ ଯୋଡି଼ଥିଲେ ଓ କେ.କେ.ଆର୍‌.କୁ ଏକ ଭଲ ସ୍ଥିତି ଦେଇଥିଲେ । ଆୟର୍‌ ୩୨ଟି ବଲର ସମ୍ମୁଖୀନ ହୋଇଥିଲେ । ସେ ପାଞ୍ଚଟି ଚୌକା ଓ ତିନିଟି ଛକ୍କା ମାରିଥିଲେ । ଆୟର ଏହି ସିଜିନର ଚତୁର୍ଥ ଅର୍ଦ୍ଧଶତକ ବି ହାସଲ କରିଥିଲେ ।

ଏହା ବି ପଢ଼ନ୍ତୁ | ଆର୍ୟନ୍ ଖାନଙ୍କୁ ଜେଲରେ ₹୪,୫୦୦ ମନି ଅର୍ଡ଼ର୍ ମିଳିଲା; ଘର ଲୋକଙ୍କ ସହ ଭିଡିଓ କଲ୍ କଲେ

ଗୋଟିଏ ସମୟରେ କେ.କେ.ଆର୍‌.ର ସ୍କୋର୍‌ କୌଣସି ୱିକେଟ୍‌ ନ ହରାଇ ୯୧ ରନ୍ ଥିଲା । ଏକାଦଶ ଓଭରର ଚତୁର୍ଥ ବଲରେ ଶାର୍ଦ୍ଦୁଲ ଠାକୁର୍‌ ପ୍ରଥମେ ଆୟରଙ୍କୁ ଓ ସେହି ଓଭରର ଶେଷ ବଲରେ ନୀତୀଶ ରାଣାଙ୍କୁ (୦) ଆଉଟ୍‌ କରିଥିଲେ । ତା’ ପରେ ପରବର୍ତ୍ତୀ ଓଭରରେ ହେଜଲଉଡ୍ ସୁନୀଲ ନରେନଙ୍କୁ (୨) ଆଉଟ୍‌ କରି କେ.କେ.ଆର୍‌.କୁ ତୃତୀୟ ଝଟକା ଦେଇଥିଲେ । ଦଳର ସ୍କୋର୍‌ ସେତେବେଳେ ୯୭ ରନ୍ ଥିଲା । ନରେନ୍ କିଛି ଆଶ୍ଚର୍ଯ୍ୟଜନକ କରିପାରି ନ ଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | VIDEO: ଦୁର୍ଗା ମେଢ଼ ବିସର୍ଜନ କରୁଥିବା ଲୋକଙ୍କ ଉପରେ ଚଢ଼ିଗଲା ବେକାବୁ କାର୍; ଜଣେ ମୃତ, ୨୦ ଆହତ

ଓପନର୍ ବ୍ୟାଟ୍ସମ୍ୟାନ୍ ଶୁଭମନ ଗିଲ୍‌ ୫୧ ରନ୍ ସ୍କୋର୍‌ କରିବା ପରେ ଦୀପକ ଚହରଙ୍କ ବଲରେ ଆଉଟ୍ ହୋଇଥିଲେ । ବାମହାତୀ ସ୍ପିନ୍ ବୋଲର୍‌ ରବିନ୍ଦ୍ର ଜାଡେଜା ପ୍ରଥମେ ୧୫ତମ ଓଭରରେ ଦୀନେଶ କାର୍ତ୍ତିକଙ୍କୁ (୯) ଓ ପରେ ଶାକିବ୍‌ ଅଲ୍‌ ହାସନଙ୍କୁ (୦) ଆଉଟ୍‌ କରି କେ.କେ.ଆର୍‌.କୁ ପଛକୁ ଠେଲି ଦେଇଥିଲେ । ରାହୁଲ ତ୍ରିପାଠୀ ବି ଶାରଦୁଲଙ୍କ ବଲରୁ ମାତ୍ର ୨ ରନ୍ କରି ଆଉଟ୍ ହୋଇଥିଲେ । କ୍ୟାପଟେନ୍‌ ମୋର୍ଗାନ ବି ବେଶୀ କିଛି କରିପାରି ନ ଥିଲେ । ସେ ମାତ୍ର ୪ ରନ୍ ସ୍କୋର୍‌ କରିଥିଲେ ଓ ହାଜେଲଉଡ୍ ତାଙ୍କୁ ଆଉଟ୍‌ କରିଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | IPL 2021: ଯେବେ ମାତ୍ର ୨ଟି ବଲରୁ ରନ୍ ସ୍କୋର୍ କରିବାକୁ ଥିଲା, ଆଉ ରାଞ୍ଚିର ଖେଳାଳି ଜିତେଇଦେଲେ

