କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଖରେ ୨୧ହଜାର ଟଙ୍କାର ଫୋନ; ଜାଣନ୍ତୁ କଣ ରହିଛି ଫିଚର
- News18 Odia
- Last Updated :
- Bhubaneswar, India
News 18 Odia Digital
ନୂଆଦିଲ୍ଲୀ; ଟିମ ଇଣ୍ଡିଆର ଅଲରାଉଣ୍ଡର ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା POCO X5 Pro ଧରିଥିବାର ଏକ ଫଟୋ ଭାଇରାଲ ହୋଇଛି । ସେହି ଫୋନରେ ହାର୍ଦ୍ଦିକ ପାଣ୍ଡ୍ୟା କାହା ସହ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଛି । ନିକଟରେ ରେଡମି ନୋଟ ୧୨ ସିରିଜ୍ ଲଞ୍ଚ ହୋଇଥିବାବେଳେ POCO X5 Pro ଭାରତୀୟ ବଜାରରେ ଲଞ୍ଚ କରିବାକୁ କମ୍ପାନୀ ପ୍ରସ୍ତୁତ ହେଉଛି । କିନ୍ତୁ ଭାରତୀୟ ବଜାରରେ ଲଞ୍ଚ ପୂର୍ବରୁ ହାର୍ଦ୍ଦିକ ପାଣ୍ଡାଙ୍କ ହାତରେ ଥିବା ଏହି ଫୋନଟିକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଆଲୋଚନା ଜୋର ଧରିଛି । POCO X5 Pro ଫୋନର ଦାମ ମଧ୍ୟ କମ୍ପାନୀ ପ୍ରକାଶ କରିଛି ।
ଭାରତରେ POCO X5 ପ୍ରୋ ଫୋନର ଦାମ
POCO X5 Pro ର ଦାମ ୨୧ହଜାରରୁ ଆରମ୍ଭ ହୋଇ ୨୩ହଜାର ମଧ୍ୟରେ ରହିଛି । ଏହି ଦାମରେ ଗ୍ରାହକ ସବୁଠାରୁ ଶସ୍ତା ସ୍ନାପଡ୍ରାଗନ୍ ୭୭୮ ଜି କ୍ଲାଡ୍ ସ୍ମାର୍ଟଫୋନ୍ ପାଇବେ । ପରବର୍ତ୍ତୀ ସମୟରେ କମ୍ପାନୀ ପକ୍ଷରୁ ଫୋନର ଦାମ ପରିବର୍ତ୍ତନ କରାଯାଇପାରେ ବୋଲି ସୂଚନା ରହିଛି । ତେବେ ଏହି ଫୋନରେ ୭.୬୭ ଇଞ୍ଚ୍ ଡିସପ୍ଲେ ରହିଥିବା ଜଣାପଡିଛି । ଫୋନର ପଛପଟେ ୩ଟି କ୍ୟାମେରା ରହିଛି । ୧୦୮ଏମପି ସେନ୍ସର ଏବଂ ୮ଏମପି ଅଲ୍ଟ୍ରାୱାଇଡ ସହ ୨ଏମପି ମାକ୍ରୋଲେନ୍ସ ରହିଛି । ଏଥିସହ ୮ଜିବି ରାମ ଓ ୨୫୬ଜିବି ପର୍ଯ୍ୟନ୍ତ ଷ୍ଟୋରେଜ ରହିଛି । ଫୋନଟିରେ ଆଣ୍ଡ୍ରଏଡ ୧୩ ଉପଲବ୍ଧ ରହିଛି । ୬୭ୱାଟର ଫାଷ୍ଟ୍ ଚାର୍ଜିଂ ସହ ୫ହଜାର ଏମଏଚ ବ୍ୟାଟେରୀ ଫୋନକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲୁ ରଖିବାକୁ ସକ୍ଷମ ହେବ ।
ଅଧିକ ପଢ଼ନ୍ତୁ -
http://ଓଡ଼ିଶା ଖଣି ନିଗମରେ ପଦବୀ ଖାଲି; ତୁରନ୍ତ କରନ୍ତୁ ଆବେଦନPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।