Cricket news: IPLରେ ଧୋନି କ୍ରେଜ୍ ! ବ୍ୟାଟିଂ ସମୟରେ ବଢିଲେ ଜିଓ ସିନେମା ଦର୍ଶକ

ପଡ଼ିଆକୁ ଓହ୍ଲାଇଲେ, ଫାଟି ପଡୁଛି ଷ୍ଟାଡିୟମ । ଆଉ ଡିଜିଟାଲ ପ୍ଲାଟଫର୍ମରେ ତାଙ୍କ ଚୌକା, ଛକା ଦେଖୁଛନ୍ତି ରେକର୍ଡ ସଂଖ୍ୟକ ଦର୍ଶକ । ସେ ଆଉ କେହି ନୁହଁନ୍ତି, ମିଷ୍ଟର କୁଲ୍ ଧୋନି ।

Cricket news: IPLରେ ଦେଖିବାକୁ ମିଳିଛି ଧୋନି କ୍ରେଜ୍ !

Cricket news: IPLରେ ଦେଖିବାକୁ ମିଳିଛି ଧୋନି କ୍ରେଜ୍ !

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: କ୍ରିକେଟ (Cricket)ର ସବୁ ଫର୍ମାଟରେ ସେ ହିଟ୍ । ହିଟ୍ ତ ନୁହଁନ୍ତି, ସୁପରହିଟ୍ । ତା ସାଙ୍ଗକୁ ବି ଫିଟ୍ । ଟେଷ୍ଟ ଓ ଦିନିକିଆରୁ ଅବସର ନେଇସାରିଲେଣି, ତଥାପି ଫଟାଫଟ୍‌ କ୍ରିକେଟରେ ଚାଲିଛି ତାଙ୍କ ଧୂମ୍ । ପଡ଼ିଆକୁ ଓହ୍ଲାଇଲେ, ଫାଟି ପଡୁଛି ଷ୍ଟାଡିୟମ । ଆଉ ଡିଜିଟାଲ ପ୍ଲାଟଫର୍ମରେ ତାଙ୍କ ଚୌକା, ଛକା ଦେଖୁଛନ୍ତି ରେକର୍ଡ ସଂଖ୍ୟକ ଦର୍ଶକ । ସେ ଆଉ କେହି ନୁହଁନ୍ତି, ମିଷ୍ଟର କୁଲ୍ ଧୋନି । ଏଥର ଆଇପିଏଲରେ ୟଙ୍ଗଷ୍ଟାରଙ୍କ ଭିଡ଼ରେ ବି ଚାଲିଛି ଏହି ଭେଟେରାନ କ୍ରିକେଟରଙ୍କ ମ୍ୟାଜିକ ।

