ଏସିଆ କପ ଫାଇନାଲ ପୂର୍ବରୁ ପାକିସ୍ତାନକୁ ବଡ଼ ଝଟକା; ଶ୍ରୀଲଙ୍କାଠାରୁ ପରାଜିତ

ଏସିଆ କପ୍ ସୁପର-୪ ଷଷ୍ଠ ମ୍ୟାଚ୍‌ରେ ପାକିସ୍ତାନ ଶ୍ରୀଲଙ୍କା ସମ୍ମୁଖରେ ୧୨୨ ରନ୍‌ର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା, ଯେଉଁଥିରେ ମେଜବାନ ଟିମ୍ ୧୭ ଟି ବଲରୁ ୫ ୱିକେଟ୍ ହାସଲ କରିଥିଲେ ।

ଏସିଆ କପ ଫାଇନାଲ ପୂର୍ବରୁ ପାକିସ୍ତାନକୁ ବଡ଼ ଝଟକା; ଶ୍ରୀଲଙ୍କାଠାରୁ ପରାଜିତ

ଏସିଆ କପ ଫାଇନାଲ ପୂର୍ବରୁ ପାକିସ୍ତାନକୁ ବଡ଼ ଝଟକା; ଶ୍ରୀଲଙ୍କାଠାରୁ ପରାଜିତ

  • News18 Odia
  • Last Updated :
  • Share this:
News 18 Odia Digital

ଦୁବାଇ: ସ୍ପିନର ୱାନିନ୍ଦୁ ହସରଙ୍ଗାଙ୍କ ନେତୃତ୍ୱରେ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ପରେ ପଥୁମ ନିସାଙ୍କାଙ୍କ ଅର୍ଦ୍ଧଶତକ ଦମ୍ ରେ ଶ୍ରୀଲଙ୍କା ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରିଛି । ଏସିଆ କପ୍ ସୁପର-୪ ଷଷ୍ଠ ମ୍ୟାଚ୍‌ରେ ପାକିସ୍ତାନ ଶ୍ରୀଲଙ୍କା ସମ୍ମୁଖରେ ୧୨୨ ରନ୍‌ର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା, ଯେଉଁଥିରେ ମେଜବାନ ଟିମ୍ ୧୭ ଟି ବଲରୁ ୫ ୱିକେଟ୍ ହାସଲ କରିଥିଲେ । ରବିବାର (ସେପ୍ଟେମ୍ବର ୧୧)ରେ ଉଭୟ ଦଳ ଫାଇନାଲରେ ଭେଟିବେ । ଟାଇଟଲ୍ ମ୍ୟାଚ୍ ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ ।

ପାକିସ୍ତାନର ୧୨୨ ରନ୍‌ର ଲକ୍ଷ୍ୟକୁ ପଛରେ ପକାଇ ଶ୍ରୀଲଙ୍କା ନିସାଙ୍କାଙ୍କ ୪୮ ବଲରେ ୫ ଚୌକା ଓ ଗୋଟିଏ ଛକାରେ ୫୫ ରନ୍ ଇନିଂସ କରିଥିଲେ ଓ ଭାନୁକା ରାଜପକ୍ଷଙ୍କ ସହ ୫୧ ରନର ଚତୁର୍ଥ ୱିକେଟ୍ ଭାଗିଦାରୀ ସହ ୧୭ ଓଭରରେ ୫ ୱିକେଟରେ ୧୨୪ ରନ୍ ସ୍କୋର କରି ଜିତିଥିଲେ । କ୍ୟାପଟେନ ଦାସୁନ୍ ଶନାକା ମଧ୍ୟ ୧୬ ଟି ବଲରେ ୨୧ ରନ୍ ସଂଗ୍ରହ କରିଥିଲେ । ସୁପର-୪ ପର୍ଯ୍ୟାୟରେ ଶ୍ରୀଲଙ୍କା ଟିମ୍ ଅପରାଜିତ ରହିଥିଲା । ଲେଗ ସ୍ପିନର ୱାନିନ୍ଦୁ ହାସ୍ରଙ୍ଗା ( ୨୧ ରନ ୩ ୱିକେଟ ) , ଅଫ-ସ୍ପିନର ମହିଷ ତେକଶାନ (୨୧ ରନ ୨ ୱିକେଟ), ଧନଞ୍ଜୟ ଦେ ସିଲଭା (ଗୋଟିଏ ୱିକେଟ ୧୮ରନ୍) ର ଯାଦୁ ସାମ୍ନାରେ ପାକିସ୍ତାନ ଦଳ ୧୯.୧ ଓଭରରେ ୧୨୧ ରନ ସଂଗ୍ରହ କରିଥିଲା । ନିଜର ପ୍ରଥମ ମ୍ୟାଚ୍ ଖେଳି ଦ୍ରୁତ ବୋଲର ପ୍ରମୋଦ ମଦୁସାନ୍ (୨୧ ରନ୍ ଦୁଇଟି ୱିକେଟ୍) ସ୍ପିନରଙ୍କ ଭଲ ସାଥ ଦେଇଥିଲା ।

୧୯.୧ ଓଭରରେ ପାକିସ୍ତାନ ୧୨୧ ରନ୍ ସଂଗ୍ରହ କରିଥିଲା ।
ଏହାପୂର୍ବରୁ ଶ୍ରୀଲଙ୍କା ବିପକ୍ଷରେ ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ବାହାରିଥିବା ପାକିସ୍ତାନ ଦଳ ୧୯.୧ ଓଭରରେ ୧୨୧ ରନ୍ ସଂଗ୍ରହ କରିଥିଲା । କ୍ୟାପଟେନ ବାବର ଆଜାମ ସର୍ବାଧିକ ୩୦ ରନ୍ ସଂଗ୍ରହ କରିଥିଲେ । ୱାନିନ୍ଦୁ ହସରଙ୍ଗା ଶ୍ରୀଲଙ୍କା ପାଇଁ ସର୍ବାଧିକ ୩ ୱିକେଟ୍ ନେଇଥିଲେ ଏବଂ ପାକିସ୍ତାନ ବ୍ୟାଟ୍ସମ୍ୟାନଙ୍କୁ ତିଷ୍ଠିବାକୁ ଦେଇନଥିଲେ । ତେବେ ଏହି ମ୍ୟାଚ୍ ଫାଇନାଲର ଏକ ଡ୍ରେସ ରିହର୍ସଲ, କାରଣ ଉଭୟ ଦଳ ରବିବାର ଟାଇଟଲ ମ୍ୟାଚରେ ପୁଣି ଭେଟିବେ ।
Published by:Soubhagya Mishra
First published: