News18 Odia Digital
India vs Australia WTC Final: ଜୁନ୍ ୭ରୁ ଭାରତ ଏବଂ ଅଷ୍ଟ୍ରେଲିଆ (India vs Australia) ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ୍ (WTC Final) ଖେଳାଯିବ। ଉଭୟ ଦଳର ସ୍କ୍ବାଡ୍ ଘୋଷଣା ହୋଇସାରିଛି।
ଆହତ କାରଣରୁ ଭାରତୀୟ ଦଳର ତାରକା ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲ (KL Rahiul) ଡବ୍ଲୁଟିସି ଫାଇନାଲରୁ (WTC Final) ବାହାରିଛନ୍ତି। ଏଥି ସହିତ ଜୟଦେବ ଉନାଦକଟଙ୍କ ଖେଳରେ ସସପେନ୍ସ ଦେଖିବାକୁ ମିଳୁଛି। କିନ୍ତୁ ବର୍ତ୍ତମାନ ଭାରତୀୟ ଦଳ ପାଇଁ ଏକ ଖୁସି ଖବର ଅଛି। ଆଜ୍ଞା ହଁ, ଇତିମଧ୍ୟରେ ଟିମ୍ ଇଣ୍ଡିଆର ଜଣେ ଷ୍ଟାର୍ ଫାଷ୍ଟ ବୋଲର ଫିଟ୍ ହୋଇଛନ୍ତି। ଏହି ଖବର କ୍ରିକେଟ ପ୍ରେମୀଙ୍କ ପାଇଁ ମଧ୍ୟ ଖାସ୍ ଖବର।
ଭାରତୀୟ ଦ୍ରୁତ ବୋଲର ଉମେଶ ଯାଦବଉମେଶ ଯାଦବ (Umesh Yadav) ଗତ ଏପ୍ରିଲ ୨୬ରେ ଆରସିବି ବିପକ୍ଷରେ ଖେଳିଥିଲେ ଏବଂ ସେବେଠାରୁ ପଡ଼ିଆରୁ ଦୂରେଇ ରହିଥିଲେ। ଉମେଶଙ୍କୁ ଏକ ଆଘାତ ଲାଗିଥିଲା, ଯେଉଁଥିରୁ ସେ ସୁସ୍ଥ ହୋଇଯାଇଛନ୍ତି।
ESPNcricinfo ଅନୁଯାୟୀ, ଉମେଶ ଯାଦବ ପଞ୍ଜାବ କିଙ୍ଗସ ବିପକ୍ଷ ମ୍ୟାଚରେ କେକେଆର ଚୟନ ପାଇଁ ଫିଟ୍ ଏବଂ ଉପଲବ୍ଧ। ତେବେ ସେ ଏକାଦଶ ଖେଳିବାରେ ସୁଯୋଗ ପାଇବେ କି ନାହିଁ ତାହା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇନାହିଁ। ଅନ୍ୟପକ୍ଷରେ, ଭାରତ ଦୃଷ୍ଟିକୋଣରୁ ଟିମ୍ ଇଣ୍ଡିଆ ପାଇଁ ଉମେଶଙ୍କ ଫିଟ ହେବା କୌଣସି ବଡ଼ ଖୁସି ଠାରୁ କମ୍ ନୁହେଁ।
ବିଦେଶୀ ମାଟିରେ ପ୍ରଭାବଶାଳୀ ହେବଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ଇଂଲଣ୍ଡର ଓଭାଲ ଗ୍ରାଉଣ୍ଡରେ ଖେଳାଯିବ। ଦ୍ରୁତ ବୋଲରମାନଙ୍କ ପାଇଁ ଓଭାଲ୍ ପିଚ୍ ସାହାଯ୍ୟକାରୀ। ଉମେଶ ଯାଦବ ବିଦେଶରେ ନିଜର ଭଲ ବୋଲିଂ ପାଇଁ ସର୍ବଦା ଜଣାଶୁଣା। ଟେଷ୍ଟ କ୍ରିକେଟରେ ସେ ନିଜେ ଟିମ୍ ଇଣ୍ଡିଆ ପାଇଁ ଅନେକ ମ୍ୟାଚ୍ ଜିତିଛନ୍ତି। ସେ ଭାରତ ପାଇଁ ୫୬ଟି ଟେଷ୍ଟ ମ୍ୟାଚରେ ୧୬୮ ୱିକେଟ୍ ନେଇଛନ୍ତି।
ପଢ଼ନ୍ତୁ ପୂରା ଖବର: ଜଣେ ବ୍ୟକ୍ତି କେତେ ବ୍ୟାଙ୍କ ଆକାଉଣ୍ଟ ରଖିପାରିବେ? ସରକାରୀ ନିୟମ ଜାଣିବା ଜରୁରୀଭାରତର ଦ୍ୱିତୀୟ WTC ଫାଇନାଲଏହା ହେଉଛି ଭାରତର ଦ୍ୱିତୀୟ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍। ପୂର୍ବରୁ WTC (୨୦୨୦-୨୧) ଫାଇନାଲରେ ଭାରତକୁ ନ୍ୟୁଜିଲାଣ୍ଡ ବିପକ୍ଷରେ ୮ ୱିକେଟ୍ ହରାଇ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା।| ଗତ ୧୦ ବର୍ଷ ଧରି ଟିମ୍ ଇଣ୍ଡିଆ ଗୋଟିଏ ବି ଆଇସିସି ଟୁର୍ନାମେଣ୍ଟ ଜିତି ନାହିଁ। ଗତ ଟି-୨୦ ବିଶ୍ୱକପ ୨୦୨୨ରେ ମଧ୍ୟ ଟିମ୍ ଇଣ୍ଡିଆକୁ ସେମିଫାଇନାଲରେ ଇଂଲଣ୍ଡ ବିପକ୍ଷରେ ୧୦ ୱିକେଟ୍ ହରାଇ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।