କିମ୍ବଦନ୍ତୀ ସ୍ପିନର ସେନ ୱାର୍ନଙ୍କ ଦେହାନ୍ତ (ପ୍ରତୀକାତ୍ମକ ଛବି)
News18 Odia Digital
କିମ୍ବଦନ୍ତୀ ସ୍ପିନର ସେନ ୱାର୍ନଙ୍କ ଦେହାନ୍ତ ହୋଇଛି। ମୃତ୍ଯୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା। କିଛି ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୱାର୍ଣ୍ଣଙ୍କର ହୃଦଘାତ ହୋଇଥିଲା। ତାଙ୍କ ମୃତ୍ୟୁ ହେତୁ କ୍ରିକେଟ୍ ଜଗତରେ ଶୋକର ଲହରୀ ଖେଳିଯାଇଥିଲା। ପୂର୍ବତନ ଭାରତୀୟ ଓପନର୍ ବିରେନ୍ଦର ସେହୱାଗ ତାଙ୍କ ଛବି ସହିତ ଟୁଇଟ୍ କରି ଲେଖିଛନ୍ତି, 'ଏହାକୁ ବିଶ୍ୱାସ କରିହେବ ନାହିଁ। ଜଣେ ମହାନ ସ୍ପିନର, ସୁପରଷ୍ଟାର ଯିଏ ସ୍ପିନ୍ କୁଲ୍ କରିଥିଲେ, ସେନ ୱାର୍ନେ ଆଉ ନାହାଁନ୍ତି। ତାଙ୍କ ପରିବାର, ବନ୍ଧୁ, ସାରା ବିଶ୍ୱରେ ତାଙ୍କ ପ୍ରଶଂସକଙ୍କୁ ମୋର ସମବେଦନା।
ଭେଟେରାନ ପେସର ଶୋଏବ ଅଖତର ଲେଖିଛନ୍ତି, 'ମହାନ ସ୍ପିନର ସେନ ୱାର୍ନଙ୍କ ଦେହାନ୍ତର ଦୁଃଖଦ ଖବର ପାଇଛି। ମୁଁ କେତେ ଚକିତ ଓ ଦୁଃଖିତ ତାହା ବର୍ଣ୍ଣନା କରିବାକୁ ମୋର କୌଣସି ଶବ୍ଦ ନାହିଁ। ସେ ମହାନ ବ୍ୟକ୍ତିତ୍ୱ, କ୍ରିକେଟର ଓ ମଣିଷ।
ଦୁନିଆର ମହାନ ବୋଲରମାନଙ୍କ ମଧ୍ୟରେ ସେନ ୱାର୍ନଙ୍କୁ ଗଣାଯାଏ। ୧୩ ସେପ୍ଟେମ୍ବର ୧୯୬୯ ରେ ଭିକ୍ଟୋରିଆରେ ଜନ୍ମ ହୋଇଥିବା ୱାର୍ନ ତାଙ୍କ କ୍ୟାରିୟରରେ ୧୪୫ ଟେଷ୍ଟ, ୧୯୪ ୱାନ ଡେ ଇଣ୍ଟରନ୍ୟାସନାଲ ଖେଳିଥିଲେ। ସେ ଟେଷ୍ଟରେ ୭୦୮ ୱିକେଟ୍ ଓ ODI ଫର୍ମାଟରେ ୨୯୩ ୱିକେଟ୍ ନେଇଥିଲେ। ଏହା ବ୍ୟତୀତ ପ୍ରଥମ ଶ୍ରେଣୀ କ୍ରିକେଟ୍ ରେ ତାଙ୍କ ନାମରେ ୧୩୧ ୱିକେଟ୍ ରେକର୍ଡ଼ କରାଯାଇଛି।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।