ମାଭି ୨୦ ରନ୍ ସ୍କୋର୍‌ କରିବା ପରେ ଶେଷ ଓଭରରେ ଆଉଟ୍ ହୋଇଥିଲେ । ଦଳ ୨୦ ଓଭରରେ ୯ ୱିକେଟ୍ ହରାଇ କେବଳ ୧୬୫ ରନ୍ ସ୍କୋର କରିପାରିଥିଲା । ଫର୍ଗୁସନ୍ ୧୮ ରନ୍‌ କରି ଅପରାଜିତ ରହିଥିଲେ । ଶାର୍ଦ୍ଦୁଲ ଠାକୁର ତିନିଟି ୱିକେଟ୍ ନେଇଥିଲେ ।

ଏହା ବି ପଢ଼ନ୍ତୁ | ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ମୃତ୍ୟୁ ରହସ୍ୟ: ସେ ପାଣିରେ ପଡ଼ିବା ଆଗରୁ ମୃତ୍ୟୁ ହୋଇଥିଲା; ତାଙ୍କ ସାଙ୍ଗ ହୋଟେଲରେ ଲୁଚିଥିଲେ

ଏହା ପୂର୍ବରୁ ଟସ୍ ହାରିବା ପରେ ଚେନ୍ନାଇ ସୁପର କିଙ୍ଗ୍ସ ବ୍ୟାଟିଂ କରିବାକୁ ଆସିଥିଲା । ଟିମକୁ ଋତୁରାଜ ଗାଇକୱାଡ଼ ଓ ଫାଫ୍‌ ଡୁ ପ୍ଲେସିସ ଏକ ଭଲ ଆରମ୍ଭ ଦେଇଥିଲେ । ଉଭୟ ୮.୧ ଓଭରରେ ପ୍ରଥମ ୱିକେଟ୍ ପାଇଁ ୬୧ ରନ୍ ଯୋଡି଼ଥିଲେ । ଋତୁରାଜ ୨୭ଟି ବଲରୁ ୩୨ ରନ୍ ସଂଗ୍ରହ କରିଥିଲେ ଓ ସୁନୀଲ ନରେନଙ୍କ ଦ୍ୱାରା ଆଉଟ୍‌ ହୋଇଥିଲେ । ତା’ ପରେ ରବିନ୍ ଉଥାପ୍ପା (୩୧) ଭଲ ଖେଳିଥିଲେ । ସେ ୧୫ଟି ବଲର ସାମନା କରିଥିଲେ ଓ ତିନିଟି ଛକ୍କା ମାରିଥିଲେ । ସେ ବି ନରେନଙ୍କ ଶିକାର ହୋଇଥିଲେ । ସେ ଦ୍ୱିତୀୟ ୱିକେଟ୍ ପାଇଁ ୬୩ ରନ୍ ଭାଗିଦାରୀ କରିଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ମୋବାଇଲ୍ଫୋନ୍ହେଲା କାଳ; ଗେମ୍ଖେଳିବାକୁ ଦେବାରୁ ଫ୍ୟାନରେ ଝୁଲି ଆତ୍ମହତ୍ୟା କଲା ଅଷ୍ଟମ ଶ୍ରେଣୀ ଛାତ୍ର

ଡୁ ପ୍ଲେସିସଙ୍କୁ ଏହି ମ୍ୟାଚରେ ୨ ରନ୍ ପାଇଁ ଜୀବନଦାମ ମିଳିଥିଲା । ତୃତୀୟ ଓଭରର ପ୍ରଥମ ବଲରେ ଦୀନେଶ କାର୍ତ୍ତିକ ଶାକିବଙ୍କ ବଲରେ ତାଙ୍କୁ ଷ୍ଟମ୍ପିଂ କରିବାରେ ବିଫଳ ହୋଇଥିଲେ । ୫୯ଟି ବଲରୁ ୮୬ ରନ୍‌ ସ୍କୋର କରିବା ପରେ ପ୍ଲେସିସ୍ ଇନିଂସର ଶେଷ ବଲରେ ଆଉଟ୍‌ ହୋଇଥିଲେ । ଏହା ତାଙ୍କର ଷଷ୍ଠ ଅର୍ଦ୍ଧଶତକ ଥିଲା । ଚଳିତ ସିଜନରେ ଉଭୟ ଡୁ ପ୍ଲେସିସ୍ ଓ ଋତୁରାଜ ୬୦୦ରୁ ଅଧିକ ରନ୍ କରିଛନ୍ତି । ସାତଟି ଚୌକା ଓ ତିନିଟି ଛକ୍କା ମାରିଛନ୍ତି । ମୋଇନ୍ ଅଲି ୨୦ଟି ବଲରୁ ୩୭ ରନ୍‌ କରି ଅପରାଜିତ ରହିଥିଲେ । ସେ ଦୁଇଟି ଚୌକା ଓ ତିନିଟି ଛକ୍କା ମାରିଥିଲେ । ନରେନଙ୍କ ବ୍ୟତୀତ ଶିବମ ମାଭି ଗୋଟିଏ ୱିକେଟ୍ ପାଇଥିଲେ । ଲକି ଫର୍ଗୁସନ୍ ଚାରି ଓଭରରେ ୫୬ ରନ୍ ଦେଇଥିଲେ ।
Published by: Anand S.T. Das
First published: October 15, 2021, 11:58 PM IST