News18 Odia Digital
Commonwealth games 2022: କମନୱେଲଥ ଗେମ୍ସ ୨୦୨୨ରେ ସଙ୍କେତ ସରଗର ଚମତ୍କାର ପ୍ରଦର୍ଶନ କରି ଭାରୋତ୍ତୋଳନରେ ରୌପ୍ୟ ପଦକ ହାସଲ କରିଛନ୍ତି। ୫୫ କିଲୋଗ୍ରାମ ଭାରୋତ୍ତୋଳନ ଏକାଦଶରେ ସଙ୍କେତ ଏହି ସଫଳତା ହାସଲ କରିଛନ୍ତି।
ସଙ୍କେତ ସ୍ନାଚରେ ୧୧୩ କିଲୋଗ୍ରାମ ଓଜନ ଉଠାଇଲେ। କ୍ଲିନ ଆଣ୍ଡ ଜର୍କରେ ୧୩୫ କିଲୋଗ୍ରାମର ଓଜନ ଉଠାଇଲେ। ଏହି ଇଭେଣ୍ଟରେ ମାଲେସିଆର ବିନ୍ କସଦାନ ମହମ୍ମଦ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେ କ୍ଲିନ ଆଣ୍ଡ ଜର୍କରେ ୧୪୨ କିଲୋଗ୍ରାମ ଓଜନ ଉଠାଇ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।
ବର୍ମିଂହାମରେ ଚାଲିଥିବା କମନୱେଲଥ ଗେମ୍ସରେ ସଙ୍କେତ ସ୍ୱର୍ଣ୍ଣ ପଦକ ଜିତିବାରୁ ବଞ୍ଚିତ ହୋଇଥିଲେ। କ୍ଲିନ୍ ଆଣ୍ଡ ଜର୍କର ତୃତୀୟ ପ୍ରୟାସରେ ସେ ସାମାନ୍ୟ ଆଘାତ ପାଇଥିଲେ।
ମହାରାଷ୍ଟ୍ରର ବାସିନ୍ଦା ସାଙ୍ଗଲିର ବାସିନ୍ଦା ସଙ୍କେତ ଡିସେମ୍ବର ୨୦୨୧ରେ କମନୱେଲଥ ଚାମ୍ପିଅନସିପରେ ଜାତୀୟ ରେକର୍ଡ ଭାଙ୍ଗିଥିଲେ। ସେ ଟୁର୍ନାମେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ସଙ୍କେତ ୧୧୩ କିଲୋଗ୍ରାମ ଉଠାଇ ସ୍ୱର୍ଣ୍ଣ ପଦକ ଜିତିଥିଲେ। ସେ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ ୨୦୨୦ ଓ ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍ସ ୨୦୨୨ର ଚାମ୍ପିଅନ୍ ମଧ୍ୟ ହୋଇଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।