ହକି ବିଶ୍ୱକପ ପାଇଁ କାଉଣ୍ଟଡାଉନ ଆରମ୍ଭ; ଭୁବନେଶ୍ୱରରେ ପହଞ୍ଚିଛନ୍ତି ୭ଟି ବିଦେଶୀ ଟିମ
- News18 Odia
- Last Updated :
- Bhubaneswar, India
News 18 Odia Digital
ଭୁବନେଶ୍ୱର; ଆଉ ୫ ଦିନ ପରେ ଆରମ୍ଭ ହେବ ହକି ବିଶ୍ୱକପ । ସେଥିପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ୭ଟି ବିଦେଶୀ ଟିମ। ପ୍ରଥମେ ଡିଫେଣ୍ଡିଂ ଚମ୍ପିୟାନ ବେଲଜିୟମ ଆସିଥିବା ବେଳେ ତାଙ୍କ ପରେ ପରେ ମାଲେସିଆ, ନେଦରଲ୍ୟାଣ୍ଡ, ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ , ଆର୍ଜେଣ୍ଟିନା ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ପହଞ୍ଚିଥିଲେ। ସବୁ ଟିମକୁ କଡା଼ ସୁରକ୍ଷା ବଳୟ ଭିତରେ ହୋଟେଲକୁ ନିଆଯାଇଛି। ଭୁବନେଶ୍ୱରରେ ଟିମ ପହଞ୍ଚିବା ପରେ ସମସ୍ତେ ବିଶ୍ୱକପ ଜିତିବା ପାଇଁ ଆଶାବାଦୀ ଥିବା କହିଛନ୍ତି ।
ସେପଟେ ବିଶ୍ୱକପ ହକି ପାଇଁ ଭୁବନେଶ୍ୱର ଓ ରାଉଲକେଲା ଷ୍ଟାଡିୟମ ପ୍ରସ୍ତୁତ ରହିଥିବା କହିଛନ୍ତି କ୍ରିଡା ସଚିବ। ଦୁଇଟି ଷ୍ଟାଡିୟମରେ ଖେଳ ହେଉଥିବାରୁ ଆମ ପାଇଁ ଚାଲେଞ୍ଜ ରହିବ ବୋଲି କହିଛନ୍ତି କ୍ରୀଡା ସଚିବ ଭିନିଲ କ୍ରିଷ୍ଣା । ଚାଟାର୍ଡ ଫ୍ଲାଇଟରେ ସବୁ ଟିମ ରାଉରକେଲା ଓ ଭୁବନେଶ୍ୱର ଯିବା ଆସିବା କରିବେ । ତେବେ ଆମେ ଦେଶରେ ଯେଉଁ କୋଭିଡ ଗାଇଡଲାଇନ ଅଛି ତାହା ଖେଳାଳୀ ଓ ଦର୍ଶକମାନଙ୍କ ପାଇଁ କଟକଣା ରହିବ ବୋଲି ସୂଚନା ଦେଇଛନ୍ତି କ୍ରୀଡା ସଚିବ ଭିନୀଲ କ୍ରିଷ୍ଣା ।
ଆସନ୍ତା୧୩ ତାରିଖରେ ଆରମ୍ଭ ହେବାକୁ ଯାଉଛି ହକି ବିଶ୍ୱକପ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲା ବିର୍ଷାମୁଣ୍ଡା ହକି ଷ୍ଟାଡିୟମରେ ଖେଳିଯିବ ମ୍ୟାଚ । କଟକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଉଦଘାଟନି ଉତ୍ସବ । ସେହିପରି ଯେଉଁ ଟିମ ଭୁବନେଶ୍ୱରରେ ପହଞ୍ଚିଛନ୍ତି ସେମାନେ ଅଭ୍ୟାସ ଆରମ୍ଭ କରିଛନ୍ତି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।