ଫିଲ୍ଡକୁ ଓହ୍ଲାଇଲେ କମ୍ପିଉଠେ ଷ୍ଟାଡିୟମ (stadium) । କ୍ୟାପ୍‌ଟେନ୍ କୁଲ୍, ବେଷ୍ଟ ଫିନିସର । ଦେଶର ସବୁଠାରୁ ସଫଳ ଅଧିନାୟକ । ଭାରତର ପୂର୍ବତନ ଅଧିନାୟକ ତଥା ଚେନ୍ନାଇ ସୁପରକିଙ୍ଗସ୍‌ର ଅଧିନାୟକ ମହେନ୍ଦ୍ର ସିଂହ ଧୋନି (ms dhoni) ଓରଫ୍ ମାହି । ଆଇପିଏଲ୍‌କୁ ଛାଡ଼ି ଅନ୍ୟ ସବୁ କ୍ରିକେଟ୍‌ ଫର୍ମାଟ୍‌ରୁ ଅବସର ନେଇ ସାରିଛନ୍ତି ଏହି କିମ୍ବଦନ୍ତୀ ଖେଳାଳି । ତଥାପି କମିନି କ୍ରେଜ୍ । ଆନ୍ତର୍ଜାତୀୟ କ୍ରିକେଟକୁ ବାଏ ବାଏ କରିବା ସତ୍ତ୍ବେ, ଆଇପିଏଲ୍‌ (ipl)ରେ ଦେଖିବାକୁ ମିଳିଛି ଧୋନି କ୍ରେଜ୍ । ଧୋନିଙ୍କ ବ୍ୟାଟିଂ ଦେଖିବାକୁ ଯେମିତି ଚାତକ ପରି ଚାହିଁ ରହିଛନ୍ତି କ୍ରିକେଟ୍ ପ୍ରେମୀ । ଉଦଘାଟନୀ ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସ ବିପକ୍ଷରେ ଯେତେବେଳେ ଧୋନି ବ୍ୟାଟିଂ କରୁଥିଲେ, ହଠାତ ବଢ଼ିଯାଇଥିଲା ଜିଓ ସିନେମାର ଦର୍ଶକଙ୍କ ସଂଖ୍ୟା । ଜିଓ ସିନେମା ଆପ୍‌ (jio cinema app)ରେ ଏକକାଳୀନ ୧ କୋଟି ୬୦ ଲକ୍ଷ ଲୋକ ଧୋନିଙ୍କ ବ୍ୟାଟିଂ (bating) ଦେଖୁଥିଲେ । ସେହିପରି ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ବିପକ୍ଷରେ ଧୋନିଙ୍କ ବିସ୍ଫୋରକ ବ୍ୟାଟିଂ ଦେଖୁଥିଲେ ୧ କୋଟି ୭୦ ଲକ୍ଷ ଲୋକ । ଦେଖିବାକୁ ମିଳିଥିଲା ସେହି ଚିତାକର୍ଷକ ଛକା ଓ ଚୌକା ।

ଆଉ ଏକ ବିରଳ ରେକର୍ଡ (record)ର ଅଧିକାରୀ ହେଉଛନ୍ତି କ୍ୟାପଟେନ୍ କୁଲ୍ (captain cool) ଧୋନି । ସ୍ଲଗ ଓଭରରେ ଧୋନିଙ୍କ ନାଁରେ ରହିଛି ସର୍ବକାଳୀନ ରେକର୍ଡ । ଯେତେବେଳେ ବି ଧୋନି ଶେଷ ଓଭର ବା ୨୦ତମ ଓଭରର ସାମ୍ନା କରନ୍ତି, କେବଳ ଛକା ଓ ଚୌକା ବର୍ଷା କରନ୍ତି । ଏ ପର୍ଯ୍ୟନ୍ତ ଧୋନି ସମସ୍ତ ଟି-୨୦ ମ୍ୟାଚ୍‌ର ୨୦ତମ ଓଭରରେ ମାତ୍ର ୨୭୭ ବଲ୍‌ ଖେଳିଛନ୍ତି । ହେଲେ ସଂଗ୍ରହ କରିଛନ୍ତି ୬୭୯ ରନ୍ । ଷ୍ଟ୍ରାଇକ ରେଟ୍ (strike rate) ରହିଛି ୨୪୫ ଦଶମିକ ୧୨ । ସେଥିରେ ରହିଛି ୫୫ଟି ବିଶାଳକାୟ ଛକା ଓ ୪୯ଟି ଚୌକା । ଆହୁରି ମଧ୍ୟ ଧୋନି ସପ୍ତମ ଖେଳାଳି ଭାବେ ୫ହଜାର ଆଇପିଏଲ୍‌ ରନ୍‌ କ୍ଲବ୍‌ରେ ସାମିଲ ହୋଇଛନ୍ତି । ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ବିପକ୍ଷ ମ୍ୟାଚ୍‌ରେ ୧୨ ରନ୍‌ କରି ଏହି ମାଇଲଖୁଣ୍ଟ ଛୁଇଁଛନ୍ତି ମାହି। ସେ ୨୩୬ଟି ମ୍ୟାଚ୍‌ ଖେଳି ୫୦୦୪ ରନ୍‌ କରିଛନ୍ତି ।

ଏହି ଖବର ପଢ଼ନ୍ତୁ -  Googleର ସିକ୍ରେଟ୍ ପ୍ଲାନ! କମ୍ ଦାମରେ ଆଣୁଛି ଫୋନ.. iphoneକୁ ଦେବ ଟକ୍କର !
Published by:Soubhagya Mishra
First published: