ଶୁଭମନ ଗିଲ ୫ଟି ଏକଦିବସୀୟ ସିରିଜରୁ ୩ଟିରେ ହାସଲ କରିଛନ୍ତି ଅର୍ଦ୍ଧଶତକ; ମିଳିବ ପୁରସ୍କାର

ନ୍ୟୁଜିଲ୍ୟାଣ୍ଡ-ଏ ବିପକ୍ଷ ହେବାକୁ ଥିବା ଏହି ସିରିଜ୍ ପାଇଁ ରଣଜୀ ଟ୍ରଫିରେ ଚମତ୍କାର ପ୍ରଦର୍ଶନ କରିଥିବା ଖେଳାଳିମାନେ ଭାରତ-ଏ ଦଳରେ ସ୍ଥାନ ପାଇବେ । ଏଥିରେ ବାମହାତୀ ସ୍ପିନର ସମ୍ସ ମୁଲାନି ମଧ୍ୟ ରହିଛନ୍ତି ।

ଶୁଭମନ ଗିଲ ୫ଟି ଏକଦିବସୀୟ ସିରିଜରୁ ୩ଟିରେ ହାସଲ କରିଛନ୍ତି ଅର୍ଦ୍ଧଶତକ; ମିଳିବ ପୁରସ୍କାର

ଶୁଭମନ ଗିଲ ୫ଟି ଏକଦିବସୀୟ ସିରିଜରୁ ୩ଟିରେ ହାସଲ କରିଛନ୍ତି ଅର୍ଦ୍ଧଶତକ; ମିଳିବ ପୁରସ୍କାର

  • Share this:
News 18 Odia Digital

ନୂଆଦିଲ୍ଲୀ; ଶୁଭମନ ଗିଲଙ୍କ ପାଇଁ ଗତ କିଛି ମାସ ଚମତ୍କାର ବିତିଛି । ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ଟି ଏକଦିବସୀୟ ସିରିଜରେ ଇନିଂସ ଆରମ୍ଭ କରି ଅର୍ଦ୍ଧଶତକ ହାସଲ କରିବା ପରେ ଗିଲ ଜିମ୍ବାୱେରେ ମଧ୍ୟ ଭଲ ବ୍ୟାଟିଂ କରିଛନ୍ତି । ଏହି ପ୍ରଦର୍ଶନ ପାଇଁ ସେ ବଡ଼ ପୁରସ୍କାର ପାଇପାରନ୍ତି । ସେପ୍ଟେମ୍ବରରେ ନ୍ୟୁଜିଲ୍ୟାଣ୍ଡ-ଏ ବିପକ୍ଷରେ ହେବାକୁ ଥିବା ସିରିଜ ପାଇଁ ଗିଲଙ୍କୁ ଭାରତ-ଏ ଦଳର ଅଧିନାୟକତ୍ୱ ପ୍ରଦାନ କରାଯାଇପାରେ । ତେବେ ବିସିସିଆଇ ଏପର୍ଯ୍ୟନ୍ତ ଏହି ସିରିଜ୍ ପାଇଁ ଭାରତ-ଏ ଦଳ ଘୋଷଣା କରିନାହିଁ । କିନ୍ତୁ ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁଯାୟୀ, ନ୍ୟୁଜିଲ୍ୟାଣ୍ଡ-ଏ ବିପକ୍ଷ ତିନି ଦିନିଆ ମ୍ୟାଚ୍ ବ୍ୟତୀତ ଗିଲଙ୍କୁ 3ଟି ଦିନିକିଆ ପାଇଁ ଅଧିନାୟକ ହୋଇପାରନ୍ତି ।

ନ୍ୟୁଜିଲ୍ୟାଣ୍ଡ-ଏ ବିପକ୍ଷ ହେବାକୁ ଥିବା ଏହି ସିରିଜ୍ ପାଇଁ ରଣଜୀ ଟ୍ରଫିରେ ଚମତ୍କାର ପ୍ରଦର୍ଶନ କରିଥିବା ଖେଳାଳିମାନେ ଭାରତ-ଏ ଦଳରେ ସ୍ଥାନ ପାଇବେ । ଏଥିରେ ବାମହାତୀ ସ୍ପିନର ସମ୍ସ ମୁଲାନି ମଧ୍ୟ ରହିଛନ୍ତି । ଅତୀତରେ ମୁମ୍ବାଇର ସିନିୟର ଏବଂ ୨୫ ବର୍ଷରୁ କମ୍ ଦଳ ପାଇଁ ଭଲ ପ୍ରଦର୍ଶନ କରିଛନ୍ତି । ରଣଜୀ ଟ୍ରଫିରେ ମୁଲାନି ସର୍ବାଧିକ ୱିକେଟ୍ ନେଇଥିଲେ । ସେ ହାରାହାରି ୧୬.୭ ରେ ୬ ଟି ମ୍ୟାଚରେ ମୋଟ ୪୫ ୱିକେଟ୍ ନେଇଥିଲେ । ସେ ମ୍ୟାଚରେ ଦୁଇଥର ୧୦ ଓ ୬ ଥର ୫ ୱିକେଟ୍ ନେଇ ସଫଳତା ହାସଲ କରିଥିଲେ ।

ଏଥି ସହିତ, ଏହି ବାମ ସ୍ପିନରଙ୍କର ମୁମ୍ବାଇର ଅଣ୍ଡର -୨୫ ସି.କେ ନାଇଡୁ ଟ୍ରଫି ହାସଲରେ ମଧ୍ୟ ଉଲ୍ଲେଖନୀୟ ଅବଦାନ ଥିଲା । ୩ ଟି ମ୍ୟାଚରେ ମୁଲାନି ୨୯ ୱିକେଟ୍ ନେଇଥିଲେ। ଏଭଳି ପରିସ୍ଥିତିରେ ତାଙ୍କୁ ପ୍ରଥମ ଥର ପାଇଁ ଇଣ୍ଡିଆ-ଏ ଦଳରେ ଅନ୍ତର୍ଭୁକ୍ତ କରାଯାଇପାରେ । ମୁଲାନୀଙ୍କ ବ୍ୟତୀତ ହନୁମା ବିହାରୀ, ୱାଶିଂଟନ୍ ସୁନ୍ଦର, କେ.ଏସ୍ ଭରତ ଏବଂ ମହମ୍ମଦ ସିରାଜଙ୍କୁ ମଧ୍ୟ ସୁଯୋଗ ମିଳିବ ।
Published by:Soubhagya Mishra
First published: