ବଡ଼ ବିଜୟ ସହ ସୁପର -4 ରେ ପାକିସ୍ତାନ.. ହଂକଂକୁ କଲା ପରାସ୍ତ; ୪ରେ ପୁଣି ଭାରତ ସହିତ ଟକ୍କର

ବାବର ଆଜମଙ୍କ ନେତୃତ୍ୱରେ ପାକିସ୍ତାନ ସୁପର -4 ରେ ପ୍ରବେଶ କରିଛି । ଟୁର୍ଣ୍ଣାମେଣ୍ଟର ଗ୍ରୁପ୍ ରାଉଣ୍ଡର ଅନ୍ତିମ ମ୍ୟାଚ୍ (ଏସିଆ କପ୍ 2022) ରେ ପାକିସ୍ତାନ ଶୁକ୍ରବାର ଦିନ ହଂକଂକୁ ୧୫୫ ରନରେ ପରାସ୍ତ କରିଛି ।

ବଡ଼ ବିଜୟ ସହ ସୁପର -4 ରେ ପାକିସ୍ତାନ.. ହଂକଂକୁ କଲା ପରାସ୍ତ; ୪ରେ ପୁଣି ଭାରତ ସହିତ ଟକ୍କର

ବଡ଼ ବିଜୟ ସହ ସୁପର -4 ରେ ପାକିସ୍ତାନ.. ହଂକଂକୁ କଲା ପରାସ୍ତ; ୪ରେ ପୁଣି ଭାରତ ସହିତ ଟକ୍କର

  • News18 Odia
  • Last Updated :
  • Share this:
News 18 Odia Digital

ଶାରଜାହ : ବାବର ଆଜମଙ୍କ ନେତୃତ୍ୱରେ ପାକିସ୍ତାନ ସୁପର -4 ରେ ପ୍ରବେଶ କରିଛି । ଟୁର୍ଣ୍ଣାମେଣ୍ଟର ଗ୍ରୁପ୍ ରାଉଣ୍ଡର ଅନ୍ତିମ ମ୍ୟାଚ୍ (ଏସିଆ କପ୍ 2022) ରେ ପାକିସ୍ତାନ ଶୁକ୍ରବାର ଦିନ ହଂକଂକୁ ୧୫୫ ରନରେ ପରାସ୍ତ କରିଛି । ରନ୍ ଦୃଷ୍ଟିରୁ ଏହା ହେଉଛି ଦଳର ସବୁଠାରୁ ବଡ ବିଜୟ । ମ୍ୟାଚ୍‌ରେ ପ୍ରଥମେ ଖେଳି ପାକିସ୍ତାନ ୨ ୱିକେଟରେ ୧୨୩ ରନ୍ ସଂଗ୍ରହ କରିଥିଲା । ମହମ୍ମଦ ରିଜୱାନ୍ ଅପରାଜିତ ୭୮ ରନ୍ କରିଥିଲେ। ଏହା ବ୍ୟତୀତ ଫଖର ଜମାନ ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ । ଏହାର ଜବାବରେ ହଂକଂର ଦଳ ୧୦.୪ ଓଭରରେ ୩୮ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ । ଏହା ହେଉଛି ଦଳର ସର୍ବନିମ୍ନ ସ୍କୋର । ମହମ୍ମଦ ନୱାଜ ୩ ୱିକେଟ୍ ନେଇଥିବା ବେଳେ ଶାଦବ ଖାନ ୪ ୱିକେଟ୍ ନେଇଛନ୍ତି । ଏବେ ସେପ୍ଟେମ୍ବର ୪ ରବିବାର ଦିନ ସୁପର -4 ରେ ଭାରତ ଏବଂ ପାକିସ୍ତାନ ପୁଣି ମୁହାଁମୁହିଁ ହେବେ। ଗ୍ରୁପ୍ ରାଉଣ୍ଡରେ ଭାରତ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରିଥିଲା ।

ଟାର୍ଗେଟକୁ ଗୋଡ଼ାଇବାକୁ ବାହାରିଥିବା ହଂକଂ ଦଳ ଆରମ୍ଭରୁ ଝୁଣ୍ଟି ପଡ଼ିଥିଲା । ଦଳର କୌଣସି ବ୍ୟାଟ୍ସମ୍ୟାନ୍ ଡବଲ୍ ଅଙ୍କରେ ପହଞ୍ଚି ପାରି ନଥିଲେ । କ୍ୟାପଟେନ ନିଜାକତ ଖାନ ସର୍ବାଧିକ ୮ ରନ୍ ସଂଗ୍ରହ କରିଥିଲେ । ଦଳର ୫ ୱିକେଟ୍ ୩୦ ରନରେ ହିଁ ଖସି ଯାଇଥିଲା । ୧୦ ଓଭର ପରେ ସ୍କୋର ୮ ପାଇଁ ୩୮ ଥିଲା । ଦ୍ରୁତ ବୋଲର ନସିମ ​​ଶାହା ପ୍ରଥମ ୱିକେଟ୍ ନେଇଥିଲେ । ଏହା ପରେ ବାମହାତୀ ସ୍ପିନର ମହମ୍ମଦ ନୱାଜ ଆଶ୍ଚର୍ଯ୍ୟଜନକ ଭାବେ ବୋଲିଂ କରିଥିଲେ । ଲେଗ ସ୍ପିନର ଶାଦବ ଖାନ ୪ ଟି ୱିକେଟ୍ ନେଇଥିଲେ ।

ପ୍ରଥମ ୧୦ ଓଭରରେ ୬୪ ରନ୍

ଏହାପୂର୍ବରୁ ୫୭ ବଲରେ ମହମ୍ମଦ ରିଜୱାନଙ୍କ ୭୮ ରନ ସହାୟତାରେ ପାକିସ୍ତାନ ମନ୍ଥର ଆରମ୍ଭରୁ ଉଦ୍ଧାର ହୋଇ ୨ ୱିକେଟ ରେ ୧୯୩ ସ୍କୋର କରିଥିଲା । ସେହିଭଳି ହଂକଂ ବୋଲରମାନେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଯେମିତି ଚାପରେ ରଖିଥିଲେ, ସେହିଭଳି ପାକିସ୍ତାନକୁ ଭଲ ଆରମ୍ଭ କରିବାକୁ ଦେଇ ନଥିଲେ । ରିଜୱାନ୍ ଏବଂ ଫଖର ଜମାନଙ୍କ ପାଇଁ ଚାରି ଓ ଛକା ମାରିବା କଷ୍ଟକର ହୋଇପଡିଥିଲା । ପ୍ରଥମ ୧୦ ଓଭରରେ ଗୋଟିଏ ୱିକେଟ୍ ପାଇଁ ପାକିସ୍ତାନ ୬୪ ରନ୍ ସଂଗ୍ରହ କରିଥିଲା । ଜମାନ ୪୧ ବଲରେ ୫୩ ରନ୍ ସଂଗ୍ରହ କରିଥିବାବେଳେ ଖୁସଦିଲ ଶାହା ଶେଷରେ ୧୫ ବଲରେ ୩୫ ରନ୍ ସଂଗ୍ରହ କରି ପାକିସ୍ତାନକୁ ଏକ ଶକ୍ତିଶାଳୀ ସ୍କୋର କରିଥିଲେ ।
Published by:Soubhagya Mishra
First published: