News 18 Odia Digital
ନୂଆଦିଲ୍ଲୀ : ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ଦିନିକିଆ ମ୍ୟାଚ୍ ବର୍ଷା ହେତୁ ନିର୍ଦ୍ଧାରିତ ସମୟଠାରୁ ୩୦ ମିନିଟ ବିଳମ୍ବରେ ଆରମ୍ଭ ହୋଇଛି । ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ଟ୍ୱିଟ୍ କରି ଏହି ସୂଚନା ଦେଇଛି । ପ୍ରଥମ ODI ମ୍ୟାଚ୍ ଆଜି ଲକ୍ଷ୍ନୌର ଇକାନା ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଉଛି ।
ବିସିସିଆଇ ଟୁଇଟ୍ କରି ସୂଚନା ଦେଇଛି ଟସ୍ ୧ ଟା ପରିବର୍ତ୍ତେ ୧:୩୦ ରେ ଅନୁଷ୍ଠିତ ହୋଇଥିବା ବେଳେ ମ୍ୟାଚ୍ ଅପରାହ୍ନ ୨ ଟାରୁ ଆରମ୍ଭ ହେଇଛି । ଏହା ହେଉଛି, ପ୍ରଥମ ODI ଯାହା ନିର୍ଦ୍ଧାରିତ ସମୟରୁ ଅଧ ଘଣ୍ଟା ବିଳମ୍ବ ହୋଇଛି । ଲକ୍ଷ୍ନୌରେ ବର୍ତ୍ତମାନ ପାଗ ମେଘୁଆ ରହିଛି ଓ ସ୍ଥାନୀୟ ପାଣିପାଗ ବିଭାଗ ଦିନସାରା ମଧ୍ୟମ ବର୍ଷା ହେବାର ପୂର୍ବାନୁମାନ କରିଛି ।
ବିସିସିଆଇ ମ୍ୟାଚ୍ ସମୟକୁ ଅଧ ଘଣ୍ଟା ବଢାଇଛିବିସିସିଆଇ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ଟ୍ୱିଟ୍ କରି କହିଛି, ବର୍ଷା ହେତୁ ମ୍ୟାଚ୍ ବିଳମ୍ବ ହୋଇଛି । ମ୍ୟାଚ୍ ପୂର୍ବରୁ ଗ୍ରାଉଣ୍ଡ ଯାଞ୍ଚ କରାଯାଇଥିଲା । ମ୍ୟାଚ୍ ଓ ଟସ୍ ସମୟ ଅଧ ଘଣ୍ଟା ବୃଦ୍ଧି କରାଯାଇଛି । ଟସ୍ ୧.୩୦ ରେ ଅନୁଷ୍ଠିତ ହୋଇଥିବା ବେଳେ ମ୍ୟାଚ୍ ୨ ରୁ ଆରମ୍ଭ ହୋଇଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।