ନିଜ ଦରମାକୁ ନେଇ ଖୁସି ନାହାଁନ୍ତି ବାବର ଆଜମ; ଫି ବୃଦ୍ଧି ନେଇ PCB ନିକଟରେ କଲେ ଅନୁରୋଧ

ମ୍ୟାଚ ଫି ବୃଦ୍ଧି କରିବାକୁ ଆଜାମ, ମହମ୍ମଦ ରିଜୱାନ, ହାସନ ଅଲି ଓ ଶାହିନ ଆଫ୍ରିଦି ପାକିସ୍ତାନ କ୍ରିକେଟ ବୋର୍ଡ଼କୁ ନିବେଦନ କରିଛନ୍ତି। ଏହି ଚାରିଜଣଙ୍କୁ 'ଏ' ଗ୍ରେଡ଼ରେ ସ୍ଥାନିତ କରାଯାଇଥିଲା।

ନିଜ ବେତନକୁ ନେଇ ଖୁସି ନାହାଁନ୍ତି ବାବର (ପ୍ରତୀକାତ୍ମକ ଛବି)

ନିଜ ବେତନକୁ ନେଇ ଖୁସି ନାହାଁନ୍ତି ବାବର (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ନୂଆ ଦିଲ୍ଲୀ: ପାକିସ୍ତାନ ଅଧିନାୟକ ବାବର ଆଜମ ତାଙ୍କ ବେତନକୁ ନେଇ ଅସନ୍ତୁଷ୍ଟ।  ମ୍ୟାଚ ଫି ବୃଦ୍ଧି କରିବାକୁ ଆଜାମ, ମହମ୍ମଦ ରିଜୱାନ, ହାସନ ଅଲି ଓ ଶାହିନ ଆଫ୍ରିଦି ପାକିସ୍ତାନ କ୍ରିକେଟ ବୋର୍ଡ଼କୁ ନିବେଦନ କରିଛନ୍ତି।  ଏକ ରିପୋର୍ଟ ଅନୁଯାୟୀ, ଏହି ଚାରିଜଣ ଖେଳାଳି ବୋର୍ଡ଼ର ଜଣେ ବରିଷ୍ଠ ଅଧିକାରୀଙ୍କୁ କହିଛନ୍ତି ଯେ ସେମାନଙ୍କ ମ୍ୟାଚ ଫି ବୃଦ୍ଧି କରାଯିବା ଉଚିତ।  ଚୁକ୍ତିନାମା ଅନୁଯାୟୀ ଏହି ଚାରିଜଣଙ୍କୁ 'ଏ' ଗ୍ରେଡ଼ରେ ସ୍ଥାନିତ କରାଯାଇଥିଲା।

ୱେବସାଇଟ 'କ୍ରିକେଟ୍ ପାକିସ୍ଥାନ' ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏହି ଖେଳାଳିମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ଯେ ନୂତନ କେନ୍ଦ୍ରୀୟ ଚୁକ୍ତିରେ ସେମାନଙ୍କ ଟେଷ୍ଟ, ODI ଓ ଟି -୨୦ ମ୍ୟାଚ ଫି ବୃଦ୍ଧି କରାଯାଇ ନାହିଁ।  ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ଜୁଲାଇ ୨୦୨୧-୨୨ ଋତୁ ପାଇଁ ସେମାନଙ୍କ ପ୍ରଦର୍ଶନକୁ ଆଧାର କରି ବିଭିନ୍ନ ବର୍ଗର ୨୦ ଖେଳାଳିଙ୍କୁ କେନ୍ଦ୍ରୀୟ ଚୁକ୍ତିନାମା ପ୍ରଦାନ କରିଥିଲା।  ଏଥିରେ ସମସ୍ତ ବର୍ଗ ପାଇଁ ମ୍ୟାଚ ଫି ସମାନ ରଖାଯାଇଥିଲା। କେବଳ ଚାରିଜଣ ଖେଳାଳିଙ୍କୁ 'ଏ' ଗ୍ରେଡ଼ ଚୁକ୍ତିନାମା ମିଳିଥିବାବେଳେ ପୂର୍ବତନ ଅଧିନାୟକ ଅଜହର ଅଲିଙ୍କୁ ଗ୍ରେଡ଼ ବି ଓ ସରଫରାଜ ଅହମ୍ମଦଙ୍କୁ ଗ୍ରେଡ଼ ସିକୁ ପଠାଯାଇଥିଲା।  ମହମ୍ମଦ ହାଫିଜ, ଶୋଏବ ମଲିକ ଓ ୱାହାବ ରିଆଜଙ୍କ ପରି ଭେଟେରାନମାନେ ଏହି ଚୁକ୍ତି ପାଇନାହାଁନ୍ତି।

