Cricket news: ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ WPL ଚାମ୍ପିଅନ

ଫାଇନାଲ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୭ ୱିକେଟରେ ହରାଇ ଚାମ୍ପିଅନ୍ ତାଜ୍ ପିନ୍ଧିଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଓମେନ୍ ଟିମ୍ ।

Cricket news: ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ WPL ଚାମ୍ପିଅନ

Cricket news: ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ WPL ଚାମ୍ପିଅନ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ WPL ଚାମ୍ପିଅନ (champion) । ଫାଇନାଲ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ (delhi capitals)କୁ ୭ ୱିକେଟରେ ହରାଇ ଚାମ୍ପିଅନ୍ ତାଜ୍ ପିନ୍ଧିଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଓମେନ୍ ଟିମ୍ (mumbai indians womens team) । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୯ଟି ୱିକେଟ ହରାଇ ୧୩୧ ରନ୍ (run) କରିଥିଲା । ଦଳ ପକ୍ଷରୁ ଅଧିନାୟକ ଲାନିଂ ସର୍ବାଧିକ ୩୫ ରନ୍ କରିଥିଲେ ।

ସେହିପରି ସିଖା ପାଣ୍ଡେ ଏବଂ ରାଧା ୟାଦବ ୨୭ ରନ୍ କରିଥିଲେ । ମୁମ୍ବାଇ ପକ୍ଷରୁ ୱଙ୍ଗ ଓ ମାଥ୍ୟୁସ୍‌ଙ୍କୁ ୩ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ୧୩୨ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ମୁମ୍ବାଇ ଇଣ୍ଡିଆନ୍ସ ଆରମ୍ଭରୁ ଧୁଆଁଧାର ପ୍ରଦର୍ଶନ କରିଥିଲା । ତେବେ ମାତ୍ର ୨ ଓଭରରେ ଦଳ ଦୁଇ ଓପନରଙ୍କୁ ହରାଇଥିଲା । ଏହାପରେ କ୍ରିଜରେ ସିଭର ବ୍ରଣ୍ଟ ଏବଂ ଅଧିନାୟକ ହରମନ୍‌ପ୍ରିତ କୌରଙ୍କ ବ୍ୟାଟିଂ ଯାଦୁ ଦେଖିବାକୁ ମିଳିଥିଲା । ଉଭୟଙ୍କ ଧୁଆଁଧାର ବ୍ୟାଟିଂ ମୁମ୍ବାଇ ଇଣ୍ଡିଆନ୍ସକୁ ବିଜୟର ଦ୍ବାର ଦେଶରେ ପହଞ୍ଚାଇଥିଲା । ହରମନପ୍ରିତ କୌର ୩୯ ବଲ୍‌ରେ ୩୭ ରନ୍ କରି ରନ୍ ଆଉଟ ହୋଇଥିଲେ । ଏହାପରେ ସିଭର ମୁମ୍ବାଇ ଇଣ୍ଡିଆନ୍ସକୁ ବିଜୟ କରିବା ସହ ଓମେନ୍ ପ୍ରିମିୟର ଲିଗ୍‌ର ପ୍ରଥମ ଚମ୍ପିଅନ୍ କରାଇଥିଲେ । ତିନିଟି ବଲ୍ ବାକି ଥାଇ ମୁ୍ମ୍ବାଇକୁ ଜିତାଇଥିଲେ ସେ । ସିଭର ୫୫ ବଲ୍‌ରେ ୬୦ ରନ୍ କରିଛନ୍ତି । ଯେଉଁଥିରେ ୭ଟି ଚୌକା ରହିଛି । ଦିଲ୍ଲୀ ପକ୍ଷରୁ ରାଧା ଯାଦବ ଏବଂ ଜେସ୍ ଜୋନାସେନ୍ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି । ମୁମ୍ବାଇର ବ୍ରାବୋର୍ନରେ ଏହି ଫାଇନାଲ୍ ମ୍ୟାଚ ଖେଳା ଯାଉଥିଲା ।
Published by:Soubhagya Mishra
First published: