IND vs AFG ମ୍ୟାଚ୍ ପୂର୍ବରୁ ଦୁବାଇ ଷ୍ଟାଡିୟମର ପ୍ରବେଶ ଦ୍ୱାର ନିକଟରେ ଅଗ୍ନିକାଣ୍ଡ

ଏସିଆ କପ୍‌ର ସୁପର-୪ ରାଉଣ୍ଡର ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ । ଏହି ମ୍ୟାଚ୍ ପୂର୍ବରୁ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମର ପ୍ରବେଶ ଦ୍ୱାର ନିକଟରେ ଥିବା ବିଲ୍ଡିଂରେ ନିଆଁ ଲାଗିଯାଇଥିଲା ।

IND vs AFG ମ୍ୟାଚ୍ ପୂର୍ବରୁ ଦୁବାଇ ଷ୍ଟାଡିୟମର ପ୍ରବେଶ ଦ୍ୱାର ନିକଟରେ ଅଗ୍ନିକାଣ୍ଡ

IND vs AFG ମ୍ୟାଚ୍ ପୂର୍ବରୁ ଦୁବାଇ ଷ୍ଟାଡିୟମର ପ୍ରବେଶ ଦ୍ୱାର ନିକଟରେ ଅଗ୍ନିକାଣ୍ଡ

  • News18 Odia
  • Last Updated :
  • Share this:
News 18 Odia Digital

ନୂଆଦିଲ୍ଲୀ: ଏସିଆ କପ୍‌ର ସୁପର-୪ ରାଉଣ୍ଡର ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ । ଏହି ମ୍ୟାଚ୍ ପୂର୍ବରୁ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମର ପ୍ରବେଶ ଦ୍ୱାର ନିକଟରେ ଥିବା ବିଲ୍ଡିଂରେ ନିଆଁ ଲାଗିଯାଇଥିଲା । ଏହି କାରଣରୁ ଷ୍ଟାଡିୟମ ଚାରିପାଖରେ ଧୂଆଁ ଧୂଆଁ ଦେଖିବାକୁ ମିଳିଥିଲା । ପ୍ରାରମ୍ଭରେ ଏଭଳି ତଥ୍ୟ ବାହାରକୁ ଆସୁଥିଲା ଯେ ଏହି ନିଆଁ ଷ୍ଟାଡିୟମ ଭିତରେ ଲାଗିଛି । କିନ୍ତୁ ପରେ ଏହା ସ୍ପଷ୍ଟ ହୋଇଥିଲା ଯେ ଷ୍ଟାଡିୟମ ନିକଟରେ ଥିବା ଏକ କୋଠାରେ ନିଆଁ ଲାଗିଯାଇଥିଲା, ଯାହାକୁ ଅଗ୍ନିଶମ କର୍ମଚାରୀମାନେ ନିୟନ୍ତ୍ରଣ କରି ନେଇଥିଲେ । ଏହି ଅଗ୍ନିକାଣ୍ଡ ଯୋଗୁଁ ମ୍ୟାଚରେ କୌଣସି ପ୍ରକାର ବାଧା ଉପୁଜିନଥିଲା ଏବଂ ଉଭୟ ଦଳ ମ୍ୟାଚ୍ ପୂର୍ବରୁ ରୁଟିନ୍ ପାଇଁ ଷ୍ଟାଡିୟମରେ ପହଞ୍ଚିଥିଲେ ।

ଉଭୟ ଭାରତ ଏବଂ ଆଫଗାନିସ୍ତାନ ଏସିଆ କପ୍ ଫାଇନାଲ ପାଇଁ ଦୌଡ଼ରୁ ବାହାରି ସାରିଛନ୍ତି । ଦୁଇ ଦଳ ମଧ୍ୟରେ ସୁପର - ୪ମ୍ୟାଚ୍ ଦ୍ଵାରା କେଉଁ ଦଳ ତୃତୀୟ ଏବଂ ଚତୁର୍ଥ ସ୍ଥାନରେ ରହିବ ତାହା ସ୍ଥିର ହେବ । ଶ୍ରୀଲଙ୍କା ଏବଂ ପାକିସ୍ତାନର ଦଳ ଫାଇନାଲ ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ଉଭୟଙ୍କ ମଧ୍ୟରେ ଟାଇଟଲ୍ ମ୍ୟାଚ୍ ସେପ୍ଟେମ୍ବର ୧୧ ରେ ଦୁବାଇରେ ଖେଳାଯିବ । ଗ୍ରୁପ୍ ପର୍ଯ୍ୟାୟର ଦୁଇଟି ମ୍ୟାଚ୍ ଭାରତ ଜିତିଥିଲା । ସେମାନେ ପ୍ରଥମ ମ୍ୟାଚରେ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରିଥିଲେ ଏବଂ ଏହା ପରେ ହଂକଂକୁ ମଧ୍ୟ ପରାସ୍ତ କରିଥିଲେ । ତେବେ ସୁପର-୪ ରାଉଣ୍ଡରେ ପାକିସ୍ତାନ ଭାରତକୁ ୫ ୱିକେଟରେ ପରାସ୍ତ କରିଦେଇଥିଲା । ଏହା ପରେ ଟିମ୍ ଇଣ୍ଡିଆ ମଧ୍ୟ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ ହାରିଛି । ଫାଇନାଲରେ ପହଞ୍ଚିବା ପାଇଁ ଭାରତର ଶେଷ ଆଶା ଥିଲା ଆଫଗାନିସ୍ତାନ। କିନ୍ତୁ, ପାକିସ୍ତାନ ଆଫଗାନିସ୍ତାନକୁ ଏକ ୱିକେଟରେ ପରାସ୍ତ କରି ଭାରତର ଏହି ଆଶାକୁ ମଧ୍ୟ ସମାପ୍ତ କରିଛି ।
Published by:Soubhagya Mishra
First published: