News 18 Odia Digital
ବର୍ମିଂହାମ; ବର୍ମିଂହାମ ସ୍ଥିତ ଆଲେକ୍ସଜାଣ୍ଡାର ଷ୍ଟାଡିୟମରେ ଏକ ବିଶାଳ ସମାରୋହରେ କମନୱେଲଥ ଗେମସ୍ ୨୦୨୨ ର ଆନୁଷ୍ଠାନିକ ଉଦଘାଟନ ଘୋଷଣା କରାଯାଇଛି । ଏହି ସମୟରେ ଆଲେକଜେଣ୍ଡର ଷ୍ଟାଡିୟମରେ ଉପସ୍ଥିତ ଥିବା ପ୍ରିନ୍ସ ଚାର୍ଲ୍ସ ଖେଳର ଉଦଘାଟନ ଘୋଷଣା କରିଥିଲେ । ୨୨ତମ କମନୱେଲଥ ଗେମ୍ସର ଉଦଘାଟନୀ ସମାରୋହକୁ ବଡ଼ ଧୁମଧାମ ସହିତ ପାଳନ କରାଯାଇଥିଲା । ଏହି ସମୟରେ ଆଲେକଜେଣ୍ଡର ଷ୍ଟାଡିୟମରେ ୩୦, ୦୦୦ ରୁ ଅଧିକ ଦର୍ଶକ ଉପସ୍ଥିତ ଥିଲେ ।
କମନୱେଲଥ ଗେମ୍ସ ୨୦୨୨ ର ଉଦଘାଟନୀ ସମାରୋହରେ ଜାତୀୟ ସ୍ତରୀୟ ପରମ୍ପରା ଅନୁଯାୟୀ ପୂର୍ବ ଖେଳର ଆୟୋଜକ ହୋଇଥିବାରୁ ଅଷ୍ଟ୍ରେଲିଆ ପରେଡ ସମୟରେ ପ୍ରଥମେ ଅଂଶଗ୍ରହଣ କରିଥିଲା ଏହା ପରେ ଓସେନିଆ ଅଞ୍ଚଳ, ଆଫ୍ରିକା, ଆମେରିକା, ଏସିଆ, କାରିବିଆନ୍ ଏବଂ ଶେଷରେ ୟୁରୋପର ଖେଳାଳୀ ପଡ଼ିଆକୁ ଆସୁଥିବା ଦେଖିବାକୁ ମିଳିଥିଲା ।
ଗ୍ରାଣ୍ଡ ଉଦଘାଟନୀ ସମାରୋହରେ ଭାରତର ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ଏବଂ ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ ସିଂଙ୍କୁ ପତାକା ଉତ୍ତୋଳନକାରୀ କରାଯାଇଥିଲା । ଆଲେକଜେଣ୍ଡାର ଷ୍ଟାଡିୟମରେ ଆୟୋଜିତ କମନୱେଲଥ ଗେମ୍ସ ୨୦୨୨ର ଉଦଘାଟନୀ ସମାରୋହରେ ପିଭି ସିନ୍ଧୁ ଏବଂ ମନପ୍ରୀତ ସିଂଙ୍କ ନେତୃତ୍ୱରେ ଭାରତୀୟ ଦଳ ପହଞ୍ଚିଥିଲେ ।
ଅନ୍ୟପକ୍ଷରେ, କମନୱେଲଥ ଗେମ୍ସ ୨୦୨୨ର ଉଦଘାଟନୀ ସମାରୋହରେ ପାକିସ୍ତାନ ମହିଳା କ୍ରିକେଟ୍ ଦଳର ଅଧିନାୟକ ବିସ୍ମାହ ମରୁଫ ତାଙ୍କ ଦେଶର ପ୍ରତିନିଧିତ୍ୱ କରିଥିଲେ । ଚଳିତ ବର୍ଷ ଆରମ୍ଭରେ ଏକ କନ୍ୟା ସନ୍ତାନ ଜନ୍ମ ଦେବା ପରେ ବିସ୍ମାହ ମରୁଫ କ୍ରିକେଟ୍ ବିଶ୍ୱକପକୁ ଫେରିଛନ୍ତି ।
ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ, ୨୮ ଜୁଲାଇରୁ ୮ ଅଗଷ୍ଟ ପର୍ଯ୍ୟନ୍ତ ବର୍ମିଂହାମର ଆଲେକ୍ସଜାଣ୍ଡାର୍ ଷ୍ଟାଡିୟମରେ କମନୱେଲଥ ଗେମ୍ସ ୨୦୨୨ ଆୟୋଜିତ ହେଉଛି । ଏହି ଅବସରରେ ୨୧୫ ଆଥଲେଟ୍ ଭାରତର ପ୍ରତିନିଧିତ୍ୱ କରିବେ, ଯେଉଁମାନେ ୧୯ଟି ଖେଳର ୧୪୧ଟି ଇଭେଣ୍ଟରେ ଅଂଶଗ୍ରହଣ କରିବେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।