ବାବର ଆଜାମ ବାର୍ଷିକ ୬୪ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି

ବାବର ଆଜାମଙ୍କ ବାର୍ଷିକ ଦରମା ୬୪ ଲକ୍ଷ ଟଙ୍କା। ଆନ୍ତର୍ଜାତୀୟ କ୍ରିକେଟରେ ଚମତ୍କାର ପ୍ରଦର୍ଶନ କରିଥିବା ବାବର ଆଜାମଙ୍କ ଦରମା ପ୍ରଦର୍ଶନ ଦୃଷ୍ଟିରୁ କମ ବୋଲି ବିବେଚନା କରାଯାଇପାରେ। ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କୁ ବିସିସିଆଇ ୭ କୋଟି ଟଙ୍କା ଦେଉଛି ।  ଯଦିଓ ବିରାଟ ସର୍ବାଧିକ ରୋଜଗାର କରୁଥିବା ଅଧିନାୟକ ନୁହଁନ୍ତି।  ଇଂଲଣ୍ଡ ଟେଷ୍ଟ ଦଳର ଅଧିନାୟକ ଜୋ ରୁଟ ପ୍ରତିବର୍ଷ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ଼(ECB)ରୁ ୮.୯୭କୋଟି ଟଙ୍କା ପାଇଥାନ୍ତି।  ଅଷ୍ଟ୍ରେଲିଆର T20-ODI ଅଧିନାୟକ ଆରୋନ ଫିଞ୍ଚ ଓ ଟେଷ୍ଟ ଅଧିନାୟକ ଟିମ ପାଏନ ଉଭୟ ୪.୪୮କୋଟି ଟଙ୍କା ପାଆନ୍ତି।

ମୋର୍ଗାନ ଅପେକ୍ଷା ଡିନ୍ ଏଲଗାର ଅଧିକ ଦରମା ପାଆନ୍ତି।

ଦକ୍ଷିଣ ଆଫ୍ରିକା ଟେଷ୍ଟ ଦଳର ଅଧିନାୟକ ଡିନ ଏଲଗାର ୩.୨ ମିଲିୟନ ପାଉଥିବା ବେଳେ ସୀମିତ ଓଭର ଅଧିନାୟକ ଟେମ୍ବା ବାଭୁମା ୨.୫ କୋଟି ଦରମା ପାଆନ୍ତି।  ନ୍ୟୁଜିଲ୍ୟାଣ୍ଡର ଅଧିନାୟକ କେନ ୱିଲିୟମସନ ୧.୭୭ କୋଟି ଟଙ୍କା ରୋଜଗାର କରନ୍ତି। ଏହା ବ୍ୟତୀତ ତାଙ୍କୁ ବୋନସ ଭାବରେ ୩0 ଲକ୍ଷ ଟଙ୍କା ମିଳିଥାଏ। ଇଂଲଣ୍ଡ ODI ଦଳର ଅଧିନାୟକ ଇଏନ ମୋର୍ଗାନ୍ ୧.୭୫ କୋଟି, ୱେଷ୍ଟଇଣ୍ଡିଜ ସୀମିତ ଓଭର ଅଧିନାୟକ କିରେନ ପୋଲାର୍ଡଙ୍କୁ ୧.୭୩ କୋଟି ଓ ୱେଷ୍ଟଇଣ୍ଡିଜ ଟେଷ୍ଟ ଅଧିନାୟକ କ୍ରେଗ ବ୍ରାଥୱାଇଟ ପ୍ରାୟ ୧.୩୯କୋଟି ମିଳୁଛି।
Published by:Soumya Das
First published: