IND vs ZIM 1st ODI; ଭାରତ.. ଜିମ୍ବାୱେ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଜାରି
News 18 Odia Digital
ନୂଆଦିଲ୍ଲୀ; ଭାରତ ଏବଂ ଜିମ୍ବାୱେ ମଧ୍ୟରେ ଖେଳାଯିବାକୁ ଥିବା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହୋଇଛି । ସିରିଜର ପ୍ରଥମ ମ୍ୟାଚ୍ ହରାରେ ଠାରେ ଖେଳାଯାଉଛି । ପ୍ରଥମ ଦିନିକିଆରେ ଭାରତୀୟ ଅଧିନାୟକ କେ.ଏଲ୍ ରାହୁଲ ଟସ୍ ଜିତି ମେଜୱାନ ଟିମକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ । ଦଳରେ ଅନେକ ପରିବର୍ତ୍ତନ ଆସିଥିବା ଦେଖିବାକୁ ମିଳିଛି ।
ଚାରିଜଣ ଓପନର୍ ଶୁବମାନ ଗିଲ, ଶିଖର ଧୱନ, ଇଶାନ କିଶନ ଏବଂ କେ.ଏଲ ରାହୁଲ ପ୍ଲେଇଙ୍ଗ ଇଲେଭେନରେ ସାମିଲ ହୋଇଛନ୍ତି । ଏଭଳି ପରିସ୍ଥିତିରେ କିଏ ଭାରତୀୟ ଇନିଂସ ଆରମ୍ଭ କରିବ ତାହା ଦେଖିବା ଅତ୍ୟନ୍ତ ମଜାଦାର ହେବ । ବର୍ତ୍ତମାନ ବ୍ଲୁ ଆର୍ମି ଫିଲ୍ଡିଂ ଆରମ୍ଭ କରିଛି । ମେଜୱାନ ଟିମ୍ ପାଇଁ କାୟା ଏବଂ ତାଦିଭାନାଶେ ମାରୁମାନି ପଡ଼ିଆରେ ପ୍ରବେଶ କରିଛନ୍ତି ।
ଭାରତୀୟ ଅଲରାଉଣ୍ଡର ଖେଳାଳି ଅକ୍ସର ପଟେଲ ବିପକ୍ଷ ଦଳର ଅଧିନାୟକ ରେଜିସ୍ ଚକୱାବାଙ୍କୁ ବୋଲିଂ କରି ଭାରତୀୟ ଦଳକୁ ବଡ଼ ସଫଳତା ଦେଇଛନ୍ତି । ଚକୱାବା ନିଜ ଦଳ ପାଇଁ ପ୍ରଥମ ଦିନିକିଆ ମ୍ୟାଚରେ ୫୧ ବଲରେ ୪ଟି ଚୌକା ମାରି ୩୫ ରନ୍ ସ୍କୋର କରିଛନ୍ତି । ଜିମ୍ବାୱେ ପାଇଁ ଷଷ୍ଠ ୱିକେଟ ଭାବରେ ରିଆନ୍ ୱର୍ଲେ ଆଉଟ୍ ହୋଇଛନ୍ତି । ଦଳ ପାଇଁ ଦୁଇଟି ଚୌକା ସାହାଯ୍ୟରେ ୱର୍ଲେ ୧୮ଟି ବଲରେ ୧୧ ରନର ଇନିଂସ ଖେଳିଥିଲେ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।